ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ୧.୦୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାରେ ହୋଇଥିବା ଠକେଇ ମାମଲାର ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତ ତଥା ଉକ୍ତ ବ୍ୟାଙ୍କର ପୂର୍ବତନ ହେଡ୍‌ କ୍ୟାଶିୟର ବେଦବ୍ୟାସ ବାରିକ ଓ ତାଙ୍କ ସ୍ତ୍ରୀ ଶର୍ମିଳା ପଣ୍ଡାଙ୍କ ୧ କୋଟି ୫ ଲକ୍ଷ ୬୮ ହଜାର ୩୮୧ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍‌ କରିଛି। ଏନେଇ ଇଡି ପକ୍ଷରୁ ସୋମବାର ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ସମ୍ପତ୍ତିରେ ବେଦବ୍ୟାସଙ୍କ ୮ଟି ବ୍ୟାଙ୍କରେ ଥିବା ଟଙ୍କା, ଭୁବନେଶ୍ୱର ଓ କଟକରେ ଥିବା ୪ଟି ପ୍ଲଟ୍‌ ଏବଂ ଗୋଟିଏ ଫ୍ଲାଟ୍‌ ରହିଛି। ଠକେଇ ଟଙ୍କାରୁ ଏସବୁ ସମ୍ପତ୍ତି କରାଯାଇଥିବା ପ୍ରମାଣ ମିଳିବା ପରେ ପ୍ରିଭେନ୍‌ଶନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ୨୦୦୨ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଅଧିକ ତଦନ୍ତ କରାଯାଉଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି।
ଇଡିର ସୂଚନା ଅନୁୟାୟୀ, ଅଭିଯୁକ୍ତ ବେଦବ୍ୟାସଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମୈତ୍ରୀ ବିହାରରେ। ସେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାର ମୁଖ୍ୟ କ୍ୟାଶିୟର ଥିଲେ। ୨୦୦୮ରୁ ୨୦୧୨ ମଧ୍ୟରେ ସେ ତାଙ୍କ ପଦବୀକୁ ଅପବ୍ୟବହାର କରି ଦିଲ୍ଲୀ ବାସିନ୍ଦା ବିଜୟ କେତନ ବାରିକଙ୍କ ସ୍ତ୍ରୀ ସୁକାନ୍ତି ବାରିକଙ୍କଠାରୁ ସୁଧମୂଳ ସହ ୪ କୋଟି ୭୮ ଲକ୍ଷ ଠକେଇ କରିଥିଲେ। ସୁକାନ୍ତି କଟକ ଶାଖାରେ ଆର୍‌ଡି ଆକାଉଣ୍ଟ ଖୋଲି ୨୦୦୮ ଡିସେମ୍ବରରୁ ୨୦ ମାସ ପର୍ଯ୍ୟନ୍ତ ପ୍ରତି ମାସ ୪୦ ହଜାର ଟଙ୍କା ଲେଖାଏ ଡିପୋଜିଟ୍‌ କରିଥିଲେ। ତେବେ ବେଦବ୍ୟାସ ୬ରୁ ୨୦ଟି କିସ୍ତି ଟଙ୍କାକୁ ଠକି ନେଇଥିଲେ। ସେହିପରି ଭୁବନେଶ୍ୱର ଶାଖାରେ ସୁକାନ୍ତି ମୋଟ ୨.୮୯ କୋଟି ଟଙ୍କା ନିବେଶ କରିଥିଲେ ମଧ୍ୟ ବେଦବ୍ୟାସ ସୁକାନ୍ତିଙ୍କୁ ୧୬ ଏଫ୍‌ଡିଆର୍‌ଏସ୍‌ର ଜାଲ୍‌ ରସିଦ ଦେଇଥିଲେ। ଠକେଇ ସଂକ୍ରାନ୍ତରେ ଜଣାପଡ଼ିବା ପରେ ସୁକାନ୍ତି ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ସିବିଆଇ ୨୦୧୯ ଏପ୍ରିଲ ୯ରେ ମାମଲା ରୁଜୁ କରି ତଦନ୍ତ କରିବା ସହ ବେଦବ୍ୟାସଙ୍କୁ ଗିରଫ କରିଥିଲା। ତେବେ ସିବିଆଇର ମାମଲା ଆଧାରରେ ଇଡି ଏହି ବେଆଇନ ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri