Posted inଜାତୀୟ

ପୁରୁଣା ଟିମ୍‌ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍‌

ନୂଆଦିଲ୍ଲୀ,୧୬।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍‌ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି। କେଜରିଓ୍ବାଲ ପୁରୁଣା ଟିମ୍‌ ସହିତ ନୂଆ ଇନିଂସ୍‌ ଆରମ୍ଭ କରିଛନ୍ତି। ପୁରୁଣା ଟିମ୍‌ର ସଦସ୍ୟଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ୍‌ ହୁସେନ୍‌ ଏବଂ ରାଜେନ୍ଦ୍ର ପାଲ୍‌ ଗୌତମ ପ୍ରମୁଖ କେଜରିଓ୍ବାଲଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି।ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଯେତେଜଣ ଶପଥ ନେଇଛନ୍ତି, ସମସ୍ତେ ରାଜ ନିବାସକୁ ବାଛିଛନ୍ତି। କିନ୍ତୁ କେଜ୍‌ରିଓ୍ବାଲ ପ୍ରଥମଥର ପାଇଁ ଏହି ପରମ୍ପରାକୁ ଭାଙ୍ଗି ରାମଲୀଲା ମଇଦାନରେ ଶପଥ ନେଇଛନ୍ତି। କେଜ୍‌ରିଓ୍ବାଲଙ୍କ ପରେ ମନୀଷ୍‌ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଲ ରାଏ, କୈଳାଶ ଗେହଲଟ, ଇମ୍ରାନ୍‌ ହୁସେନ ଓ ରାଜେନ୍ଦ୍ର ଗୌତମ ମନ୍ତ୍ରୀ ରୂପେ ଶପଥ ନେଇଥିଲେ। ତେବେ ଦିଲ୍ଲୀ କ୍ୟାବିନେଟ ୨୦୨୦-୨୫ରେ ଜଣେ ହେଲେ ମହିଳାଙ୍କୁ ମନ୍ତ୍ରୀ ଭାବେ ସାମିଲ କରାଯାଇ ନାହିଁ। କ୍ରମାଗତ ତୃତୀୟଥର ପାଇଁ ଶାସନ ଭାର ଗ୍ରହଣ ପରେ କେଜ୍‌ରିଓ୍ବାଲ ଦିଲ୍ଲୀବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ, ରାଜଧାନୀରେ ସୁଶାସନ ଆଣିବା ଲାଗି ସେ କେନ୍ଦ୍ର ସରକାରଙ୍କ ସହ ମିଳିମିଶି କାମ କରିବାକୁ ଚାହାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ମଧ୍ୟ ଆବଶ୍ୟକ। ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଥିଲେ। ମୋଦିଜୀ ସମ୍ଭବତଃ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗଦେଉଥିବାରୁ ଆସିପାରି ନାହାନ୍ତି। ତେବେ ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ନେବା ପାଇଁ ଚାହୁଁଥିବା କେଜ୍‌ରିଓ୍ବାଲ ପ୍ରକାଶ କରିଥିଲେ। ଏଏପି ମୁଖ୍ୟ ଆହୁରି କହିଥିଲେ ଯେ, ନିର୍ବାଚନ ପ୍ରଚାର ବେଳେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିରୋଧୀମାନଙ୍କୁ ସେ କ୍ଷମା କରିଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ସମସ୍ତ ଦିଲ୍ଲୀବାସୀଙ୍କ ବିଜୟ। ନିର୍ବାଚନ ଶେଷ ହୋଇଯାଇଛି। କିଏ କାହାକୁ ଭୋଟ ଦେଲେ ବା ନ ଦେଲେ ସେଥିରେ ଆଉ କିଛି ଯାଏଆସେ ନାହିଁ। ଏବେ ସେ ସମସ୍ତଙ୍କ ପାଇଁ କାମ କରିବେ। ଯେକୌଣସି ଜାତି, ଧର୍ମ, ବର୍ଣ୍ଣର ହୋଇଥିଲେ ମଧ୍ୟ କିଛି ଭେଦଭାବ ରହିବ ନାହିଁ। ସେ କେବଳ ଏଏପିର ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଭାଜପା, କଂଗ୍ରେସ ଏବଂ ସର୍ବୋପରି ସମସ୍ତ ଦିଲ୍ଲୀବାସୀଙ୍କ ମୁଖ୍ୟମନ୍ତ୍ରୀ ବୋଲି କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି।
ଉକ୍ତ ଶପଥ ଗ୍ରହଣ ଉତ୍ସବକୁ ସ୍କୁଲ ଶିକ୍ଷକମାନଙ୍କ ସହ ବିଭିନ୍ନ କ୍ଷେତ୍ରର ୫୦ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦିଲ୍ଲୀ ପୋଲିସ ମଧ୍ୟ ଏଥିଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଥିଲା। ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ପ୍ରାୟ ୩,୦୦୦ ସୁରକ୍ଷା କର୍ମୀ ରାମଲୀଲା ମଇଦାନରେ ମୁତୟନ ହୋଇଥିଲେ। ଏହାସହ ସମ୍ପୂର୍ଣ୍ଣ ପଡ଼ିଆକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଥିଲା। ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ‘ବେବି ମଫଲରମ୍ୟାନ୍‌’। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଭଳି ବେଶ ଧାରଣ କରିଥିବା ଏହି କୁନି ବାଳକଙ୍କ ସହ ଶପଥଗ୍ରହଣ ଉତ୍ସବରେ ଅନେକ ଦଳର ଅନେକ ନେତା ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ଛୋଟା କେଜ୍‌ରିଓ୍ବାଲ ନାମରେ ପରିଚିତ ଆଭ୍ୟାନ ତୋମାରଙ୍କ ଫଟୋ ଓ ଭିଡିଓ କ୍ଲିପ୍‌ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶ ଯେ, ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଗତ ୮ ତାରିଖରେ ନିର୍ବାଚନ ହୋଇଥିଲା। ଭୋଟ ଗଣତି ୧୧ରେ କରାଯାଇଥିଲା। ଶାସକ ଏଏପି ୬୨ ଆସନ ଦଖଲ କରି ପୂର୍ଣ୍ଣସଂଖ୍ୟାଗରିଷ୍ଠତା ଲାଭ କରି ତୃତୀୟଥର ପାଇଁ ସରକାର ଗଠନ କରିଛି। ଭାଜପାକୁ ମାତ୍ର ୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରି ନାହିଁ।

ପୁରୁଣା ମନ୍ତ୍ରୀ ମଣ୍ଡଳରେ ମନୀଷଙ୍କ ହାତରେ ଅର୍ଥ, ଶିକ୍ଷା,ପର୍ଯ୍ୟଟନ, କଳା-ସଂସ୍କୃତି ଆଦି ୧୧ଟି ବିଭାଗ ରହିଥିଲା। ସେ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେହିପରି ସତ୍ୟେନ୍ଦ୍ର ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଉଦ୍ୟୋଗ, ସହରୀ ବିକାଶ ଆଦି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଗୋପାଳ ରାୟଙ୍କ ପାଖରେ ଶ୍ରମ, ରୋଜଗାର, ସାଧାରଣ ପ୍ରଶାସନ ଆଦି ବିଭାଗ ରହିଥିଲା। କୈଳାସ ଗେହଲଟଙ୍କ ପାଖରେ ପରିବହନ, ରାଜସ୍ବ ଏବଂ ଆଇନ ବ୍ୟବସ୍ଥା ବିଭାଗ ରହିଥିଲା। ସେହିପରି ଇମରାନ୍‌ ହୁସେନ୍‌ଙ୍କ ପାଖରେ ଖାଦ୍ୟ, ଉତ୍ପାଦନ, ବନ ଓ ପରିବେଶ ଆଦି ବିଭାଗ ଥିଲା। ରାଜେନ୍ଦ୍ର ପାଲ୍‌ ଗୌତମ ସାମାଜିକ କଲ୍ୟାଣ ସମେତ ଅନ୍ୟ କିଛି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ନୂଆ କ୍ୟାବିନେଟରେ ପୁରୁଣା ଟିମ୍‌ର ବିଭାଗ ସମାନ ରହିବ ନା ଏହାର ପରିବର୍ତ୍ତନ କରାଯିବ ସେ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତିି ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?