ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଦିବ୍ୟାଙ୍ଗକଁର ଗୁହାରି: ରୁଜ୍‌ଗାର ଦିଅ ନଚେତ୍‌ ମରବାକେ ଅନୁମତି ଦିଅ

ଲାଠୋର, ୨୩ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି। ମୋତେ ରୁଜ୍‌ଗାର ଯୁଗେଇ ଦିଆଯାଉ, ନାଇଁ ହେଲେ ଇଛା ମୁର୍‌ତୁ ଲାଗି ଅନୁମତି ଦିଆଯାଉ ବଲି ଟୁଇଟର ଜରିଆରେ ପ୍ରଧାନମନ୍ତ୍ରୀ ଆର ମୁଖ୍ୟମନ୍ତ୍ରୀକୁଁ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ସୁରେନ୍ଦ୍ର ଜନ୍‌ମୁ ଦିବ୍ୟାଙ୍ଗ ଆଏ। ବହୁତ୍‌ ବଛର ହେଲା ତାକର ବାପା ଘରଛାଡ଼ି ଉନିଆ କେନ୍‌ଆଡ଼େ ପଲେଇ ଯାଇଛନ୍‌। ଏନ୍‌ତାଥି ଘରର ସବୁ ବୋଝ୍‌ ତାକର ଉପରେ ରହିଛେ। ସୁରେନ୍ଦ୍ର ଉଚ ଶିକ୍ଷିତ ହେଇ ବି କାମ୍‌ଧଁଦା ଅଭାବୁ ଘରେ ବସି ରହିଛନ୍‌। ତାକର ଉପରେ ପରିବାର ଲୋକ୍‌ ରଖିଥିବାର ଅଶ୍‌ ଦିନୁଦିନ୍‌କେ ମହଲିବାରେ ଲାଗିଛେ। ପରିବାର କହେଲେ ମା’ ବହେନ୍‌ ଆର ଭାଇକେ ନେଇ ସେ ରହୁଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୩୫ କେ.ଜି. ଚାଉଲ, ମା’ ପାଉଥିବାର ୫ଶହ ଟଁକା ଭାତା ଆର ନିଜେ ପାଉଥିବାର ୭ଶହ ଟଁକା ଭିନ୍ନକ୍ଷମ ଭତା। ଯେନ୍‌ଟା ପରିବାର ଚଲବାରେ ନଅଁଟ୍‌ ହେଉଛେ। ଏନ୍‌ତାଥି ସେ କେନ୍‌ଥେଇ ପରିବାର ଚଲାବେ ସେ ଚିନ୍‌ତାରେ ଘାରି ହେଉଛନ୍‌। ଇଆଡ଼େ ଚାକ୍‌ରି ଖଁଡ଼େର ଲାଗି ଇ ଅଫିସ୍‌ରୁ ସେ ଅଫିସ୍‌ ନରଦି ନରଦି ନିରାଶ ହେଇଛନ୍‌। ଇ ଘଟନା ବାବ୍‌ଦେ ବରଗଡ଼ ଜିଲା ବିଜେପୁର ବ୍ଲକର ଝନେ ସାମାଜିକ କରମୀ ଦିବସ କୁମାର ସାହୁ ସୁରେନ୍ଦ୍ରକେ ସାହାଯ୍‌ କରବାର ଲାଗି ମୁଖ୍ୟମନ୍ତ୍ରୀ, ଓଡ଼ିଶା ଆର ବଲାଙ୍ଗୀର ଜିଲାପାଲକୁଁ ଟୁଇଟ୍‌ କରି ଅନୁରୋଧ୍‌ କରିଥିଲେ। ତାକର ଅନୁରୋଧ ଅନ୍‌ସାରେ ସିଏମ୍‌ଓରୁ ବଲାଙ୍ଗୀର ଜିଲାପାଲକୁଁ ଘଟନାର ତଦଁତ୍‌ କରବାକେ ନିରଦେଶ ଦିଆଯାଇଥିଲା। ଗଲା ଜୁନ୍‌ ୬, ୨୦୧୯ରେ କଣ୍ଟାବାଞ୍ଜି ତହସିଲଦାର ଆଲୋକ କୁମାର ମାଝି ଆର ତୁରେକେଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧ୍‌କାରୀ ହେମାନନ୍ଦ ବିଶ୍ୱାଲ ଘଟନାର ତଦଁତ୍‌ କରିଥିଲେ। ଟିଟିଲାଗଡ଼ ଉପଜିଲାପାଲକଁର କାର୍ଯ୍ୟାଲୟ ଚିଠି ସଂଖ୍ୟା ୧୯୩୧/ତା.୭ା୬ା୨୦୧୯ରେ ତଦଁତ୍‌ ରିପୋର୍ଟ ପଠାଯାଇଥିଲେ ବି ସୁରେନ୍ଦ୍ର କେହେନ୍‌ସି ପରକାର ଉପ୍‌କାର ନାଇଁପାଇ। ଶେଷେ ସୁରେନ୍ଦ୍ର ଉପେ ଶୂଇନ୍‌ ହେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଆର ବଲାଙ୍ଗୀର ଜିଲାପାଲକୁଁ ସେ ନିଜେ ଟୁଇଟର ଜରିଆରେ ଗଲା ୨୮ା୭ା୨୦୧୯ରେ ରୁଜ୍‌ଗାର ଦିଆଯାଉ ନାଇଁ ହେଲେ ମୋତେ ଇଛା ମୁର୍‌ତୁ ଲାଗି ଅନୁମତି ଦିଆଯାଉ ବଲି ଅନୁରୋଧ୍‌ କରିଥିଲେ। ଠିକ୍‌ ତାର ଦୁଇ ଦିନ୍‌ ଉତାରୁ ୩୦ା୭ା୨୦୧୯ରେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ ଆର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧ୍‌କାରୀ ସୁରେନ୍ଦ୍ରକଁର ଘରେ ପୁହୁଁଚିଥିଲେ। ତାହାକୁ ବୁଝାସୁଝା କରିଥିଲେ। ଇ ବାବ୍‌ଦେ ତୁରେକେଲା ବିଡିଓକୁଁ ପଚ୍‌ରାଲାରୁ ଚାକିରିଟେ ଦେବାର ମୋର ପକ୍ଷେ ସମ୍‌ଭବ ନୁହେ। ମୁଇଁ ସବୁ ପରକାର ସୂଚନା ଉପର ଅଧ୍‌କାରୀକୁଁ ଦେଇଛେଁ, ସେମାନେ ଯାହା ପଦକ୍ଷେପ ନେବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri