ପୁଣି ୫ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ

ଗୋପ,୮ା୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅଞ୍ଚଳରେ ଥିବା ବେଆଇନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଏନ୍‌ଓସି ରଦ୍ଦ କରାଯାଉଛି। ତେବେ ବୁଧବାର ଆଉ ୫ ଘରୋଇ ଶିକ୍ଷାନୁଷ୍ଠାନର ଏନଓସି ରଦ୍ଦ କରାଯାଇଥିବା ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବ୍ଲକ୍‌ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନ ବେଆଇନ ଚାଲିଥିବାବେଳେ ୨୫ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସରକାରୀ ମାନଦଣ୍ଡକୁ ପୂରଣ କରି ନ ଥିବାରୁ ଏନ୍‌ଓସି ଦିଆଯାଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୭୫୧୫ ତା୧.୮.୨୦୧୯ରେ ୧୦ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସିକୁ ରଦ୍ଦ କରାଯାଇଥିବାବେଳେ ବୁଧବାର ପୁଣି କାର୍ଯ୍ୟାଳୟ ଚିଠି ନଂ. ୭୫୧୧ ତା୧.୮.୨୦୧୯ରେ ଆଉ ୫ଟି ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡିକୁ ଶିକ୍ଷାବିଭାଗ ପକ୍ଷରୁ ଏନ୍‌ଓସି ଦିଆଯାଇଥିବାବେଳେ ଏମାନେ ସରକାରଙ୍କର ୩୨ଟି ମାନଦଣ୍ଡକୁ ଉଲ୍ଲଂଘନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍‌ ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri