ପ୍ରଚାର ସରିଲା, ସବୁଠି କଡ଼ା ମୁକାବିଲା

ଯାଜପୁର ଅଫିସ,୨୮ା୪: ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରୁ ଖୋଲାଖୋଲି ଭୋଟ ପ୍ରଚାର ସରିଛି । ଏବେ ବିଭିନ୍ନ ଦଳ ଓ ପ୍ରାର୍ଥୀ ଭୋଟରଙ୍କ ନିକଟରେ ଭିତିରିଆ ପହଞ୍ଚତ୍ବାକୁ ଲାଗି ପଡ଼ିଲେଣି। ଅପରପକ୍ଷେ ଜିଲାର ୧ଟି ଲୋକ ସଭା ଓ ୭ ବିଧାନସଭା ଆସନଗୁଡିକର ରାଜନୈତିକ ସମୀକରଣ ଓଲଟପାଲଟ ହେବାର ଆଶଙ୍କା କରାଯାଉଛି। ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର(ସଂରକ୍ଷିତ), ଯାଜପୁର, ବରୀ, ଧର୍ମଶାଳା ଓ ବଡଚଣା ବିଧାନସଭା ଆସନରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାବେଳେ କୋରେଇ ଓ ସୁକିନ୍ଦା ଆସନରେ ତ୍ରିମୁଖୀ ଲଢେଇ ହେଉଥିବା ପରିଲ୍ଲକ୍ଷିତ ହୋଇଛି । ବିଶେଷକରି ବିଏସ୍‌ପି, କଳିଙ୍ଗସେନା, ହିନ୍ଦୁସ୍ଥାନ ନିର୍ମାଣ, କୃପା ପାର୍ଟି ଓ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଭଳି ରାଜନୈତିକ ଦଳ ତ କେଉଁଠି ବିଦ୍ରୋହୀ ଓ ସ୍ବାଧୀନଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି। ମୋଟାମୋଟି ଭାବରେ ସବୁଠି କଡ଼ା ମୁକାବିଲା ହେଉଛି ।

ଯାଜପୁର ଲୋକ ସଭା

ଯାଜପୁର ଲୋକ ସଭା ଆସନରେ ୮ ଜଣ ପ୍ରାର୍ଥୀ ରହିଛନ୍ତି ା ହେଲେ ଚୂଡାନ୍ତ ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡିର ଶର୍ମିଷ୍ଠା ସେଠୀ, ଭାଜପାର ଅମିୟକାନ୍ତ ମଲିକ ଓ କଂଗ୍ରେସର ମାନସ ଜେନା ରହିଛନ୍ତି ।
ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭାବେ ପ୍ରଥମ ଥର ଭୋଟ ରାଜନୀତିକୁ ଓହ୍ଲାଇଥିବା ଶର୍ମିଷ୍ଠା ବେଶ୍‌ ସଫଳତାର ସହ ଲୋକଙ୍କ ପାଖରେ ନିଜକୁ ଓ ବିଜେଡିର ଶଙ୍ଖ ଚିହ୍ନକୁ ପହଞ୍ଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ଭାଜପାର ଅମିୟକାନ୍ତ ଦ୍ୱିତୀୟ ଥର ଲୋକ ସଭା ପାଇଁ ଲଢୁଛନ୍ତି ା ମୋଦି ହାୱା ଜୋରସୋର ଚାଲିଥିବାରୁ ସମସ୍ତ ୭ଟି ବିଧାନସଭା ଆସନର ଭୋଟର ଭାଜପା ଲୋକ ସଭା ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଲୋଚନା ହେଉଛି। ପ୍ରଚାର ଅଭିଯାନରେ ଜିଲାରେ କଂଗ୍ରେସ ପ୍ରାର୍ଥୀ ମାନସ ନିଜର ଉପସ୍ଥିତି ସେତେଟା ଜାହିର କରିପାରି ନ ଥିବା ଦେଖିବାକୁ ମିଳୁଛି। କଂଗ୍ରେସର ପାରମ୍ପରିକ ଭୋଟରଙ୍କ ଉପରେ ସେ ଭରସା ରଖିଛନ୍ତି।
ବିଞ୍ଝାରପୁର ବିଧାନସଭା

ଜିଲାର ଏକମାତ୍ର ସଂରକ୍ଷିତ ବିଞ୍ଝାରପୁର ଆସନରେ ମାତ୍ର ୫ଜଣ ପ୍ରାର୍ଥୀ ରହିଛନ୍ତି ା ଚୂଡାନ୍ତ ପ୍ରତିଦ୍ୱନ୍ଦିତାରେ ଥିବା ବିଜେଡିର ପ୍ରମିଳା ମଲିକ, ଭାଜପାର ବବିତା ମଲିକ ଓ କଂଗ୍ରେସର ମନୋରଞ୍ଜନ ଦାସ ଭୋଟରଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଏହି ଆସନରୁ ୫ ଥର ବିଧାୟିକା ହୋଇ ପ୍ରମିଳା ଭୋଟରଙ୍କ ପାଇଁ ନୂଆ ନୁହନ୍ତି ା
ବିଧାୟକ ଓ ମନ୍ତ୍ରୀ ଭାବରେ ଜନସମ୍ପର୍କକୁ ପାଥେୟ କରି ସେ ଭୋଟରଙ୍କ ପାଖକୁ ଯାଉଛନ୍ତି। ତେବେ ଚଳିତ ଥର କିଛିଟା ଆଣ୍ଟି ଇନକ୍ୟୁବେନ୍ସି ଫ୍ୟାକ୍ଟର କାର୍ଯ୍ୟ କରୁଥିବା ଭଳି ମନେ ହେଉଛି। ବିଶେଷକରି ୫ ଥର ନିର୍ବାଚିତ ହେବା ପରେ ଏବେ ଭୋଟର ବିଭିନ୍ନ ପ୍ରଶ୍ନ କରି ପ୍ରମିଳାଙ୍କୁ ବିରୋଧ କରୁଥିବା କେତେକାଂଶରେ ଦେଖା ଦେଇଛି ା ଅନ୍ୟ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏହାର ଫାଇଦା ନେବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି ।
କଂଗ୍ରେସର ମନୋରଞ୍ଜନ ଦଳୀୟ ପାରମ୍ପରିକ ଭୋଟ ଏବଂ ଗତ ପଞ୍ଚାୟତ ନିର୍ବାଚନରେ ବୃଦ୍ଧି ପାଇଥିବା ଦଳୀୟ ନେଟୱର୍କ ଭାଜପା ପ୍ରାର୍ଥୀ ବବିତାଙ୍କୁ ସହାୟକ ହେଉଥିବାରୁ ମତଦାନ କାହା ସମପକ୍ଷରେ ଯିବ ତାହା ସମ୍ପକୂର୍ଣ୍ଣ ଅସ୍ପଷ୍ଟ ରହିଛି।
ଯାଜପୁର ବିଧାନସଭା

ଯାଜପୁର ବିଧାନସଭା ଆସନରେ ଏଥର ବିଜେଡିର ହେଭିୱେଟ ନେତା ପ୍ରଣବପ୍ରକାଶ ଦାସ, ଭାଜପାର ଗୌତମ ରାୟ ଓ କଂଗ୍ରେସର ସନ୍ତୋଷ ନନ୍ଦଙ୍କ ସମେତ ୬ ଜଣ ପ୍ରାର୍ଥୀ ହୋଇଛନ୍ତି ା
ଏହି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । କିନ୍ତୁ ଏଥର ବିଜେଡିର ପ୍ରଣବଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି ା
ବିକାଶ ନାମରେ ହୋଇଥିବା ବ୍ୟାପକ ଦୁର୍ନୀତି ତାଙ୍କୁ ଲଢେଇର ସମ୍ମୁଖୀନ ହେବାକୁ ପଡିଛି ା ଭାଜପା ପ୍ରାର୍ଥୀ ଗୌତମ ଲୋକଙ୍କ ପାଖରେ ପହଞ୍ଚି ବିଜେଡିର ଦୁର୍ନୀତିଖୋର ଶାସନ ସମ୍ପର୍କରେ ପ୍ରଚାର କରି ଭୋଟରଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ନନ୍ଦ ଲୋକଙ୍କ ପାଖରେ ପହଞ୍ଚି ପାରି ନ ଥିବାରୁ ଏଠାରେ ଦ୍ୱିମୁଖୀ ଲଢେଇ ହେବା ନିଶ୍ଚିତ ହୋଇଛି।
ବରୀ ବିଧାନସଭା

ବରୀ ବିଧାନସଭା ଆସନରେ ୭ ଜଣ ପ୍ରାର୍ଥୀ ରହିଥିଲେ ହେଁ ବିଜେଡିର ସୁନନ୍ଦା ଦାସ ଓ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ା ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ନେତୃତ୍ୱରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୋଇଥିବା ସୁନନ୍ଦାଙ୍କୁ ଏଥର ବିଜେଡି ଟିକେଟ ମିଳିଛି ା କ୍ଷମତା ଲୋଭରେ ଭାଜପାକୁ ଛାଡି ଗୋଟିଏ ଦିନ ମଧ୍ୟରେ ବିଜେଡିରେ ମିଶିଥିବାରୁ ସଚେତନ ଭୋଟରଙ୍କ ମଧ୍ୟରେ ସୁନନ୍ଦାଙ୍କ ପ୍ରତି କିଛି ନକରାମତ୍କ ଭାବନା ସୃଷ୍ଟି ହୋଇଛି ା
ତଥାପି ନବୀନଙ୍କ ହାୱାରେ ସେ ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି ା ଭାଜପାର ବିଶ୍ୱରଞ୍ଜନ ଗତ ଥର ସ୍ବାଧୀନ ଭାବେ ଲଢି ପ୍ରାୟ ୭ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ା ଏଥର ସେହି ପୁଞ୍ଜିକୁ ପାଥେୟ କରି ମୋଦିଙ୍କ ହାୱାରେ ସେ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ା କଂଗ୍ରେସ ପ୍ରାର୍ଥୀ ଉମେଶ ଜେନାଙ୍କୁ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିବାବେଳେ କେତେକ ସ୍ଥାନରେ ଆଣ୍ଟି ଇନକ୍ୟୁବେନ୍ସିର ଲାଭ ପାଇବେ ବୋଲି ଚର୍ଚ୍ଚା ହେଉଛି ା
ବଡ଼ଚଣା ବିଧାନସଭା

ବଡଚଣା ଆସନରେ ୭ ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଚୂଡ଼ାନ୍ତ ଲଢେଇରେ ବିଜେଡିର ଅମରପ୍ରସାଦ ଶତପଥି, ଭାଜପାର ଅମର ନାୟକ ଓ କଂଗ୍ରେସର ଅଜୟ ସାମଲ ରହିଛନ୍ତି ା ଏଠାରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ଲଢେଇ ହେଉଛି ା ଶେଷ ମୂହୁର୍ତ୍ତରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର କଂଗ୍ରେସ ଦଳ ଟିକେଟ ଫେରାଇ ଦେବା ପରେ କଂଗ୍ରେସ ଏକ ପ୍ରକାର ଦୁର୍ବଳ ହୋଇଯାଇଛି ା ଏଣୁ ଭାଜପା ଓ ବିଜେଡି ମଧ୍ୟରେ ଏଠାରେ କଡା ଟକ୍କର ହେଉଛି ା ବିଜେଡିର ବିଧାୟକ ଅମର ପ୍ରସାଦ ଶତପଥି ଦୀର୍ଘଦିନ ଧରି କ୍ଷମତାରେ ରହି ଆସିଥିବାରୁ ସେ ଆଣ୍ଟି ଇନକ୍ୟୁବେନ୍ସିର ସମ୍ମୁଖୀନ ହେଉଥିବାବେଳେ ଭାଜପା ପ୍ରାର୍ଥୀ ଅମର ନାୟକ ଏହାର ଫାଇଦା ନେବା ଲକ୍ଷ୍ୟରେ ରହିଛନ୍ତି ା
ଧର୍ମଶାଳା ବିଧାନସଭା

ଧର୍ମଶାଳାରେ ଏକତରଫା ଲଢେଇ ଚାଲିଥିବା ପରିଲ୍ଲକ୍ଷିତ ହୋଇଛି ା ଧର୍ମଶାଳା ବିଧାୟକଙ୍କ ଘମାଘୋଟ ପ୍ରଚାର ଆଗରେ ବିରୋଧୀ ନଇଁ ପଡିଲା ଭଳି ଲାଗୁଛି ା ତଥାପି ଆଣ୍ଟି ଇନକ୍ୟୁବେନ୍ସିର ଭୟ ବିଧାୟକଙ୍କୁ ଘାରିଛି ା ଏହାର ଫାଇଦା ନେବାକୁ ଭାଜପାର ରମେଶ ପରିଡା ଓ କଂଗ୍ରେସର ସ୍ମୃତିରେଖା ପହି ସେତେଟା ସଫଳ ହୋଇ ପାରୁନାହାନ୍ତି ା ଫଳରେ ଧର୍ମଶାଳା ବିଜେଡିରେ ଗତ ପ୍ରାୟ ୧ ମାସ ହେବ ଭାଜପା ଓ କଂଗ୍ରେସର ଶତାଧିକ କର୍ମୀ ମିଶୁଥିବାର ଦେଖାଯାଉଛି ।
କୋରେଇ ବିଧାନସଭା

କୋରେଇ ବିଧାନସଭା ଆସନର ଫଳାଫଳ ଜିଲାରେ ବ୍ୟତିକ୍ରମ ହେବାର ସମ୍ଭାବନା ରହିଛି ା
ଏଠାରେ ବିଜେଡି ପ୍ରାର୍ଥୀଙ୍କୁ ନିଜ ଦଳୀୟ କର୍ମୀ ଅଡୁଆରେ ପକାଇଛନ୍ତି ା ବିଧାୟକ ଆକାଶ ଦାସନାୟକଙ୍କୁ ଟିକେଟ ନ ମିଳିବା ପରେ ଏଠାରେ ବିଜେଡି ୩ ଫାଳ ହୋଇଛି ା ବିଜେଡି ପ୍ରାର୍ଥୀ ଅଶୋକଙ୍କୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେଉଥିବାବେଳେ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ଏହାର ଉପଯୁକ୍ତ ଫାଇଦା ନେଉଛନ୍ତି ା
ପୂର୍ବରୁ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ରହିଥିଲେ ହେଁ ବନ୍ଦିତାଙ୍କ ନେତୃତ୍ୱରେ ଏବେ କଂଗ୍ରେସର ସ୍ଥିତି ସୁଧାର ହୋଇଛି ା ଭାଜପା ପ୍ରାର୍ଥୀ ବିଶ୍ୱଜିତ ନାୟକ ମଧ୍ୟ ଜୋରସୋର ପ୍ରଚାର କରି ଲୋକଙ୍କ ପାଖକୁ ପହଞ୍ଚିବାରେ ସକ୍ଷମ ହୋଇ ପାରିଛନ୍ତି ା ଏଠାରେ ତିନି ପ୍ରମୁଖ ଦଳ ମଧ୍ୟରେ କାଟେଁ କା ଟକ୍କର ହେଉଥିବା ଦେଖିବାକୁ ମିଳୁଛି ା
ସୁକିନ୍ଦା ବିଧାନସଭା

ଶିଳ୍ପ ଓ ଖଣି ସମୃଦ୍ଧ ସୁକିନ୍ଦା ଆସନରେ ତ୍ରିମୁଖୀ ଲଢେଇ ହେଉଛି ା ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇା, ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ଓ କଂଗ୍ରେସର ଶରତ ରାଉତ କେହି କାହାରିକୁ କମ୍‌ ନୁହନ୍ତି ା ଗତ ନିର୍ବାଚନରେ କଂଗ୍ରେସର ଶରତ ମାତ୍ର ୪ ହଜାର ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନଙ୍କ ଠାରୁ ପରାସ୍ତ ହୋଇଥିଲେ ା ତେବେ ଗତଥର ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ ଏଥର ଭାଜପାର ପ୍ରାର୍ଥୀ ହୋଇ ନିଜର ଦମ ଦେଖାଇବାରେ ସଫଳ ହୋଇ ପାରିଛନ୍ତି। ତଥାପି ବିଜେଡିର ଗୋଟିଚାଳନାରେ ଉଭୟ ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କୁ ନାକେଦମ ହେବାକୁ ପଡୁଛି ା ନିର୍ବାଚନୀ ପ୍ରଚାର ସରିଥିଲେ ହେଁ ଏଠାରେ ଚିତ୍ର ଅସ୍ପଷ୍ଟ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri