ପ୍ରଥମ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ

ଭୁବନେଶ୍ୱର,୬ା୭(ବ୍ୟୁରୋ): ବିଜେଡି ଶାସନର ପଞ୍ଚମ ପାଳି ଆରମ୍ଭ ହୋଇଛି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେଉଁ ବିଭାଗ ଯୋଜନାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ। ଆଗାମୀ ଦିନ ପାଇଁ କି କି ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ମନ୍ତ୍ରୀମାନେ ସେ ସବୁର ଟିକ୍‌ନିକ୍‌ ହିସାବ ଦେବେ। ପ୍ରତି ମାସର ୭ ତାରିଖ ମଧ୍ୟରେ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମେ ୨୯ ତାରିଖରେ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲା। ଜୁଲାଇ ୭ ତାରିଖ ସୁଦ୍ଧା ମନ୍ତ୍ରୀମାନେ ନିଜ ବିଭାଗର କାର୍ଯ୍ୟଦକ୍ଷତାକୁ ରିପୋର୍ଟ ଆକାରରେ ଉପସ୍ଥାପନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ଆସନ୍ତା ରବିବାର ୭ ତାରିଖ ପଡୁଛି। ସେହିଦିନ ସରକାରୀ ଛୁଟି ଦିବସ ଥିବାରୁ କେତେଜଣ ମନ୍ତ୍ରୀ ଶନିବାର ଓ ଅନ୍ୟମାନେ ସୋମବାର ନିଜର ରିପୋର୍ଟ କାର୍ଡ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ରିପୋର୍ଟ କାର୍ଡ ପ୍ରଦାନ କରିବା ସମ୍ପର୍କରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ନିର୍ବାଚନ ଇସ୍ତାହାର ଅନୁଯାୟୀ ଆମେ ଅଗ୍ରଗତିର ସମୀକ୍ଷା କରୁଛୁ। ଉଦାହରଣ ସ୍ବରୂପ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଓ୍ବେର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାକୁ କଳାହାଣ୍ଡି ଯାଉଥିବା ସେ କହିଛନ୍ତି। ସେହିପରି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି , ପ୍ରତିମାସର ୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ନିର୍ଦ୍ଦେଶାନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଶନିବାର ରିପୋର୍ଟ ଦାଖଲ କରାଯିବ। କୃଷି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଲୁ ରହିଥିବା କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ବିତ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆ ଭାଷା , ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ପ୍ରତିମାସ ପ୍ରଥମ ସପ୍ତାହର ଶେଷ ଦିବସ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇଟି ବିଭାଗର ରିପୋର୍ଟ ପ୍ରସ୍ତୁତ ଶେଷ ହୋଇଛି। ଖୁବ୍‌ଶୀଘ୍ର ରିପୋର୍ଟ ଦାଖଲ କରାଯିବ । ପ୍ରଥମ କ୍ୟାବିନେଟ ବୈଠକ ବେଳେ ବିଜେଡି ଇସ୍ତାହାରକୁ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଯେତେବେଳେ ମୁଁ ପ୍ରଥମ କରି ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱ ନେଲି ସେତେବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ତ୍ୱରାନ୍ବିତ କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ମୁଖ୍ୟମନ୍ତ୍ରୀଙ୍କର ସ୍ବପ୍ନ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା। ଠିକା ଡାକ୍ତରଙ୍କ ଅବସର ବୟସ ସୀମା ୬୮ରୁ ୭୦ ବର୍ଷକୁ ବୃଦ୍ଧି କରିବା ଥିଲା ଦ୍ୱିତୀୟ ଲକ୍ଷ୍ୟ । ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହିତ ନୂତନ ପଦବୀ ସୃଷ୍ଟି କରିବା ଏବଂ ପୁରୀ ଓ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ କରିବା ପ୍ରମୁଖ ଦାୟିତ୍ୱ ରହିଛି। ବିଭିନ୍ନ ଦିଗକୁ ଦେଖି ବିଭାଗଗୁଡ଼ିକର ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ଗଣତନ୍ତ୍ରରେ ଏହା ଏକ ଭଲ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସ୍ବାଗତ କରାଯାଉଛି ବୋଲି ସେ କହିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ଏ ପର୍ଯ୍ୟନ୍ତ ଆମ ବିଭାଗର ରିପୋର୍ଟ ଦାଖଲ କରାଯାଇ ନାହିଁ। ଶୁକ୍ରବାର ସନ୍ଧ୍ୟାରେ ଆମ ବିଭାଗର ଏକ ସମୀକ୍ଷା ବୈଠକ ଡକାଯାଇଛି। ଶନିବାର ଆମେ ରିପୋର୍ଟ ଦାଖଲ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ଆମେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଉପରେ ଅଧିକ ଫୋକସ କରୁଛୁ ବୋଲି ସେ କହିଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ୭ ତାରିଖ ରବିବାର ପଡୁଥିବାରୁ ଏହା ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri