Posted inଫୁରସତ

ପ୍ରଥମଥର ମୋବାଇଲ କିଣି ବାଜା ବାଣ ଫୁଟାଇ ଘରକୁ ଆଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ମଧ୍ୟପ୍ରଦେଶର ଶିବପୁରୀ ସହରର ଜଣେ ଚା’ ବିକାଳି ତାଙ୍କ ଝିଅର ଇଚ୍ଛା ପୂରଣ ପାଇଁ ଭିନ୍ନ ଢଙ୍ଗରେ ଘରକୁ ଆସିଛନ୍ତି। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ସେ ଏମିତି ନିଆରା ପଦକ୍ଷେପ ନେଇଛନ୍ତି। ପ୍ରଥମ ଥର ପାଇଁ ଏକ ନୂତନ ମୋବାଇଲ କିଣି ସେ ନିଜ ଝିଅକୁ ଏକ ଘୋଡ଼ାଗାଡ଼ିରେ ବସାଇ ବାଜା ବାଣ ରୋଷଣି କରି ଘରକୁ ଆସିଥିଲେ। ଯାହାକୁ ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦୋକାନରୁ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଚା’ ବିକ୍ରି କରୁଥିବା ଏହି ବ୍ୟକ୍ତିଙ୍କ ନାମ ମୁରାରୀ କୁଶଓ୍ବା। ସେ ଶିବପୁରୀ ସହରର ନୀଳଗରେ ଚା’ ବିକ୍ରି କରନ୍ତି। ଝିଅର ଇଚ୍ଛା ପୂରଣ କରିବା ପାଇଁ ସେ ସୋମବାର ସନ୍ଧ୍ୟାରେ ୧୨,୫୦୦ ଟଙ୍କାରେ ଏକ ମୋବାଇଲ କିଣି ଏହିଦିନଟିକୁ ସ୍ମରଣୀୟ କରିବା ପାଇଁ ଏକ ଶୋଭାଯାତ୍ରା କରିଥିଲେ।

ମୁରାରୀ କହିଛନ୍ତି, ମୋ ଘରକୁ ପ୍ରଥମ ଥର ମୋବାଇଲ ଆସିବା ପରେ ମୁଁ ଦୋକାନ ନିକଟରୁ ଘର ପର୍ଯ୍ୟନ୍ତ ବାଜା ବାଣ ରୋଷଣି କରି ଆସିଥିଲି। ଏହି ଶୋଭାଯାତ୍ରାରେ ଏକ ଘୋଡ଼ାଗାଡ଼ି ମଧ୍ୟ ଥିଲା, ଯେଉଁଥିରେ ମୁଁ ମୋ ଝିଅ ବସିକି ଆସିଥିଲୁ।

 

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କୁ ମଧ୍ୟ ଏକ ପାର୍ଟି ଦେଇଥିଲି। ସେ କହିଛନ୍ତି, କମ୍‌ ଟଙ୍କା ହେତୁ ମୁଁ ଝିଅର ଇଚ୍ଛା ପୂରଣ କରିବା ପାଇଁ ଇଏମ୍‌ଆଇରେ ମୋବାଇଲ କିଣିଛି। ମୋର ୫ ବର୍ଷର ଶିଶୁ କନ୍ୟା ଅଛି। ସେ ମୋତେ ଦୁଇ ବର୍ଷ ଧରି କହୁଥିଲା, ବାପା ତୁମେ ବହୁତ ମଦ ପିଉଛ। ତୁମେ ମଦ ପିଇବା ବନ୍ଦ କର। ସେହି ଟଙ୍କାରେ ମୋତେ ଏକ ମୋବାଇଲ କିଣି କି ଦିଅ।
ମୁରାରୀ କହିଛନ୍ତି, ମୁଁ ଝିଅକୁ କହିଲି, ଆଉ ଚିନ୍ତା କର ନାହିଁ। ମୁଁ ଏମିତି ଏକ ମୋବାଇଲ କିଣିବି ଯାହାକୁ ପୂରା ସହରବାସୀ ଦେଖିବେ। ତେଣୁ ମୋବାଇଲ କିଣି ଏପରି ଶୋଭାଯାତ୍ରାର ଆୟୋଜନ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri