Posted inUncategorized

ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୮ ଓ୍ବାର୍ଡର ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସମସ୍ୟା ସମାଧାନ ନ ହେଲେ ଓ୍ବାର୍ଡବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ଆର୍ଥିକବର୍ଷ ୨୦୧୨-୧୩ରେ କୁଳାସର ଗ୍ରାମ ପଞ୍ଚାୟତର କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୯ ୱାର୍ଡ଼ର ପାଖାପାଖି ୨୫୦୦ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ହେବାର ଦୁଇମାସ ପରେ ୯ ୱାର୍ଡ଼ ବଦଳରେ ମାତ୍ର ୨ଟି ୱାର୍ଡ଼ରେ ସୀମିତ ରହିଲା ଜଳଯୋଗାଣ। ପଞ୍ଚାୟତବାସୀ ଏହି ସମସ୍ୟା ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗଠାରେ ଅଭିଯୋଗ କରିଥିଲେ। ହେଲେ ମାଟିତଳେ ପାଣି ନ ପଡ଼ିବାରୁ ଏହିଭଳି ଅସୁବିଧା ଦେଖାଦେଇଥିବା ବିଭାଗ ପକ୍ଷରୁ କୁହାଗଲା। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ଦୁଇଟି ୱାର୍ଡ଼ ବଦଳରେ ଗୋଟିଏ ୱାର୍ଡ଼କୁ ପାଣି ଯୋଗାଣ ହେଉଛି। ପ୍ରବଳ ଗୀଷ୍ମ ପ୍ରବାହରେ ଲୋକମାନେ ପାନୀୟଜଳ ପାଇଁ କୂଅର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ନଳକୂପ ଥିଲେ ମଧ୍ୟ ପାଣିରେ ଲୁହାଗୁଣ୍ଡ ଆସୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ପଞ୍ଚାୟତବାସୀ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
କ’ଣ କହନ୍ତି ଏମାନେ
– ବିଭାଗ କିଛି ତର୍ଜମା ନ କରି ଯେଉଁଠି ପାରିଲା ସେଇଠି ଖୋଳି ଦେଲା। ଏବେ ପାଣି ଆସୁ ନ ଥିବାରୁ ଆମେମାନେ ହଇରାଣ ହେଉଛୁ। ଏହାର ତଦନ୍ତ ନ କରି ସରକାର କିପରି ଟଙ୍କା ମଞ୍ଜୁର କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ଯନ୍ତ୍ରୀ ମିଳିମିଶି ନିମ୍ନମାନର କାମ କରି ମାଲାମାଲ ହେଲେ, ଆମକୁ ପାଣି ମିଳିଲା ନାହିଁ।
ସଞ୍ଜୟ କୁମାର ସାହୁ, ଗ୍ରାମବାସୀ
– ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୯ ୱାର୍ଡ଼କୁ ପାଣି ଯୋଗାଣ ପାଇଁ ବନ୍ଦୋବସ୍ତ କଲେ। ପ୍ରତି ୱାର୍ଡ଼କୁ ପାଇପ୍‌ ବିଛାଯିବା ସହିତ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଗଲା। ପାଣି ଆସୁ ନ ଥିବାରୁ କିଛି ସ୍ଥାନରେ ଲୋକମାନେ ଷ୍ଟାଣ୍ଡପୋଷ୍ଟ ଓ ପାଇପ୍‌ ଉପାଡ଼ି ନେଲେଣି। ଲୋକେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ବାଧ୍ୟ ହୋଇ ଆମେ ଦୂଷିତ ପାଣି ପିଉଛୁ।
ବିପିନ ନାୟକ, ଗ୍ରାମବାସୀ
-ରାଜନୈତିକ ଇଚ୍ଛାଶକ୍ତି ଅଭାବ ଓ ପ୍ରଶାସନର ଅସହଯୋଗ ଯୋଗୁ ଏଭଳି ଅସୁବିଧା ହେଉଛି। ପ୍ରତିବର୍ଷ ଖରାଦିନେ ଲୋକମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଟିତଳେ ପାଣି ନାହିଁ ବୋଲି କୁହାଯାଉଛି। ୭ବର୍ଷ ବିତି ଯାଇଥିଲେ ବି କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।
ଗୌରାଙ୍ଗ ଖୁଣ୍ଟିଆ, ଗ୍ରାମବାସୀ
– ମାଟିତଳୁ (ସୋର୍ସ) କମ୍‌ ଜଳ ମିଳିବା କାରଣରୁ ଏଭଳି ଅସୁବିଧା ଦେଖାଦେଇଛି। ଏହାର ବିକଳ୍ପ ଭାବେ କ’ଣ କରାଯାଇପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଅନ୍ୟ କେଉଁଠି ସୋର୍ସ କରାଯାଇ ପାଣି ଟାଙ୍କିକୁ ଅଣାଯିବାର ବନ୍ଦୋବସ୍ତ କରାଯିବ।
ରାଜୀବ ପାଣିଗ୍ରାହୀ, ନିର୍ବାହୀଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?