Posted inଫୁରସତ

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍‌ ଭଳି। ଏମିତି କିଛି ଫୁଲକୁ ନେଇ ଏହି ଉପସ୍ଥାପନା।

ଶୁଆ ପରି ଦେଖାଯାଉଥିବା ଫୁଲ(ପ୍ୟାରଟ୍‌ ଫ୍ଲାଓ୍ବାର୍‌):
ବିଶେଷକରି ଥାଇଲାଣ୍ଡ ଏବଂ ଭାରତର ପୂର୍ବ ଭାଗରେ ଏହି ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହା ଫୁଟିଥାଏ। ପୂରା ଫୁଟିଲେ ଫୁଲଟି ଲାଲ ଏବଂ ବାଇଗଣୀ ରଙ୍ଗର ଦେଖାଯିବା ସହ ଆକାର ଶୁଆ ଭଳି ହୋଇଯାଏ। ଥାଇଲାଣ୍ଡର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହା ଦେଖାଯାଏ। ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ।

ଲାଫିଙ୍ଗ୍‌ ବମ୍ବଲ ବି’ ଅର୍‌ଚିଡ୍‌ (ହସୁଥିବା ମାଈ ମହୁମାଛି ଭଳି):
ପର୍ତ୍ତୁଗାଲ, ତୁର୍କୀ, ଲେବାନନ୍‌ ଆଦି ଅଞ୍ଚଳରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତିଟି ଫୁଲରେ ତିନୋଟି ପାଖୁଡ଼ା ଥାଏ। ମଝି ପାଖୁଡ଼ାଟି ଠିକ୍‌ ମାଈ ମହୁମାଛି ସଦୃଶ।

OLYMPUS DIGITAL CAMERA

ଫ୍ଲାଇଂ ଡକ୍‌ ଅର୍ଚିଡ୍‌ (ଉଡୁଥିବା ବତକ ସଦୃଶ):
ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ ଏହି ଫୁଲ। ବାଇଗଣୀ ରଙ୍ଗର ବତକ ଭଳି ଏହା ଦେଖାଯାଏ।

ସ୍ବାଡେଲ୍ଡ ବେବିଜ୍‌ (ଆଙ୍ଗୁଲା ୟୁନିଫ୍ଲୋରା):
ଏହା ଦେଖିବାକୁ ଛୋଟ ଶିଶୁଙ୍କୁ କପଡ଼ାରେ ଗୁଡ଼ାଇବା ଭଳି। କଲମ୍ବିଆ, ଇକ୍ୟୁଆଡର୍‌ ଏବଂ ଭେନ୍‌ଜୁଏଲାରେ ବିଶେଷକରି ଦେଖିବାକୁ ମିଳିଥାଏ। ଫୁଲଟି ଦେଖିବାକୁ ଧଳା ଏବଂ କ୍ରିମ୍‌ ରଙ୍ଗର। ଏହାର ବୃକ୍ଷଗୁଡ଼ିକ ୪୫ରୁ ୬୦ସେମି ଲମ୍ବ। ବିଶ୍ୱରେ ଦେଖାଯାଉଥିବା ଅର୍କିଡ୍‌ ଫୁଲ ପ୍ରଜାତିର ଏହା ସବୁଠାରୁ ଅଧିକ ମିଳୁଥିବା ଫୁଲ।

ହାପି ଏଲିଅନ୍‌ (ଡାରଓ୍ବିନ୍‌ସ ସ୍ଲିପର୍‌):
ଏହି ଫୁଲ ଦେଖିବାକୁ ଠିକ୍‌ ଏଲିଅନ୍‌ ଭଳି। ଆମେରିକାର ଦକ୍ଷିଣ ଭାଗରେ ଫୁଟୁଥିବା ଉକ୍ତ ଫୁଲ ୧୩ ସେମି ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ। ଏହାର ରଙ୍ଗ ନାରଙ୍ଗୀ ଏବଂ ଲାଲ। ଏଥିରେ ଥିବା ଦୁଇଟି ଧଳା ଆଖି ଆକୃତି ଏହାକୁ ହସୁଥିବା ଏଲିଅନ୍‌ ପରି କରିଥାଏ।

ମଙ୍କି ଫେସ୍‌ ଅର୍ଚିଡ୍‌(ଡ୍ରାକୁଲା ସିମିଆ):
ଠିକ୍‌ ମାଙ୍କଡ଼ ମୁହଁ ପରି ଦେଖାଯାଉଥିବା ଏହି ଫୁଲ କମଳା ପରି ବାସ୍ନା ହୋଇଥାଏ। ପେରୁ ଏବଂ ଦକ୍ଷିଣପୂର୍ବ ଇକ୍ୱାଡରରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ମୁଖ୍ୟତଃ ଏହାର ପାଖୁଡାଗୁଡ଼ିକ ଏହାକୁ ମାଙ୍କଡ ଭଳି ଆକୃତି ଦେଇଥାଏ।

ଡ୍ୟାନ୍ସିଂ ଗର୍ଲସ (ନୃତ୍ୟରତା ଝିଅ ଭଳି): 
ପୂର୍ବ ଆଫ୍ରିକାର ବର୍ଷା ପ୍ରଭାବିତ ଅଞ୍ଚଳରେ ଉକ୍ତ ଫୁଲ ଦେଖାଯାଏ। ଏହା ଦେଖିବାକୁ ଠିକ୍‌ ନୃତ୍ୟ କରୁଥିବା ଝିଅ ଭଳି। ହାଲୁକା ଗୋଲାପୀ ଓ ଧଳା ରଙ୍ଗର ଏହି ଫୁଲକୁ ଯେ କେହି ଦେଖିଲେ ଘଡିଏ ଅନାଇ ରହିବ। ଭୂମିଠାରୁ ମାତ୍ର ୩୦ ସେମି ଉଚ୍ଚ ଗଛରେ ଏହା ହୋଇଥାଏ। ଫୁଲ ଗୁଡ଼ିକ ୨ ସେମି ଲମ୍ବ।

ବ୍ଲିଡିଂ ହାର୍ଟସ୍‌ (ରକ୍ତ ଝରୁଥିବା ହୃଦୟ ଭଳି):
ନାମ ଯେପରି, ଫୁଲଟି ଦେଖିବାକୁ ସେପରି। ହୃଦୟରୁ ଟୋପାଏ ଲୁହ ଝରିବା ଭଳି ଏହା ଦେଖାଯାଏ। ସାଇବେରିଆ, ଉତ୍ତର ଚାଇନା, କୋରିଆ ଏବଂ ଜାପାନରେ ବିଶେଷଭାବେ ମିଳିଥାାଏ। ତେବେ ଏହା ପଛରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ରହିଥିବା ଶୁଣିବାକୁ ମିଳେ। ଯାହାକୁ ଆପଣ ସୋସିଆଲ ମିଡିଆରୁ ପଢ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri