ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ ଚିତ୍ରର ନାମ ‘ ମେଗା ସାଇକ୍ଲୋନ୍‌ ଫନୀ: ରେସକ୍ୟୁଙ୍ଗ୍‌ ଏ ମିଲିୟନ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିପର୍ଯ୍ୟୟ ଏବଂ ଏହାର ସଫଳ ମୁକାବିଲା ସମ୍ପର୍କରେ ବୃତ୍ତଚିତ୍ରରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ତତ୍କାଳୀନ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ, ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଅନୁଭୂତି ବଖାଣିଥିଲେ। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶା ଚଳିତବର୍ଷ ମେ’ରେ ଭୟାନକ ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ହୋଇଥିଲା। ହେଲେ ରାଜ୍ୟ ପ୍ରଶାସନ ଏହା ପୂର୍ବରୁ ଯଥେଷ୍ଟ ପୂର୍ବପ୍ରସ୍ତୁତି ମଧ୍ୟ କରିଥିଲା। ତେଣୁ ପବନର ଗତି ଏବଂ ବେଗକୁ ଦୃଷ୍ଟିରେ ରଖି ବଡଧରଣର ସ୍ଥାନ୍ତାନ୍ତରଣ/ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଉପକୂଳ ଓଡ଼ିଶା ସମସ୍ତ ଜିଲା ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ବୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ସମୟରେ ପ୍ରାୟ ୧.୫ ମିଲିୟନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଅନ୍ତର୍ଜାତୀୟ ଏବଂ ଜାତୀୟ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଗତ ଦୁଇଦଶନ୍ଧି ମଧ୍ୟରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡିକ ମଧ୍ୟରେ ଫନୀ ପ୍ରକୋପ ଅତ୍ୟନ୍ତ ଭୟାନକ ଥିଲା। ଏହା ଦ୍ୱାରା ଓଡ଼ିଶା ଉପକୂଳର ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିଜନିତ ପୁନରୁଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଉଜୁଡିଯାଇଥିବା ଭିତ୍ତିଭୂମି ଉନ୍ନୟନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପୂର୍ବରୁ ୧୯୯୯ ମହାବାତ୍ୟାରୁ ଶିକ୍ଷା ଗ୍ରହଣ କରି ଫନୀ ଏବଂ ଏହା ପୂର୍ବରୁ ଆସିଥିବା ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?