ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ

ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ ଇନ୍ଦ୍ର ଦେବତାଙ୍କ କୃପାରେ ଚାଷ କରୁଥିବା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଏହି ବନ୍ଧର ପୁନରୁଦ୍ଧାର ହୋଇ ନଥିବା ବେଳେ ଉପରୁ ମୁଣ୍ଡରୁ ବୋହି ଆସୁଥିବା ବାଲି ଗୋଡି ଦ୍ୱାରା ବନ୍ଧଟି ନିଜ ସ୍ଥିତ ହଜାଇ ସାରିଲାଣି। ମାଛ ଚାଷ ପାଇଁ ପଞ୍ଚାୟତ ପକ୍ଷରୁ ଏହା ନିଲାମ କରାଯାଉଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟବାସୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ପର୍ଶଳା ପଞ୍ଚାୟତର ସୀମାରେ ଅବସ୍ଥିତ ଏହି ଦୀର୍ଘକାୟ ବନ୍ଧଟି କାହିଁ କେଉଁ କାଳରୁ ଖୋଳାଯାଇଥିଲା। ଉଭୟ ପଟରେ ଏକର ଏକର ଚାଷ ଜମିକୁ ଏହି ବନ୍ଧରୁ ପାଣି ମଡାଯାଇ ଚାଷ କାଯର୍‌ୟ କରାଯାଉଥିଲା। ଏହି ବନ୍ଧ ଉପରେ ନିକଟସ୍ଥ ମାଙ୍କିଡିଆ ସାହି, ପର୍ଶଳା, ସିଜୁକଳା, ଗୁମୁରା, ସରୁପତଳା ଆଦି ଅଞ୍ଚଳର ଲୋକମାନେ ନିର୍ଭର କରି ଆସୁଛନ୍ତି। ଚାଷ କାର୍ଯ୍ୟ ପାଇଁ ଏହି ବନ୍ଧର ପାଣିକୁ ବ୍ୟବହାର କରୁଥିଲେ ମଧ୍ୟ ମଣିଷ ବୁଡିଯିବା ଭଳି ପାଣି ରହୁଥିବା ବେଳେ ଆଜି କାଦୁଅ ଭର୍ତ୍ତି ହୋଇ ଆଣ୍ଠୁଏ ପାଣି ରହିଛି। କିଛି ଦିନ ପୂର୍ବେ ବେଆଇନ ଭାବେ ଏହି ବନ୍ଧ କଟାଯାଇ ପାଣି ବାହାର କରିବା ସହିତ ମାଛ ଧରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିଲାମ ପ୍ରକ୍ରିୟା ଶେଷ କରି ପଞ୍ଚାୟତ ତାର କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଏହାର ଉଦ୍ଧାର ପ୍ରତି ଦୃଷ୍ଟି ଦେଉନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏ ବନ୍ଧର ପୁନଃଉଦ୍ଧାର କାର୍ଯ୍ୟ କରାଯାଇ ନାହିଁ। ପଞ୍ଚାୟତ ପକ୍ଷରୁ ଏହାର ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା। ମାତ୍ର ଏହା ଆମ ଗାଁ ଆମ ବିକାଶ ଯୋଜନାରେ କରାଯିବାର ବ୍ୟବସ୍ଥା ରହିଛି ବୋଲି ଅଧିକାରୀମାନେ ସରପଞ୍ଚଙ୍କୁ ଜଣାଇଥିଲେ। ମେ ମାସ ଯାଇ ଜୁନ ମାସ ଆରମ୍ଭ ହେବାକୁ ବସିଲାଣି। ବର୍ଷା ଦିନେ ଏହାର ପୁନଃଉଦ୍ଧାର ଅସମ୍ଭବ ତେଣୁ ବର୍ଷା ଜଳ ସଂରକ୍ଷଣ ପାଇଁ ଏହାର ଉଦ୍ଧାର ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri