ପ୍ରତିବାଦ କାହିଁକି

ଆକାର ପଟେଲ
ସାରା ଭାରତରେ ତୀବ୍ର ପ୍ରତିବାଦର ସ୍ବର ଉଠିବା ଓ ବିଶ୍ୱର ଗଣମାଧ୍ୟମରେ ପ୍ରଦର୍ଶିତ ହେବାର କାରଣ ବିଷୟରେ ଆମେ ଅନୁଧ୍ୟାନ କରିବା ଆବଶ୍ୟକ। ସରକାର କହୁଛନ୍ତି ଯେ, ପ୍ରତିବାଦକାରୀମାନେ ନାଗରିକତା ଆଇନ ବିଷୟରେ ଠିକ୍‌ଭାବେ ଜାଣିନାହାନ୍ତି ଏବଂ ଦ୍ୱନ୍ଦ୍ୱରେ ରହିଛନ୍ତି। କିନ୍ତୁ ସତକଥା ହେଲା ୨୦୧୪ରୁ ଏ ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ଏତେ ବଡ଼ ପ୍ରତିବାଦ କେବେ ଦେଖାଯାଇ ନ ଥିଲା। ମୋ ମତରେ ପ୍ରତିବାଦକାରୀମାନେ କାହିଁକି ପ୍ରତିବାଦ କରୁଛନ୍ତି ଜାଣିନାହାନ୍ତି ବୋଲି ସରକାର ଯାହା କହୁଛନ୍ତି ତାହା ଠିକ୍‌ ନୁହେଁ। ଏହାର ପୃଷ୍ଠଭୂମି ବିଷୟରେ ଟିକିଏ ଆଲୋଚନା କଲେ ଠିକ୍‌ ହେବ।
୨୦୧୭ରେ ଆସାମ ସରକାର ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କଲେ। ରାଜ୍ୟରେ ଥିବା ଫରେନର୍ସ ଟ୍ରିବ୍ୟୁନାଲରେ ଯେଉଁ ଓକିଲମାନେ କାମ କରୁଛନ୍ତି ସେମାନଙ୍କର ଦୁଇବର୍ଷିଆ ଚୁକ୍ତି ସମ୍ପ୍ରସାରଣକୁ ନେଇ ଏହି ସତ୍ୟପାଠ ଉଦ୍ଦିଷ୍ଟ ଥିଲା। ସରକାର ଯେଉଁ ଦଲିଲ ପ୍ରଦାନ କରିଥିଲେ ସେଥିରେ ଦର୍ଶାଇଥିଲେ ଯେ, ଖୁବ୍‌ ବେଶି ଲୋକଙ୍କୁ ବିଦେଶୀ ଭାବେ ଘୋଷଣା କରୁ ନ ଥିବା ଓକିଲମାନଙ୍କ ଚୁକ୍ତି ସମ୍ପ୍ରସାରଣକୁ ସରକାର ବିରୋଧ କରନ୍ତି। ୩୮୦ ଜଣ ଲୋକଙ୍କ ଦଲିଲ ପରୀକ୍ଷା କରି ସେମାନଙ୍କ ମଧ୍ୟରୁ ୧.୩୨ ପ୍ରତିଶତ ଲୋକଙ୍କୁ ବିଦେଶୀ ବୋଲି ଘୋଷଣା କରିଥିବା କାର୍ତ୍ତିକ ଚନ୍ଦ୍ର ରାୟଙ୍କ ଚୁକ୍ତିକୁ ବାତିଲ କରାଯିବା ଉଚିତ ବୋଲି ଆସାମ ସରକାର ମତ ଦେଇଥିଲେ। ସରକାରଙ୍କ ଦୃଷ୍ଟିରେ ରାୟଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା। ସେହିପରି ଦିଲୀପ କୁମାର ବର୍ମନ, ଭାବା ହଜାରିକା, ଦ୍ୱିଜେନ୍‌ ଦତ୍ତ, କମ୍‌ଲୁଦ୍ଦିନ ଅହମଦ ଚୌଧ୍‌ରୀ, ନିଲୟକାନ୍ତି ଘୋଷ, ନବନୀତ ମିତ୍ର ଏବଂ କୁଲେନ୍ଦ୍ର ତାଲୁକଦାରଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିବାରୁ ସେମାନଙ୍କ ଚୁକ୍ତିକୁ ବାତିଲ କରିବାକୁ ସରକାର ସୁପାରିସ କରିଥିଲେ। ଅପରପକ୍ଷେ ୪୬୦ ଜଣଙ୍କ ଭିତରୁ ୩୪.୫୭ ପ୍ରତିଶତଙ୍କୁ ବିଦେଶୀ ଘୋଷଣା କରିଥିବା ନାରାୟଣ କୁମାର ନାଥଙ୍କ ସପକ୍ଷରେ ସରକାର ମତ ଦେଇଥିଲେ। ସେହିପରି ୧୫ରୁ ୬୦% ପର୍ଯ୍ୟନ୍ତ ଲୋକଙ୍କୁ ବିଦେଶୀ ଘୋଷଣା କରିଥିବା ଅଭିଜିତ୍‌ ଦାସ, ହେମନ୍ତ ମହାନ୍ତ, ନବ କୁମାର ବରୁଆ, ଧୀରଜ କୁମାର ସାଇକିଆ, ଜୁନମୋନି ବୋରା, କଳ୍ପନା ବରୁଆ, ରମାକାନ୍ତ ଖାକଲାରୀ, ଅଜୟ ପୁହାଣ ପ୍ରମୁଖଙ୍କୁ ସରକାର ଉତ୍ତମ, ସନ୍ତୋଷଜନକ ବା ଚଳନୀୟ ଇତ୍ୟାଦି କହି ସେମାନଙ୍କ ଚୁକ୍ତି ସମ୍ପ୍ରସାରଣକୁ ଅନୁମୋଦନ କରିଥିଲେ। ସୁତରାଂ ଅଧିକ ଲୋକଙ୍କୁ ବିଦେଶୀ ଘୋଷଣା କରୁଥିବା ଠିକା ଓକିଲମାନଙ୍କୁ ଉତ୍ସାହିତ ଓ ପୁରସ୍କୃତ କରାଯାଇଥିଲା। ଯେଉଁମାନେ ସରକାରଙ୍କ ଇଚ୍ଛା ଅନୁସାରେ କାମ କରୁ ନ ଥିଲେ ସେମାନଙ୍କ ଚୁକ୍ତିକୁ ରଦ୍ଦ କରିଦିଆଯାଇଥିଲା। ତା’ପରେ ବିଦେଶୀ ଘୋଷିତ ଲୋକମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା।
ଯେତେବେଳେ ଜାତୀୟ ମାନବାଧିକାର କମିଶନ ଲୋକଙ୍କ ଅବସ୍ଥା ବୁଝିବା ପାଇଁ ଏକ ଟିମ୍‌ ପଠାଇଲେ, ସେମାନେ ଦେଖିଲେ ଯେ ବିଦେଶୀ ଘୋଷିତ ପରିବାରଗୁଡ଼ିକୁ ପୂରା ଅଲଗା କରିଦିଆଯାଇଛି। ମହିଳା ଓ ପିଲାମାନଙ୍କୁ ଗୋଟିଏ ଜେଲରେ ରଖାଯାଇଥିବା ବେଳେ ପୁରୁଷମାନଙ୍କୁ ଅଲଗା ଜେଲରେ ରଖାଯାଇଛି। ଅନେକ ଲୋକ ପାଗଳ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ବି ଦୋଷୀ ଭାବେ ସେହି ଜେଲରେ ରଖାଯାଇଛି। ଭାରତ ନିଜ ଲୋକଙ୍କ ବିରୋଧରେ ଏମିତି କାମ କରୁଛି।
ସଭ୍ୟ ଜଗତରେ କୌଣସି ଲୋକ କିଛି ଅପରାଧ କରିଥିବା ନେଇ ସରକାର ପ୍ରମାଣ କରିବା ଦରକାର। କିନ୍ତୁ ଭାରତରେ କୌଣସି ଲୋକକୁ କାହିଁକି ଜେଲରେ ରଖାଯିବ ନାହିଁ, ସେଥିପାଇଁ ସମ୍ପୃକ୍ତ ଲୋକକୁ ନିଜ ସପକ୍ଷରେ ପ୍ରମାଣ ଦେବାକୁ ପଡ଼ୁଛି। ଏହା ହେଉଛି ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଯାହାକୁ ସାରା ଭାରତରେ କାର୍ଯ୍ୟକାରୀ କରାଯିବ ବୋଲି ଅମିତ ଶାହା କହିଛନ୍ତି ଏବଂ ଏହା ହେଉଛି ତାକୁ କାର୍ଯ୍ୟକାରୀ କରିବାର ତରିକା। ଏବେ ଦେଖିବା ନାଗରିକତା ସଂଶୋଧନ ଆଇନ (ସିଏଏ) କ’ଣ। ଏହି ଆଇନ ଅନୁସାରେ ଭାଜପା ସରକାରର ସନ୍ତୋଷ ଉତ୍ପାଦନ କଲାଭଳି ନିଜ ନାଗରିକତାର ପ୍ରମାଣ ଦେଇପାରୁ ନ ଥିବା ମୁସଲମାନମାନଙ୍କୁ ଜେଲରେ ରଖାଯିବ। ଅନ୍ୟ ଧର୍ମାବଲମ୍ବୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି କାରଣ ଆଇନ ଅନୁସାରେ ୨୦୧୪ ଡିସେମ୍ବର ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଅଣମୁସଲିମ୍‌ମାନଙ୍କୁ ନାଗରିକତା ପ୍ରଦାନ କରାଯିବ। କେବଳ ମୁସଲମାନମାନଙ୍କୁ ନାଗରିକତାର ପ୍ରମାଣ ଦେବାକୁ ହେବ।
ସେହିପରି ଏନ୍‌ଆର୍‌ସିର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ସନ୍ତୋଷ ଉତ୍ପାଦନ କଲାଭଳି କାଗଜପତ୍ର ପ୍ରଦର୍ଶନ କରିପାରୁ ନ ଥିବା ଭାରତୀୟ ମୁସଲମାନମାନଙ୍କୁ ସବୁଦିନ ପାଇଁ ଜେଲରେ ରଖିବା ଏବଂ ଯେଉଁ କର୍ମଚାରୀ ସର୍ବାଧିକ ସଂଖ୍ୟକ ମୁସଲମାନଙ୍କୁ ବିଦେଶୀ ବୋଲି ପ୍ରମାଣ କରି ନ ପାରିବ ତାଙ୍କୁ ଦଣ୍ଡିତ କରିବା। ଏହି କାରଣରୁ ଅନେକ ଭାରତୀୟ ମୁସଲମାନ ଉକ୍ତ ଆଇନ ବିରୋଧରେ ପ୍ରତିବାଦ କରିବା ଦେଖାଯାଉଛି। ଅନେକ ଅଣମୁସଲମାନ ମଧ୍ୟ ଭାରତରେ ଘଟୁଥିବା ଏହିସବୁ ଅବାଞ୍ଛିତ ଘଟଣା ପ୍ରତି ଆଖି ବୁଜିଦେଇ ପାରୁନାହାନ୍ତି। ଶେଷରେ ଏହି କାରଣରୁ ଭାରତର ବୈଦେଶିକ ମନ୍ତ୍ରୀ ଚଳିତ ସପ୍ତାହରେ ଲଜ୍ଜାଜନକ ଭାବରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିନିଧି ସଭାକୁ ବାତିଲ କରିଦେଇଛନ୍ତି। କାରଣ ଅନ୍ୟ ପ୍ରତିନିଧିମାନେ ସେଠି ତାଙ୍କୁ ଭାରତରେ କ’ଣ ସବୁ ଚାଲିଛି ବୋଲି ପ୍ରଶ୍ନ ପଚାରିଲେ ସେ କି ଉତ୍ତର ଦେବେ? ସେ ଭଲଭାବେ ଜାଣିଛନ୍ତି ଯେ, ସେ ଭାରତ ସରକାରଙ୍କ କାର୍ଯ୍ୟ ସପକ୍ଷରେ ଆତ୍ମରକ୍ଷାମୂଳକ ସଫେଇ ଦେଇପାରିବେ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?