ପୁରୀ ପ୍ରଶାସନ ପାଇଁ ଅଳିଆ ଅଡୁଆ: ସଫେଇ ଚାଲିଛି, ପକାଇବାକୁ ଜାଗା ନାହିଁ

ପୁରୀ ଅଫିସ, ୧୧ା୮: ଆଇକନିକ୍‌ ସହର ପୁରୀକୁ ସ୍ବଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏଭଳି ମହତ ଉଦ୍ଦେଶ୍ୟରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ଖବରଦାତା, ଆଇନଜୀବୀ ଏବଂ ସ୍ଥାନୀୟ ବାସିନ୍ଦ ସ୍ବେଚ୍ଛାକୃତ ଭାବେ ସାମିଲ ମଧ୍ୟ ହେଉଛନ୍ତି। ମାତ୍ର ଏବେ ପୁରୀ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି କରିଛି ଅଳିଆ। ପୁରୀରୁ ବାହାରୁଥିବା ଟନ୍‌ ଟନ୍‌ ଅଳିଆ ଆବର୍ଜନାକୁ କେଉଁଠାରେ ପକାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଶାସନିକ ଅଧିକାରୀ। ଡମ୍ପିଂ ପାଇଁ ସ୍ଥାନ ଅଭାବ ପଡ଼ିବାରୁ ପ୍ରସ୍ତାବିତ ଷ୍ଟାଡିୟମ ପରିସର ଆଉ ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଏହି ଅଳିଆ ଡମ୍ପିଂ କରାଯାଉଛି। ପ୍ରତି ଦିନ ଏଠାରେ ଗଦା କରାଯାଇଛି କୁଢ କୁଢ ଅଳିଆ ଆବର୍ଜନା। ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଜମିଛି ପରିବେଶ ପାଇଁ ଘାତକ ସାଜିଥିବା ପ୍ଲାଷ୍ଟିକ ଆଉ ପଲିଥିନ। ଏହାର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡିଥିବା ବେଳେ ପରୀକ୍ଷାମୂଳକ କମ୍ପୋଷ୍ଟ ହିଁ ସାଜିଛି ଶେଷ ଭରସା। ବାତ୍ୟା ପରେ ପୁରୀ ହସରରୁ ବାହାରିଥିବା ଟନ୍‌ ଟନ୍‌ ଆବର୍ଜନାକୁ କମ୍ପୋଷ୍ଟ କରିବା ଲାଗି ପୌରସଂସ୍ଥା ଯୋଜନା କରିଛି। ହେଲେ ପରୀକ୍ଷାମୂଳକ ଭାବେ ହେବାକୁ ଥିବା କମ୍ପୋଷ୍ଟ ସଫଳ ହେଉଛି ନା ଫେଲ୍‌ ମାରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ବାତ୍ୟା ପୂର୍ବରୁ ପୁରୀ ସହରରୁ ଦୈନିକ ପ୍ରାୟ ୬୦ ଟନ୍‌ ଆବର୍ଜନା ବାହାରୁଥିଲା। ହେଲେ ଫନୀ ପରେ ଆବର୍ଜନାର ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଥିଲା। ପ୍ରାୟ ୨ ମାସ ଧରି ଦୈନିକ ୬୦୦ ଟନ୍‌ ଅଳିଆ ବାହାରିଥିଲା। ତେବେ ଏହାକୁ କେଉଁଠାରେ ଡମ୍ପିଂ କରାଯିବ ତାହାର ସ୍ଥାନ ସଙ୍କଟ ଦେଖାଦେଲା। ବାତ୍ୟାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଭାଙ୍ଗି ପଡିଥିବା ବେଳେ ଦୈନିକ ଶହ ଶହ ଟ୍ରିପ୍‌ ଅଳିଆ ଆବର୍ଜନା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିଲା। ତେଣୁ ବାଧ୍ୟ ହୋଇ ପୌରସଂସ୍ଥା ସହର ମଧ୍ୟରେ ଥିବା ୩/୪ଟି ଖୋଲା ଜାଗାରେ ଆବର୍ଜନା ଗଦା କରିଥିଲା। ହେଲେ ଏହି ସ୍ଥାନଗୁଡ଼ିକ ପୂର୍ଣ୍ଣ ହୋଇଯିବା ପରେ ପୌରସଂସ୍ଥା ପ୍ରସ୍ଥାବିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ପରିସରରେ ଅଳିଆ ଗଦା କରିଥିଲା। ଧୀରେ ଧୀରେ ଆବର୍ଜନା ଜମା ହୋଇ ଛୋଟ ପାହାଡର ଭ୍ରମ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପ୍ରଶାସନ ଏହି ଆବର୍ଜନାକୁ କମ୍ପୋଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ଷ୍ଟାଡିୟମ୍‌ ପରିସରରୁ କିଛି ଟ୍ରିପ୍‌ ଅଳିଆ ନେଇ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ମଧ୍ୟରେ ପକାଇଛି। ଏଠାରେ ପରୀକ୍ଷା ମୂଳକ ଭାବେ କମ୍ପୋଷ୍ଟ କରିବା ଲାଗି ଆବର୍ଜନା ଆଣି ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ଏହି ଜଙ୍ଗଲ ମଧ୍ୟରେ ହଜାର ଜହାର ପାଣି ପାଉଚ୍‌ ମଧ୍ୟ ଗଦା କରାଯାଇଛି। ଏହି ଆବର୍ଜନା ଏବଂ ପାଣି ପାଉଚ ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଛି ପୌରସଂସ୍ଥା। ତେବେ ପରୀକ୍ଷାମୂଳକ କମ୍ପୋଷ୍ଟ ପାଇଁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଅଳ୍ପ କେତେ ଟ୍ରିପ୍‌ ଆବର୍ଜନା ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି।
ତେବେ ଆବର୍ଜନା ପକାଇବା ପାଇଁ ପୌରସଂସ୍ଥା ଜାଗା ପାଉ ନ ଥିବାବେଳେ ଏଭଳିସ୍ଥଳରେ ସଫେଇ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲାପାଳ। ଗତ କିଛିଦିନ ଧରି ପୁରୀ ବେଳାଭୂମିକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଜରିଆରେ ସଫା କରାଯାଉଛି। ପ୍ରତ୍ୟେହ ବହୁ ପରିମାଣରେ ଅଳିଆ ବାହାରୁଛି। ପୁଣି ପେଣ୍ଠକଟା ଅଞ୍ଚଳର ସବୁ ଗଳିରୁ ଆବର୍ଜନା ହଟାଇବା ଲାଗି ଜିଲା ପ୍ରଶାସନ ଯୋଜନା କରିଛି। ଏଥିପାଇଁ କମିଟି ଗଠନ କରାଯାଇଥିବା ବେଳେ ବସ୍ତିବାସିନ୍ଦାଙ୍କୁ ଏଥିରେ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। ପେଣ୍ଠକଟା ବେଳାଭୂମି ମଧ୍ୟ ସଫେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri