ପୋଷା ପ୍ରାଣୀ ବି ମନୁଷ୍ୟକୁ ରଖିଥାନ୍ତିି ସୁସ୍ଥ !

ଓ୍ବାଶିଂଟନ,୮।୩ : କେତେକ ଲୋକଙ୍କର ଘରେ ପୋଷା ପ୍ରାଣୀ ପାଳିବା ସଉକ ରହିଥାଏ। କେହିକେହି କୁକୁର, ବିଲେଇ, ଠେକୁଆ, ଶୁଆ, କଇଁଛ ଆଦି ପ୍ରାଣୀ ଘରେ ପାଳିଥାନ୍ତି। ତେବେ ଏହାଦ୍ୱାରା ମନୁଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ପୋଷା ପ୍ରାଣୀ ରଖିଲେ ମନ ଆନନ୍ଦିତ ରହିବା ସହିତ ଶରୀର ବି ସୁସ୍ଥ ରହିଥାଏ। କିଛି ସମୟ ପୋଷା ପ୍ରାଣୀଙ୍କ ସହିତ ଖେଳିଲେ ଶରୀରରେ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରୋଟୋନି ଏବଂ ଏଣ୍ଡୋରଫିନ୍‌ ହରମୋନ୍‌ କ୍ଷରଣ ବୃଦ୍ଧି ପାଇଥାଏ। ଫଳରେ ମନରେ ଖୁସିଜାତ ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୁଏ। ଏହା ଦ୍ୱାରା ହାର୍ଟ ଆଟାକ୍‌, ବ୍ରେନ୍‌ ଷ୍ଟ୍ରୋକ୍‌, ଡାଇବେଟିସ୍‌ ସହିତ କିଡ୍‌ନୀ, ଲିଭର, ସ୍ପାଇନାଲ୍‌ କର୍ଡ ସମସ୍ୟା ଆଦି ଦୂର ହୋଇଥାଏ ବୋଲି ସାନ୍‌ ଫ୍ରାନ୍ସିକୋର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ କାହିଁକି ୬୮ ପ୍ରତିଶତ ଲୋକଙ୍କ ଘରେ ପୋଷା ପ୍ରାଣୀ ପାଳନ କରାଯାଇଥାଏ ସେ ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ। ମନୁଷ୍ୟଙ୍କ ଉପରେ ପଡୁଥିବା ପୋଷା ପ୍ରାଣୀଙ୍କ ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ହୋଇଥିଲା। ଘରେ ପାଳିତ ହୋଇଥିବା ପୋଷା ପ୍ରାଣୀଙ୍କର ସକାରାତ୍ମକ ପ୍ରଭାବ ନବଜାତ ଶିଶୁ ଉପରେ ମଧ୍ୟ ପଡ଼ିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ଅଟିଜିମ୍‌, ଅଲଝାଇମର୍‌, ମାନସିକ ବିସାଦ ଆଦି ସମସ୍ୟା ପୋଷା ପ୍ରାଣୀଙ୍କୁ ଘରେ ପାଳନ କରିବା ଦ୍ୱାରା ସହଜରେ ଦୂର ହୋଇପାରିଥାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ-‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ’

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri