Posted inଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ଓ ୨୦୨୦, ଜାନୁୟାରୀ ମଧ୍ୟରେ ଶେଷ ହେବ। ଏହା ୫୦ ହଜାର କ୍ଷମତା ବିଶିଷ୍ଟ ସର୍ଦ୍ଦାର ବଲଭଭାଇ ପଟେଲ ଷ୍ଟାଡିୟମ (୧୯୮୨)ର ସ୍ଥାନ ନେବ। ନୂଆ ବିଶାଳ ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ବୋଲି କେନ୍ଦ୍ରମନ୍ତ୍ରୀ ଓ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଏହା ବିଶ୍ୱର ସବୁଠୁ ବଡ଼ କ୍ରିକେଟ ସୁବିଧା ଥିବା ଷ୍ଟାଡିୟମ ହେବ। ୨୦୧୭ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସଭା ସଦସ୍ୟ ଓ ଜିସିଏ ଉପସଭାପତି ପରିମଲ ନାଥଓ୍ବାନିଙ୍କ ତତ୍ତ୍ୱାବଧାନରେ ଭେନ୍ୟୁର ନିର୍ମାଣ କାର୍ଯ୍ୟ ଚାଲୁଛି। ପ୍ରଥମେ ରାଜ୍ୟର ଷ୍ଟାଡିୟମର ନବୀକରଣ କରିବାକୁ ଯୋଜନା କରିଥିଲୁ। ୩୦ ବର୍ଷ ପରେ ଆମକୁ ପୁଣି ଥରେ ଷ୍ଟାଡିୟମ କାର୍ଯ୍ୟ କରିବାର ଥିଲା। ଆମେ ଏକ ପ୍ରେଜେଣ୍ଟେଶନ ପ୍ରସ୍ତୁତ କରି (୨୦୧୩ ଜିସିଏ ସଭାପତି) ମୋଦିଙ୍କୁ ଦେଖାଇଥିଲୁ। କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା। ସେ ପୂରା ନୂଆ ଷ୍ଟାଡିୟମ ବୃହତ ଆକାରରେ ଚାହୁଁଥିଲେ। ଏହାର ଆକାର ପ୍ରାୟତଃ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡ ଭଳି ହୋଇଛି। ବାଉଣ୍ଡାରି ୧୭୦ ମିଟର। ଏଠାରେ ମୋଟ ୧୧ ପିଚ୍‌ ରହିଛି। ବିସିସିଆଇର ଗ୍ରାଉଣ୍ଡ ପରାମର୍ଶଦାତା ଦଲିଜିତ ସିଂ ଏଥିସହ ଜଡ଼ିତ ଅଛନ୍ତି। ନୂଆ ଷ୍ଟାଡିୟମର ସ୍ବତନ୍ତ୍ରତା ହେଲା କୌଣସି ପିଲର ନାହିଁ। ଏଣୁ ଷ୍ଟାଡିୟମର ଯେ କୌଣସି ଅଞ୍ଚଳରୁ ପଡ଼ିଆକୁ ଠିକ୍‌ ଭାବେ ଦେଖି ହେବ। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି) ନିର୍ମାଣ କରିଥିବା ଗ୍ଲୋବାଲ ଡିଜାଇନ ଫାର୍ମ ପପୁଲସ କମ୍ପାନୀକୁ ଷ୍ଟାଡିୟମ୍‌ର କାର୍ଯ୍ୟ ଦିଆଯାଇଛି। ଏହି କମ୍ପାନୀ ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡକୁ ନବୀକରଣ କରିବା ସହ ଟୋଟେନହାମ ଦଳର ଷ୍ଟାଡିୟମ, ଓ୍ବିମ୍ବେଲ ଓ ୨୦୧୨ ଅଲିମ୍ପିକ୍ସ ଭେନ୍ୟୁ ପ୍ରସ୍ତୁତ କରିଥିଲା। ଗତ ୩ ଦଶନ୍ଧିରେ ମୋଟେରା ଗ୍ରାଉଣ୍ଡରେ ଭାରତୀୟ ଦଳର ବହୁ ସ୍ମରଣୀୟ ସ୍ମୃତି ରହିଛି। ୧୯୮୭ରେ ସୁନୀଲ ଗାଭାସ୍କର ଏଠାରେ ଟେଷ୍ଟ କ୍ୟାରିୟରରେ ୧୦ ହଜାର ରନ ପୂରଣ କରିବା ସହ ୧୯୯୩ରେ ରିଚାର୍ଡ ହାର୍ଡଲିଙ୍କୁ ଅତିକ୍ରମ କରି କପିଲ ଦେବ ୪୩୪ ଉଇକେଟ, ୧୯୯୯ରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଦ୍ୱିଶତକ ଓ ୨୦୧୧ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବିଜୟ ଭଳି ଅଭୁଲା ସ୍ମୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

CJP ଆଗରେ ପୁଣି ନଇଁଲେ କି ସରକାର? ସୌରଭ ଦାସଙ୍କ FIR ପ୍ରତ୍ୟାହାରକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ,୨୮ା୭: କୋକ୍ରୋଚ୍ ଜନତା ଦଳ ଦିଲ୍ଲୀର ଜନ୍ତରମନ୍ତରରେ କିଛି ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲା। ସଂସଦ ଅଭିମୁଖେ ଯାତ୍ରା ସମୟରେ, ଦିଲ୍ଲୀ ପୋଲିସ ଭିଡ଼କୁ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri