ପୂର୍ଣ୍ଣଚନ୍ଦ୍ରଙ୍କ ‘ନିଶ’ ରଖିବା ସଉକ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)ସମସ୍ତଙ୍କ କିଛି ନା କିଛି ସଉକ ଥାଏ ା ଏଭଳି ନିଶ ରଖିବା ମଧ୍ୟ ଅନେକଙ୍କ ସଉକ ଥିଲେ ହେଁ ଏକ ଭିନ୍ନ ପ୍ରକାରର ନିଶ ରଖିବା ସଉକ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୬୩)ଙ୍କ ରହିଛି ା ପୂର୍ଣ୍ଣଚନ୍ଦ୍ରଙ୍କ ଘର ପାଟଣା ବ୍ଲକ କୋଡ ଖମଣ ଗ୍ରାମ ା ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ଅଧୀନ ବିଲାତି ଓଡ଼ିଶାରେ ସିକ୍ୟୁରିଟି ଇନଚାର୍ଜ ଥାଇ ଅବସର ନେଇ ଏବେ ଘରେ ଅଛନ୍ତି। ଚାକିରି ସମୟରୁ ନିଶ ରଖିବା ତାଙ୍କର ସଉକ ହୋଇଛି ା ଯଦିଓ ହିନ୍ଦୁ ଧର୍ମ ମୁତାବକ ଶୁଦ୍ଧି କାମରେ କାଟିବାକୁ ପଡେ ତେବେ ନିଶ ରଖିବା ନିଶା ଏବେ ମଧ୍ୟ ଛାଡି ନାହାନ୍ତି। ସେ ନିଶରେ ଘିଅ ଲଗାଇ ମାଲିସ କରନ୍ତି। ଯାହା ଫଳରେ ନିଶ ନରମ ରୁହେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ ଗୃହିଣୀ ା ପୁଅ ଇଞ୍ଜିନିୟର। ଝିଅ ବିବାହିତା ା ଅବସର ପରେ ଘରେ ଚାଷ ଓ ବାଡିବଗିଚାରେ କାମ କରି ଚଳୁଛନ୍ତି। ଆମ୍ବ ବାଗାନ ରହିଛି ା ସେ ତାଙ୍କ ନିଶର ସାଇଜ ନିଜେ କରନ୍ତି। ଏବେ ତାଙ୍କ ନିଶର ଲମ୍ବ ପ୍ରାୟ ୧ ଫୁଟ ହେବ ା ନ କାଟିଥିଲେ ଏହା ଆହୁରି ବଡ଼ ଥାନ୍ତା ବୋଲି କୁହନ୍ତି। ନିଶ ହେଉଛି ତାଙ୍କର ମର୍ଯ୍ୟାଦାର ପ୍ରତୀକ ା ତାଙ୍କର ପୋଲିସ ବିଭାଗରେ କାମ କରୁଥିବା ସାଙ୍ଗମାନେ ନିଶକୁ ବେଶ୍‌ ପ୍ରଶଂସା କରନ୍ତି। ନିଶ ପାଇଁ ସେ ସବୁଠି ପରିଚିତ। ନିଶ ପାଇଁ ତାଙ୍କୁ ଅନେକେ ରାବଣ ବୋଲି ସମ୍ବୋଧନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri