Posted inଫୁରସତ

ପ୍ରଥମଥର ମୋବାଇଲ କିଣି ବାଜା ବାଣ ଫୁଟାଇ ଘରକୁ ଆଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ମଧ୍ୟପ୍ରଦେଶର ଶିବପୁରୀ ସହରର ଜଣେ ଚା’ ବିକାଳି ତାଙ୍କ ଝିଅର ଇଚ୍ଛା ପୂରଣ ପାଇଁ ଭିନ୍ନ ଢଙ୍ଗରେ ଘରକୁ ଆସିଛନ୍ତି। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ସେ ଏମିତି ନିଆରା ପଦକ୍ଷେପ ନେଇଛନ୍ତି। ପ୍ରଥମ ଥର ପାଇଁ ଏକ ନୂତନ ମୋବାଇଲ କିଣି ସେ ନିଜ ଝିଅକୁ ଏକ ଘୋଡ଼ାଗାଡ଼ିରେ ବସାଇ ବାଜା ବାଣ ରୋଷଣି କରି ଘରକୁ ଆସିଥିଲେ। ଯାହାକୁ ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦୋକାନରୁ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଚା’ ବିକ୍ରି କରୁଥିବା ଏହି ବ୍ୟକ୍ତିଙ୍କ ନାମ ମୁରାରୀ କୁଶଓ୍ବା। ସେ ଶିବପୁରୀ ସହରର ନୀଳଗରେ ଚା’ ବିକ୍ରି କରନ୍ତି। ଝିଅର ଇଚ୍ଛା ପୂରଣ କରିବା ପାଇଁ ସେ ସୋମବାର ସନ୍ଧ୍ୟାରେ ୧୨,୫୦୦ ଟଙ୍କାରେ ଏକ ମୋବାଇଲ କିଣି ଏହିଦିନଟିକୁ ସ୍ମରଣୀୟ କରିବା ପାଇଁ ଏକ ଶୋଭାଯାତ୍ରା କରିଥିଲେ।

ମୁରାରୀ କହିଛନ୍ତି, ମୋ ଘରକୁ ପ୍ରଥମ ଥର ମୋବାଇଲ ଆସିବା ପରେ ମୁଁ ଦୋକାନ ନିକଟରୁ ଘର ପର୍ଯ୍ୟନ୍ତ ବାଜା ବାଣ ରୋଷଣି କରି ଆସିଥିଲି। ଏହି ଶୋଭାଯାତ୍ରାରେ ଏକ ଘୋଡ଼ାଗାଡ଼ି ମଧ୍ୟ ଥିଲା, ଯେଉଁଥିରେ ମୁଁ ମୋ ଝିଅ ବସିକି ଆସିଥିଲୁ।

 

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କୁ ମଧ୍ୟ ଏକ ପାର୍ଟି ଦେଇଥିଲି। ସେ କହିଛନ୍ତି, କମ୍‌ ଟଙ୍କା ହେତୁ ମୁଁ ଝିଅର ଇଚ୍ଛା ପୂରଣ କରିବା ପାଇଁ ଇଏମ୍‌ଆଇରେ ମୋବାଇଲ କିଣିଛି। ମୋର ୫ ବର୍ଷର ଶିଶୁ କନ୍ୟା ଅଛି। ସେ ମୋତେ ଦୁଇ ବର୍ଷ ଧରି କହୁଥିଲା, ବାପା ତୁମେ ବହୁତ ମଦ ପିଉଛ। ତୁମେ ମଦ ପିଇବା ବନ୍ଦ କର। ସେହି ଟଙ୍କାରେ ମୋତେ ଏକ ମୋବାଇଲ କିଣି କି ଦିଅ।
ମୁରାରୀ କହିଛନ୍ତି, ମୁଁ ଝିଅକୁ କହିଲି, ଆଉ ଚିନ୍ତା କର ନାହିଁ। ମୁଁ ଏମିତି ଏକ ମୋବାଇଲ କିଣିବି ଯାହାକୁ ପୂରା ସହରବାସୀ ଦେଖିବେ। ତେଣୁ ମୋବାଇଲ କିଣି ଏପରି ଶୋଭାଯାତ୍ରାର ଆୟୋଜନ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri