ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୨୦ା୨(ବ୍ୟୁରୋ):  ରାଜ୍ୟର ପ୍ରତି ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ବିଧାୟକମାନଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍‌ ଅନ୍ୟ ରାଜ୍ୟକୁ ଗସ୍ତ କରିବ। ବିଧାୟକଙ୍କ ମତାମତ ଓ ଟିମ୍‌ର ରିପୋର୍ଟ ଆଧାରରେ ମଡେଲ ମଣ୍ଡି ସ୍ଥାପନ କରାଯିବ। ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଆହୁରି ଏକମାସ ଦଶଦିନ ସମୟ ରହିଛି। ସମସ୍ତ ଧାନ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ମୂଳ ପ୍ରଶ୍ନରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ୨୦୧୯-୨୦ ଖରିଫ ଧାନକ୍ରୟ ପାଇଁ କେଉଁ ଜିଲାକୁ କେତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଏଫ୍‌ଏକ୍ୟୁ ଓ ନନ୍‌ଏଫ୍‌ଏକ୍ୟୁ ମାନର ଧାନ କିଣାଯାଇଛି, କେଉଁ ମଣ୍ଡିରେ ଚାଷୀମାନେ ପାଇଥିବା ଟୋକନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭାନ ହୋଇଯାଇଛି ବୋଲି ପଚାରିଥିଲେ। ବିଜେଡି ସଭ୍ୟ ନୃସିଂହ ଚରଣ ସାହୁ ଓ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମଧ୍ୟ ସମାନ ପ୍ରଶ୍ନ ପଚାରିଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୃସିଂହ କହିଥିଲେ, ମଣ୍ଡିଗୁଡ଼ିକ ଦୂର ଜାଗାରେ ହୋଇଥିବାରୁ ଚାଷୀମାନଙ୍କୁ ଧାନନେବାକୁ କଷ୍ଟ ହେଉଛି। ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ଖୋଲିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଚାଷୀଙ୍କଠାରୁ ନିଆଯାଉଥିବା ଧାନରୁ କାଟ କରାଯିବା ନେଇ ସେ ମନ୍ତ୍ରୀଙ୍କୁ ଘେରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ମିଲ ମାଲିକ ବିଭାଗୀୟ ବଡ଼ ଅଫିସରଙ୍କୁ ମାସିକ ୨ ଲକ୍ଷ ଟଙ୍କା ଦେଉଛନ୍ତି। ସେଥିପାଇଁ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୭ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନକୁ ନିମ୍ନମାନର ଦର୍ଶାଇ କାଟିଦିଆଯାଉଛି। ଦରକାର ପଡ଼ିଲେ ମୁଁ ଏହାର ପ୍ରମାଣ ଦେଇପାରିବି। ସରକାର ୫-ଟି ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସବୁ ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ବିଜେଡି ସଭ୍ୟ ରୋହିତ ପୂଜାରୀ, ଭୂପିନ୍ଦର ସିଂ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପ୍ରମୁଖ ଧାନ କିଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଯେଉଁ ଚାଷୀ ଟୋକନ ପାଉନାହାନ୍ତି ସେମାନେ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ଦୀର୍ଘଦିନ ଧରି ମଣ୍ଡି ନିକଟରେ ପଡ଼ିରହୁଛି।
ମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ୧୨ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତବର୍ଷ ୧୨ ଲକ୍ଷ ୩୫ହଜାର ୧୦୩ଜଣ ଚାଷୀଙ୍କୁ ପଞ୍ଜୀକୃତ କରାଯାଇଛି। ଆହୁରି ଏକମାସ ଦଶଦିନ ସମୟ ବାକି ଅଛି। ସମସ୍ତଙ୍କଠାରୁ ଧାନ କିଣାଯିବ। ଜିଲାସ୍ତରରେ ଧାନକିଣା କମିଟି ରହିଛି। ବିଧାୟକମାନେ ଏହାର ସଦସ୍ୟ ଅଛନ୍ତି। ଯେଉଁଠି ଅସୁବିଧା ହେଉଛି, ସେମାନେ ଆଲୋଚନା କରିପାରିବେ। ଆଜି ଯାଏ ବିନା ଟୋକନରେ ଧାନ କିଣା ହେଉଥିଲା। ଟୋକନ ବ୍ୟବସ୍ଥା ଲାଗୁହେବା ପରେ ଧାନକିଣା ଆହୁରି ବ୍ୟବସ୍ଥିତ ହୋଇପାରିଛି। ୮ ଲକ୍ଷ ୧୩ ହଜାର ୭୩୬ ଚାଷୀଙ୍କୁ ଟୋକନ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୧୩ ହଜାର ୭୩ ଜଣ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ୧୨ ଲକ୍ଷ ୩୫ ହଜାର ୧୦୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୫୦ ହଜାର ୯୯୬ ଜଣ ଚାଷୀଙ୍କର ଆଧାର ମେଳ ଖାଉ ନାହିଁ। ଅଖା ଫେରସ୍ତ ହେଉ ନ ଥିଲେ ମିଲରମାନେ ଚାଷୀଙ୍କୁ ଝୋଟ ଅଖା ବାବଦରେ ୧୦ ଟଙ୍କା, ଜରି ଅଖା ବାବଦରେ ୫ ଟଙ୍କା ଦେବାକୁ କୁହାଯାଇଛି। ଅଖା ପଇସା ପାଇବା ନେଇ ପ୍ରାଥମିକ ସମବାୟ ସମିତି ଉତ୍ତରଦାୟୀ ରହିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ କୌଣସି ଟୋକନ ଉଭାନ ହୋଇନାହିଁ। ଚାଷୀଙ୍କୁ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧୮୧୫ ଟଙ୍କା ଏବଂ ଗ୍ରେଡ-ଏ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୮୩୫ ଟଙ୍କା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri