ପ୍ରଥମ ଦିନରେ ୧୧କୋଟି

ମୁମ୍ବାଇ: ହ୍ରିତିକ ରୋଶନ୍‌ଙ୍କ ଅଭିନୀତ ‘ସୁପର ୩୦’ ରିଲିଜ ଦିବସରେ ୧୧କୋଟି ଅର୍ଜନ କରିଥିବା ଟ୍ରେଡ୍‌ ରିପୋର୍ଟ୍‌ସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଫିଲ୍ମ ଗତ ଶୁକ୍ରବାର ଦେଶର ବିଭିନ୍ନ ମେଟ୍ରୋ ତଥା ସହରାଞ୍ଚଳର ପ୍ରେକ୍ଷାଳୟଗୁଡିକ (ବିଶେଷକରି ମୁମ୍ବାଇ ଓ ଦକ୍ଷିଣ ଭାରତର ବିଭିନ୍ନ ପ୍ରେକ୍ଷାଳୟ)ରେ ରିଲିଜ ହୋଇଥିବାବେଳେ ସଂଧ୍ୟା ପର୍ଯ୍ୟନ୍ତ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ଆଗାମୀ ଦିନଗୁଡ଼ିକରେ ଏହି ଫିଲ୍ମ ଆଶାତୀତ ଲାଭ ଅର୍ଜନ କରିବା ଆଶା କରାଯାଉଛି। ଶୁକ୍ରବାର ଏହି ଫିଲ୍ମ ୧୧.୮୩କୋଟି ଟଙ୍କା ଅର୍ଜନ କରିଥିବା ଟ୍ରେଡ ଆନାଲିଷ୍ଟ ତରନ୍‌ ଆଦର୍ଶ ଶନିବାର ଟୁଇଟ୍‌ କରିଛନ୍ତି। ଚଳିତ ସପ୍ତାହରେ ଏକମାତ୍ର ଏହି ହିନ୍ଦୀ ଫିଲ୍ମ ରିଲିଜ ହୋଇଥିବାରୁ ଏହା ଆରମ୍ଭ ଦିନରୁ ହିଁ ହିଟ୍‌ ହେବା ଆଶା କରାଯାଉଥିଲା। ୨୦୧୭ ଜାନୁୟାରୀରେ ‘କାବିଲ୍‌’ ପରଠାରୁ ସୁପରଷ୍ଟାର ହ୍ରିତିକ୍‌ଙ୍କ ଅଭିନୀତ ଫିଲ୍ମର ଏହା ପ୍ରଥମ ରିଲିଜ୍‌। ଉକ୍ତ ଫିଲ୍ମ ପାଟ୍‌ନାର ଶିକ୍ଷାବିତ୍‌ ତଥା ‘ସୁପର-୩୦’ ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ଜୀବନ କାହାଣୀକୁ ଭିତ୍ତିକରି ଗଢ଼ି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri