Posted inଜାତୀୟ

ପ୍ରତିଦିନ ମୋର ଅପମାନ ହେଉଛି: କାହିଁକି ଏମିତି କହି ଚେୟାର୍‌ରୁ ଉଠି ପଳାଇଲେ ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୮।୮ ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ସଂସଦରେ ରାଗିଯାଇ ଚେୟାର ଛାଡି ପଳାଇଛନ୍ତି। ବିରୋଧୀ ଦଳର ନେତାଙ୍କ ସ୍ଲୋଗାନରେ ସେ ରାଗିଥିଲେ। ସେ କହିଛନ୍ତି, ଆଜି ଏଠାରେ ଯାହା ଘଟିଛି ତାହା ଠିକ ନୁହେଁ। ଏଠାରେ ମୋତେ ନୁହେଁ, ବରଂ ଚେୟାରମ୍ୟାନ ପଦକୁ ବିରୋଧୀ ଦଳର ନେତା ଅସମ୍ମାନ କରୁଛନ୍ତି। ସେମାନେ ମୋତେ ପ୍ରତିଦିନ ଅପମାନ କରୁଛନ୍ତି। ଏଭଳି ପରିସ୍ଥିତିରେ, ମୁଁ ଏହି ଚେୟାରରେ ବସିପାରୁ ନାହିଁ। ଏହି ସମୟରେ ବିରୋଧୀ ଦଳ ଗୃହରୁ ବାହାରିଥିଲେ।
ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ବିନେଶ ଫୋଗଟଙ୍କ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଅନୁମତି ଦିଆଯାଇ ନ ଥିଲା, ବିରୋଧୀଦଳର ନେତାମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଅଧ୍ୟକ୍ଷ ଏହା ଉପରେ ରାଗିଯାଇଥିଲେ। ଧନଖର କହିଛନ୍ତି, ବିରୋଧୀମାନେ ଅନୁଭବ କରୁଛନ୍ତି ଯେ. କେବଳ ସେମାନେ ଦୁଃଖ ଅନୁଭବ କରୁଛନ୍ତି। ସେହି ଝିଅ ଯୋଗୁ ସମଗ୍ର ଦେଶ ଦୁଃଖିତ। କିନ୍ତୁ ଏହାର ଫାଇଦା ଉଠାଇ ଏହାକୁ ରାଜନୀତିକରଣ କରିବା ସେହି ଝିଅ ପାଇଁ ସବୁଠାରୁ ବଡ ଅପମାନ।
ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜେପି ନଡା କହିଛନ୍ତି, ସମଗ୍ର ଦେଶ ଭିନେଶ ଫୋଗଟଙ୍କ ସହ ଛିଡା ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କୁ ‘ଚାମ୍ପିଅନ ଅଫ ଚାମ୍ପିଅନ୍ସ’ ବୋଲି କହିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ବର ହେଉଛି ୧୪୦ କୋଟି ଲୋକଙ୍କ ସ୍ବର। ଦୁର୍ଭାଗ୍ୟବଶତଃ ଆମେ ଏହାକୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଭାଗ କରୁଛୁ। ଭାରତ ସରକାର, କ୍ରୀଡା ମନ୍ତ୍ରଣାଳୟ ଏବଂ ଆଇଓସି ସମସ୍ତ ଫୋରମରେ ସମାଧାନର ରାସ୍ତା ଖୋଜିବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri