ପୂଜାରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଖୋର୍ଦ୍ଧା ପୋଲିସର କଟକଣା, ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨ା୧୦: ଦଶହରା ଏବଂ ଗଜଲକ୍ଷ୍ମୀ ପୂଜାରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖୋର୍ଦ୍ଧା ପୋଲିସ ଜିଲାର ମୁୁଖ୍ୟାଳୟରେ ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ଟେଷ୍ଟ କରାଯାଇଛି। ପ୍ରଦୂଷଣ ବିଭାଗର ଜୁନିୟର ସାଇଣ୍ଟିଫିକ୍‌ ଅଧିକାରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍‌ ଡିଜେ ମାଲିକଙ୍କ ନୂଆ ଏବଂ ପୁରୁଣା ସାଉଣ୍ଡ ଲିମିଟରକ ପରୀକ୍ଷଣ କରିଛନ୍ତି। ରିପୋର୍ଟ ଜଣା ପଡିବା ପରେ ସଠିକ ସାଉଣ୍ଡ ଲିମିଟର ତାଲିକା ଖୋର୍ଦ୍ଧା ଏସ୍‌ପିଙ୍କୁ ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଡିଜେ ବଜାଇବାର ଅନୁମତି ମିଳିବ ବୋଲି ପ୍ରଦୁଷଣ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ୧୨ଶହ ଓ୍ବାଟ୍‌ ବିଶିଷ୍ଠ ୪ଟି ଟପ୍‌ ବକ୍ସ ଏବଂ ୨ଟି ବେସ୍‌ ବକ୍ସ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିନା ସାଉଣ୍ଡ ଲିମିଟର ମେଶିନ ସଂଯୋଗରେ ବକ୍ସ ବଜାଇ ପାରିବେ ନାହିଁ ବୋଲି ଉପସ୍ଥିତ ଥିବା ଡିଜେ ମାଲିକ ମାନଙ୍କୁ ଅବଗତ କରାଯାଇଛି। ସାଉଣ୍ଡ ପର୍‌ମିଶନ ଉପଜିଲାପାଳ କାର୍ଯ୍ୟାଳୟକୁ ଓ ନୋ ଅବଜେକସନ୍‌ ସାର୍ଟିଫିକେଟ ଥାନାରୁ ମିଳିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଡିଜେ ଯନ୍ତ୍ର ବ୍ୟବହାର ଉପରେ ଜିଲା ପୋଲିସ କଟକଣା ଜାରି କରିଛି। ମଙ୍ଗଳବାର ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ଉଚ୍ଚ ସ୍ତରିୟ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ହାଇକୋର୍ଟର ଗାଇଡ ଲାଇନ ମୁତାବକ ଡିଜେକୁ ସମ୍ପୂର୍ଣ୍ଣ ଭାବେ ନିଷିଧ କରିବା ସହିତ ୬୫ ଡିସିବେଲର ଧ୍ୱନି ମଧ୍ୟରେ ମାଇକ୍‌ ଆଣ୍ଡ ସାଉଣ୍ଡର ବ୍ୟବହାର କରିବାକୁ ଏସ୍‌ପି କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ବିଭିନ୍ନ ଥାନାର ଆଇଆଇସିକୁ ନିର୍ଦ୍ଦେଶ ରହିଛି । ଏପରିକି ଆଇନ୍‌ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଡିଜେ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri