ପ୍ରଜାମଣ୍ଡଳ ଭବନ ପରିସର ପାଣି ଘେରରେ:ଟେଣ୍ଡରଧାରୀ-ପୌର କର୍ତ୍ତୃପକ୍ଷ ଦୋଷ ଠେଲାଠେଲି

ତାଳଚେର,୧୦ା୯(ନି.ପ୍ର.)

ତାଳଚେରର ଗଣପର୍ବ ଗଣେଶ ପୂଜାରେ ଏଥର ବର୍ଷା ବାଧକ ସାଜିଛି। ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ପ୍ରଜାମଣ୍ଡଳ ଭବନ ପରିସର। ବିଭିନ୍ନ ଦୋଳି, ଖେଳ ସାମଗ୍ରୀ, ମିନାବଜାର ଓ ଖାଦ୍ୟ ବଜାର ଥିବାରୁ ଏହା ପୂଜାର ମୁଖ୍ୟ ଆକର୍ଷଣ କେନ୍ଦ୍ର। ଏହାକୁ ଚଳିତବର୍ଷ ୧୧ ଲକ୍ଷ, ୧୧ ହଜାର, ୧୧ ଟଙ୍କାରେ ସ୍ବାଧୀନ ଥମ୍ବଙ୍କୁ ନିଲାମ ଦିଆଯାଇଛି। ହେଲେ ଏଠାରେ ବର୍ଷା ପାଣି ଠିଆ ହୋଇ ରହିଥିଲେ ବି ସମ୍ପୃକ୍ତ ଟେଣ୍ଡରଧାରୀ କିମ୍ବା ପୌର କର୍ତ୍ତୃପକ୍ଷ କେହି ବି ସେଥିପ୍ରତି ଧ୍ୟାନ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଉଭୟ ପକ୍ଷ ପରସ୍ପରକୁ ଦୋଷ ଠେଲୁଥିବା ବେଳେ ପୂଜା ବୁଲିବାକୁ ଆସୁଥିବା ସହରର ହଜାର ହଜାର ଲୋକ ପ୍ରଜାମଣ୍ଡଳ ଭବନ ପରିସରକୁ ପ୍ରବେଶ କରିବାରେ ହନ୍ତସନ୍ତ ହେଉଛନ୍ତି। ଫଳରେ ପୂଜାର ମଜା ଫିକା ପଡ଼ିଯାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଜାମଣ୍ଡଳ ଭବନ ପରିସରରେ ବିଭିନ୍ନ ପ୍ରକାର ଦୋଳି, ଟ୍ରେନ୍‌, ଫାଷ୍ଟଫୁଡ, ଗୁପଚୁପ, ଚାଟ୍‌ ଦୋକାନ ସହିତ ଅନେକ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସବୁଠାରୁ ଅଧିକ ଭିଡ଼ ଏଠାରେ ଲାଗିବା କଥା। ହଜାର ହଜାର ଲୋକ ଏହା ଭିତରକୁ ଯାତାୟାତ କରି ପୂଜାର ମଜା ଉଠାଇବା କଥା। କିନ୍ତୁ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ପାଣି, କାଦୁଅରେ ଭର୍ତ୍ତି ହୋଇଯାଇଛି। ଏଥିଯୋଗୁ ଛୋଟ ପିଲା ଓ ମହିଳାମାନେ ଏହା ମଧ୍ୟକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକେ କାଦୁଅରେ ଖସି ପଡୁଥିବା ଦେଖାଯାଉଛି। ଏହା ଭିତରେ ଠିକ୍‌ ଆଲୋକୀକରଣ ବ୍ୟବସ୍ଥା, ଶୌଚାଳୟ, ପ୍ରତିବର୍ଷ ପରି ଏବର୍ଷ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ଭିତରକୁ ଯିବା ନିମନ୍ତେ ଏକ ଛୋଟ ପ୍ରବେଶ ପଥ ଥିବାବେଳେ ବୁଢିଆଣୀ ଜାଲ ଭଳି ଚାରିଆଡେ ବିଦ୍ୟୁତ୍‌ ତାର ଝୁଲି ରହିଛି। ହେଲେ ପୌର କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ଟେଣ୍ଡରଧାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଦେଖଣାହାରୀମାନେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ଟେଣ୍ଡର ନେଇଥିବା ସ୍ବାଧୀନ ଥମ୍ବ କହିଛନ୍ତି, ପୌର କର୍ତ୍ତୃପକ୍ଷଙ୍କୁ ଅନେକବାର କହିବା ସତ୍ତ୍ୱେ କେହି ଶୁଣୁ ନାହାନ୍ତି। ଅପରପକ୍ଷରେ ପୌର ନିର୍ବାହୀ ଅଧିକାରୀ ଅତସି ପରିଡା କହିଛନ୍ତି, ପାଣି ଓ କାଦୁଅ ରହିଥିବା ସ୍ଥାନରେ କ୍ରଶର ଗୁଣ୍ଡ ପକାଇବାକୁ ଠିକାଦାରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri