Posted inଜାତୀୟ

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ ଅକ୍ଟୋବରରୁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହାରାହାରି ୨୬% ହାରରେ କମିବାରେ ଲାଗିଛି। ତେବେ କେବଳ ନଭେମ୍ବର ୨୦୧୮ରେ ହାରାହାରି ୧୨୬୨ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ, ଇପିଏଫ୍‌ଓ ପକ୍ଷରୁ ୨୦୧୭ ସେପ୍ଟେମ୍ବରରୁ ନୂଆ ନିଯୁକ୍ତି ସୃଷ୍ଟିର ପରିସଂଖ୍ୟାନ ସଂଗ୍ରହ କରାଯାଉଛି। ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ମିଳିଥିବା ତଥ୍ୟରୁ ଜଣାପଡୁଛି ଯେ, ନିଯୁକ୍ତି ସୃଷ୍ଟି ଧିମା ହେବାରେ ଲାଗିଛି। ଗତବର୍ଷ ଅକ୍ଟୋବରରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଅଗଷ୍ଟ ୨୦୧୮ ମଧ୍ୟରେ ୬.୧୦ ଲକ୍ଷ ପ୍ରତି ମାସରେ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ସେହିପରି ନଭେମ୍ବରରେ ଏହା ମାତ ୧୨୬୨ ହୋଇଥିଲା। ତେବେ ୨୦୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୮ ମଧ୍ୟରେ ୫.୬୫ ଲକ୍ଷ ପ୍ରତିମାସରେ ନୂଆ ରୋଜଗାର ସୃଷ୍ଟି ହୋଇଥିଲା। ଏଭଳି ଭାବେ ଚଳିତବର୍ଷ ଜାନୁୟାରୀରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ୨୦୧୮ ନଭେମ୍ବର ମଧ୍ୟରେ ପ୍ରତି ମାସରେ ୪.୯୦ ଲକ୍ଷ ରୋଜଗାର ସୃଷ୍ଟି ହୋଇଥିଲା। ସେହିପରି ଫେବୃୟାରୀରେ ଜାରି ତଥ୍ୟ ଅନୁଯାୟୀ ଏହା ୪.୫୨ ଲକ୍ଷ, ମାର୍ଚ୍ଚରେ ଏହା ୪.୪୯ ଲକ୍ଷ ଥିଲା। ଅନ୍ୟପକ୍ଷରେ ସଦ୍ୟତମ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ୪,୪୯,୨୬୧ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ହିସାବରେ ଦେଖିଲେ ୨୦୧୮ ଅକ୍ଟୋବରରୁ ନୂଆ ନିଯୁକ୍ତି ସୃଷ୍ଟି ପ୍ରାୟ ପ୍ରତିମାସରେ ୨୬% ହାରରେ କମିଛି। ମାର୍ଚ୍ଚରେ ଜାରି ଇପିଏଫ୍‌ଓ ତଥ୍ୟ ଅନୁଯାୟୀ, ୧୭ମାସରେ ସାରା ଦେଶରେ ୭୬.୪୮ ଲକ୍ଷ ଲୋକଙ୍କୁ ନୂଆ ରୋଜଗାର ମିଳିଛି। ସେହିପରି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ତଥ୍ୟକୁ ଯାଞ୍ଚ କଲେ ଜଣାପଡେ ଯେ, ରୋଜଗାର ସୃଷ୍ଟି କମିବାରେ ଲାଗିଛି। ବେତନ ପାଉଥିବା କମ୍ପାନୀ କର୍ମଚାରୀଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀରେ ନୂଆ ନିଯୁକ୍ତି ସୃଷ୍ଟି ୧.୭୩% ହ୍ରାସ ପାଇ ୧୫.୦୩ ଲକ୍ଷରେ ପହଞ୍ଚତ୍ଛି, ଯାହାକି ବର୍ଷକ ପୂର୍ବେ ୧୫.୩୦ ଲକ୍ଷ ଥିଲା। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ପ୍ରାୟ ୩ କୋଟି ନୂଆ ଅଂଶଧାରୀ ଇଏସ୍‌ଆଇସି ସହ ଯୋଡି ହୋଇଛନ୍ତି। ସୂଚନାଥାଉ କି, ଇଏସ୍‌ଆଇସି ଏପ୍ରିଲ  ୨୦୧୮ରୁ ‘ପେରୋଲ’ ତଥ୍ୟ ଜାରି କରୁଛି। ଏହା ଅଧୀନରେ ସେପ୍ଟେମ୍ବର ୨୦୧୭ରୁ ତଥ୍ୟ ଜାରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରୟ ଏବଂ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri