ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ବିଦେଶୀ ପର୍ଯ୍ୟଟକ: ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କଲେ

ଗଣିଆ,୨୦ା୧୧(ଡି.ଏନ.ଏ.): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉଦ୍ୟମକ୍ରମେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅଭୟାରଣ୍ୟର ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ୨୦୧୫ ମସିହାଠାରୁ ଖୋଲାଯାଇଛି ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ର। ରବିବାର ଏକ ୪ଜଣିଆ ବିଦେଶୀ ପର୍ଯ୍ୟଟକ ଟିମ୍‌ ଏଠାରେ ପହଞ୍ଚତ୍ ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଛନ୍ତି।
ଏହି ପର୍ଯ୍ୟଟନ କେନ୍ଦ୍ରର ପରିଚାଳନା ପାଇଁ ବିଭାଗ ତରଫରୁ ସ୍ଥାନୀୟ ଇକୋ ଭିଲେଜ ମୁଦୁଲିଗାଡିଆର ମା’ ସାତଭଉଣୀ ପରିବେଶ ବିକାଶ ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଗତ ୫ବର୍ଷ ଧରି ସମିତି ସଭ୍ୟାସଭ୍ୟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ଅତିଥି ପର୍ଯ୍ୟଟକମାନଙ୍କୁ ଠିକ୍‌ ଭାବେ ସେବା ଯୋଗାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ପର୍ଯ୍ୟଟନ କେନ୍ଦ୍ରରେ କାର୍ଯ୍ୟ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଅବସ୍ଥାର ସୁଧାର ଆଣିପାରିଛନ୍ତି। ଏଥିସହ ପର୍ଯ୍ୟଟନ କେନ୍ଦ୍ରର ମୋଟ ଆୟରୁ ୧୦ ପ୍ରତିଶତ ଅର୍ଥ ଗ୍ରାମ ସମିତି ପାଣ୍ଠିକୁ ମିଳୁଥିବାରୁ ଗ୍ରାମର ସାମୂହିକ ଉନ୍ନତି ହୋଇପାରୁଛି। ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପର୍ଯ୍ୟଟନ କେନ୍ଦ୍ରକୁ ସମିତି ସଭ୍ୟାସଭ୍ୟ କିଭଳି ପରିଚାଳନା କରୁଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ରବିବାର ୟୁରୋପିଆନ କମିଶନଙ୍କ ସହାୟତାରେ ବୋକୋଟୋ ଅନୁଷ୍ଠାନରୁ ୪ଜଣିଆ ବିଦେଶୀ ଟିମ୍‌ ପର୍ଯ୍ୟଟନ କେନ୍ଦ୍ରରେ ପହଞ୍ଚତ୍ଥିଲେ। ସେମାନେ ହେଲେ ଇଟାଲୀର ଫ୍ରୁସ ତୋ ଆମିକୋ ଓ ସୋଫି, ସ୍ପେନରୁ ରାମନ୍‌, କେନିଆରୁ ବାରିଲ୍‌ ସେମୋ। ଭାରତରୁ ଓଡିଶାର ପ୍ରଦୀପ କୁମାର ଦିଗାଲ ଏମାନଙ୍କ ସହ ସାମିଲ ଥିଲେ। ରିସର୍ଚ୍ଚ ପାଇଁ ଆସିଥିବା ଏହି ଟିମ୍‌ ସେମାନଙ୍କର ଗୋଟିଏ ଦିନର ରହଣି ମଧ୍ୟରେ ପରିଚାଳନା କମିଟି ସଭାପତି, ସମ୍ପାଦକ ଓ ସଭ୍ୟାସଭ୍ୟଙ୍କ ସହ ପର୍ଯ୍ୟଟନ କେନ୍ଦ୍ର ପରିଚାଳନା ସମ୍ପର୍କରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ଏଥିସହ ଆଗାମୀ ଦିନର ଲକ୍ଷ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଗୋଷ୍ଠୀ ଉଦ୍ୟମରେ ପର୍ଯ୍ୟଟନ କେନ୍ଦ୍ରର ସୁପରିଚାଳନା କରିବା ଦ୍ୱାରା ଏକତା, ସମାନତା, ସ୍ବରୋଜଗାରକ୍ଷମ, ସ୍ବଚ୍ଛତା, ପ୍ରାକୃତିକ ପରିବେଶର ସୁରକ୍ଷା, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଓ ଜୈବ ବିବିଧତାର ସୁରକ୍ଷା ହୋଇପାରିବା କଥା ଜାଣିବାକୁ ପାଇଥିଲେ। ସେମାନେ ନିଜ ଦେଶରେ ଏସବୁ ସୃଷ୍ଟି କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଏହା ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଟିମ୍‌ ଭିଏତ୍‌ନାମ, ନେପାଳ ଓ ଭାରତ ପରି ୭ଟି ଦେଶରେ ଥିବା ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ବୁଲି ରିସର୍ଚ୍ଚ କରୁଥିବା ଜଣାପଡିଛି ା ଗୋଟିଏ ଦିନର ରହଣି ମଧ୍ୟରେ ପ୍ରାକୃତିକ ପରିବେଶ ଭରା ଏହି ପର୍ଯ୍ୟଟନ କେନ୍ଦ୍ର ମନକୁ ବେଶ୍‌ ଛୁଇଁପାରିଥିଲା ବୋଲି ସେମାନେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

ପୁରୁଣା ଗାଡ଼ି ପାଇଁ ଫେରିପାରେ E10 ପେଟ୍ରୋଲ! ଚିନ୍ତା ଦୂର କରିବାକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧୮।୮: ବର୍ତ୍ତମାନ ଫ୍ଲେକ୍ସ ଫ୍ୟୁଏଲ ବା ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ବିଭିନ୍ନ ସ୍ତରରେ ବିବାଦ ମୁଣ୍ଡ ଟେକିଛି। ଏହି କିସମର ଇନ୍ଧନ ବ୍ୟବହାର ଦ୍ୱାରା ମାଇଲେଜ୍‌…

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri