ପ୍ରଶଂସାର ଦର

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଦୁରବସ୍ଥା ଆରମ୍ଭ ହୋଇଥିଲା। ଏହାର କେତୋଟି ମାସ ପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଲା। ଏପରି କି ବେକାର ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟ ପ୍ରକାଶ ପାଇଲା। ଜିଡିପି କମିବା ଓ ଶେୟାର ବଜାର ନିମ୍ନଗାମୀ ହେବା ଫଳରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିଚାଲିଲେ। ଭାରତର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଥିବା ବେଳେ ଏବେ କରୋନା ଭୂତାଣୁ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଅର୍ଥନୀତିକୁ ଆହୁରି ଦାବି ଦେଇଛି। ଗରିବ ଓ ଦିନ ମଜୁରିଆ ଏବେ ଭୋକ ଉପାସରେ ପଡ଼ି ଆଉଟୁପାଉଟୁ ହେଉଛନ୍ତି। କେବଳ ଲୋକଦେଖାଣିଆ ଭାବେ ଗରିବ ଲୋକଙ୍କୁ ସଶକ୍ତ କରିବା ଲାଗି ଖୋଲାଯାଇଥିବା ଜନଧନ ଆକାଉଣ୍ଟକୁ ସରକାର କିଛି ଆର୍ଥିକ ସହାୟତା ଦେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବର୍ତ୍ତମାନ ଅନେକ ରିପୋର୍ଟରୁ ଜଣାପଡୁଛି ଯେ ଆଧାର କାର୍ଡ ଉପରେ ଆଧାରିତ ଜନଧନ ଆକାଉଣ୍ଟରେ ଅନେକ ତ୍ରୁଟି ରହିଛି। ଏପଟେ ନଗଦ ଅର୍ଥ ମିଳିପାରୁ ନ ଥିବା ବେଳେ ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦିଆଯିବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି।
ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ରେ ଖାଦ୍ୟ ଥିଲେ ମଧ୍ୟ ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚି ନ ପାରିବାରୁ ଗରିବ ଓ ଅସହାୟମାନେ ଡହଳବିକଳ ହେଉଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସୁସଂହତ ହୋଇପାରୁ ନ ଥିବାରୁ କୋଭିଡ୍‌-୧୯ ଭଳି ମହାମାରୀ ସ୍ଥିତି ଉପୁଜିବା ବେଳେ ସରକାର ସଙ୍କଟ ଟାଳିପାରୁ ନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ସରକାର ଜନସାଧାରଣଙ୍କ କଲ୍ୟାଣ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନେଉ ନାହାନ୍ତି। ବାର୍ଷିକ ବଜେଟରେ ଦେଶର ରାଜସ୍ବ ଓ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ। ଆଗାମୀ ଦିନ ପାଇଁ ନୀତି ନିର୍ଦ୍ଧାରଣ ସକାଶେ ବଜେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ହେଲେ ତାହାକୁ ଠିକ୍‌ଭାବେ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯାଉ ନ ଥିବାରୁ ଅର୍ଥନୀତିରେ ସନ୍ତୁଳନ ବଜାୟ ରଖାଯାଇପାରୁ ନାହିଁ। ଏସବୁ ହେବା ପଛର ମୂଳ କାରଣ ହେଲା ଏନ୍‌ଡିଏ ସରକାରଙ୍କ ବାସ୍ତବ ଏଜେଣ୍ଡା ବା କାର୍ଯ୍ୟସୂଚୀ ରହୁନାହିଁ। ନିଜର ସଫଳତା ବଖାଣିବାରେ ଅଧିକ ସମୟ ଚାଲିଯାଉଥିବାରୁ ସଙ୍କଟ ବେଳେ ଦିଗହରା ହୋଇଯାଉଛନ୍ତି। ଅତୀତର ଭୁଲ୍‌ରୁ କିଛି ଶିଖୁ ନ ଥିବାରୁ ପରିବର୍ତ୍ତନ ଆସିପାରୁ ନାହିଁ। ଏବର ପରିସ୍ଥିତି ଦେଖିଲେ ଦେଶକୁ କୌଣସି ଯୋଜନାବଦ୍ଧ ଭାବେ ଲକ୍‌ଡାଉନ କରାଯାଇ ନ ଥିବାରୁ ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚିଛି। ଅନେକ ଦେଶ ଆଂଶିକ ଲକ୍‌ଡାଉନକୁ ଗୁରୁତ୍ୱ ଦେଇ ସେମାନଙ୍କ ଅର୍ଥନୀତିକୁ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି। ଏବେ ଚାଇନାର ସଫଳତା ସମ୍ପର୍କରେ ଆଉ ଭାରତୀୟଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ। ଅନ୍ୟପଟେ ଆମେରିକାର ତ୍ରୁଟି ସମ୍ପର୍କରେ ଅନେକ ମନ୍ତବ୍ୟ ଦିଆଯାଇ ଦର୍ଶାଇବାକୁ ଚେଷ୍ଟା କରାଯାଉଛି ଯେ, ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଅତି ସଫଳ ହୋଇଛି। ସଫଳତାର ମୂଳ କାରଣ ହେଉଛି, ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଯୋଗାଇବାର ଏକମାତ୍ର ସୂତ୍ର ସରକାର। ପରୀକ୍ଷା କରା ନ ଗଲେ ସ୍ବାଭାବିକ ଭାବେ ସଂଖ୍ୟା ବୃଦ୍ଧି ପାଇବ ନାହିଁ। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବାରୁ କେହି ସତ୍ୟ ଖବର ପାଇପାରୁ ନାହାନ୍ତି। ଯାହା ସରକାରଙ୍କ ବିଳିବିଳେଇବା ସମୟର ରିପୋର୍ଟ ତାହା ହିଁ ନାଗରିକଙ୍କୁ ନଚାଉଛି। ଆମେରିକାକୁ ସମାଲୋଚନା କଲା ବେଳକୁ ମନେରଖିବାକୁ ହେବ ଯେ, ସେଭଳି ଗଣତାନ୍ତ୍ରିକ ଦେଶରେ ସାଧାରଣ ନାଗରିକଙ୍କୁ ଅସତ୍ୟ ସଂଖ୍ୟା ଓ ତଥ୍ୟ ଦେଇ ବାଟବଣା କରାଯାଏ ନାହିଁ। ଚାଇନାର ଉହାନରେ ପୁନର୍ବାର ମୃତ୍ୟୁସଂଖ୍ୟା ବଢ଼ିବା ଦର୍ଶାଉଛି ଏକ ଅଗଣତାନ୍ତ୍ରିକ ଦେଶରେ ମିଥ୍ୟା ଉପରେ ନିର୍ଭରଶୀଳତା। ଭାରତ ସରକାର ମଧ୍ୟ ଚାଇନା ଭଳି ଅସତ୍ୟ ପ୍ରଚାର କରି ସଂଖ୍ୟାକୁ ଚପାଇବା ଫଳରେ ଅନେକ ପ୍ରଶଂସାର ପାତ୍ର ହୋଇପାରୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ ସମ୍ପର୍କରେ ପୃଥିବୀବ୍ୟାପୀ ସତ୍ୟାସତ୍ୟକୁ ଲୁଚାଇବା ଅଭିଯୋଗରେ ନିନ୍ଦିତ ହେଉଥିବା ବେଳେ ସେହି ସଙ୍ଗଠନ ଭାରତର ଭାଇରସ୍‌ର ସଫଳ ମୁକାବିଲାକୁ ପ୍ରଶଂସା କରୁଛି। ୟୁନେସ୍କୋ ଯାହାକି ଜାତିସଂଘର ଶିକ୍ଷା ସମ୍ବନ୍ଧୀୟ, ବିଜ୍ଞାନସମ୍ମତ ଏବଂ ସାଂସ୍କୃତିକ ସଙ୍ଗଠନ ଭାବେ ପରିଚିତ, ତାହା ମଧ୍ୟ ଏବେ ଭାରତକୁ ପ୍ରଶଂସା କରୁଛି। ଆଜିର ପୃଥିବୀରେ ସବୁ ପ୍ରଶଂସା ବା ଉପାଧି ହାସଲ କରିବା ପଛରେ ଏକ ବିରାଟବଡ଼ ମୂଲ୍ୟ ବା ଦର ରହୁଛି। ଚାଇନା ସେଇ ମୂଲ୍ୟ ଡବ୍ଲ୍ୟୁଏଚ୍‌ଓକୁ ଦେଇ କରୋନା ଭାଇରସ୍‌ ସମ୍ପର୍କରେ ତଥ୍ୟ ଲୁଚାଇ ପାରିଥିଲା। ଏବେ ଭାରତ ପ୍ରଶଂସିତ ହେବା ପଛରେ କେଉଁଭଳି କାରଣ ରହିଛି ତାହା ଅନୁମାନଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri