ପୁଣି ୫ବର୍ଷ ପରେ ବାଲେଶ୍ୱରକୁ ମିଳିଲା କେନ୍ଦ୍ରମନ୍ତ୍ରୀ: ପଦମୋଦିଙ୍କ ଟିମ୍‌ରେ ପ୍ରତାପ; ଉତ୍ସବ ପାଳନ କଲେ କର୍ମୀ, ନେତା

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱରର ନବନିର୍ବାଚିତ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଫଳରେ ୫ବର୍ଷ ପରେ ବାଲେଶ୍ୱରକୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି ା ଏହାପୂର୍ବରୁ ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏହାକୁ ନେଇ ବାଲେଶ୍ୱରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ପ୍ରଥମଥର ପାଇଁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିବା ଷଡଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିବାରୁ ତାଙ୍କ ସମର୍ଥକ, ଭାଜପା କର୍ମୀମାନେ ମିଠା ବାଣ୍ଟି, ବାଣ ଫୁଟାଇ ଖୁସି ଜାହିର କରିଛନ୍ତି ା ଓଡ଼ିଶାର କୃଷି ଓ କୃଷିଭିତ୍ତିକ ଶିଳ୍ପ ଉପରେ ପ୍ରତାପ ଗୁରୁତ୍ୱ ଆରୋପ କରି ଆସୁଥିଲେ। ତାଙ୍କୁ ମନ୍ତ୍ରୀପଦ ମିଳିଥିବାରୁ ବାଲେଶ୍ୱର ସହ ଓଡ଼ିଶାବାସୀଙ୍କ ନାନା ସମସ୍ୟାର ସମାଧାନ ହେବ ବୋଲି ଏଠାରେ ମତ ପ୍ରକାଶ ପାଇଛି।
ପ୍ରତାପଙ୍କ ଜନ୍ମ ନୀଳଗିରିର ଏକ ସାଧାରଣ ପରିବାରରେ। ସେ ଛାତ୍ରଜୀବନରୁ ଆର୍‌ଏସ୍‌ଏସ୍‌ ଏବଂ ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱ ନିର୍ଭୀକ ଭାବେ ତୁଲାଇଥିଲେ। ନୀଳଗିରି କଲେଜରେ କିରାଣି ଚାକିରି କରି ଉପାର୍ଜନ ଅର୍ଥରେ ନିଜର ଆବଶ୍ୟକତା ପୂରଣ ସହ ଘରେ ଥିବା ବୃଦ୍ଧା ମା’ ଏବଂ ଭଉଣୀଙ୍କ ଭରଣପୋଷଣ କରୁଥିଲେ। ପାରିବାରିକ ଜଞ୍ଜାଳରୁ ମୁକ୍ତ ରହି ସାରାଜୀବନ ମାନବ ସେବା କରିବା ଆକାଂକ୍ଷା ନେଇ ରାଜନୀତିକୁ ଆସିଥିଲେ। ୨୦୦୪ ମସିହାରେ ପ୍ରଥମଥର ପାଇଁ ସେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ନୀଳଗିରି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ତାଙ୍କ ଜନସେବା ଓ କର୍ତ୍ତବ୍ୟ ନିଷ୍ଠାକୁ ଆଖି ଆଗରେ ରଖି ଭାଜପା ତାଙ୍କୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ୍‌ ଦେଇଥିଲା ା ହେଲେ ଦଳୀୟ ଟିକେଟକୁ ଚକ୍ରାନ୍ତପୂର୍ବକ ତାଙ୍କଠାରୁ ଚୋରାଇ ନିଆଯାଇଥିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବାଲେଶ୍ୱରରୁ ତାଙ୍କୁ ଭାଜପା ଏମ୍‌ପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ମିଳିଥିଲା ା ହେଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ସେ ପରାଜିତ ହୋଇଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ସେ ୨ ହେଭିଓ୍ବେଟ ପ୍ରାର୍ଥୀ ତଥା ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ। ତାଙ୍କ ସାଙ୍ଗଠନିକ ଦକ୍ଷତା, ସାଧୁତା ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍‌ କରାଯାଇଛି।
ନୀଳଗିରି ଭାଜପା ବିଧାୟକ ଇଂ. ସୁକାନ୍ତ ନାୟକ କହିଛନ୍ତି, ନୀଳଗିରିର ଜଣେ ସୁପୁତ୍ର୍ର ପ୍ରଥମଥର ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। କୃଷି ଭିତ୍ତିକ ସମସ୍ୟାର ସମାଧାନ, ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ବିତ କରିବା ସହ ନୀଳଗିରିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ସହାୟ ହୋଇପାରିବ। ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ କହିଛନ୍ତି, ବାଲେଶ୍ୱରର ବିକାଶ ସହିତ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ଭଳି ଜଣେ ନିର୍ମଳ ବ୍ୟକ୍ତିତ୍ୱ ଏବଂ ପରୋପକାରୀ, ସାମାଜିକ କର୍ମୀଙ୍କୁ ଉପଯୁକ୍ତ ସ୍ଥାନ ମିଳିଛି। ବହୁଦିନ ପରେ ବାଲେଶ୍ୱରର ଜଣେ ଯୋଗ୍ୟ ବ୍ୟକ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ବିକାଶକୁ ଆଗେଇ ନେବାକୁ ଅନୁରୋଧ କରିଛନ୍ତି। ବାଲେଶ୍ୱର ବାସିନ୍ଦା ସଲମନ୍‌ ସାହୁ କୁହନ୍ତି, ବାଲେଶ୍ୱର ଜିଲାରୁ କେନ୍ଦ୍ର ସରକାରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ଜିଲାର ସର୍ବାଙ୍ଗୀନ ଉନ୍ନତି ସହ ଦୁର୍ନୀତିକୁ ମୂଳପୋଛ କରିବା ନେଇ ଆଶାପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri