ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱରର ନବନିର୍ବାଚିତ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଫଳରେ ୫ବର୍ଷ ପରେ ବାଲେଶ୍ୱରକୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି ା ଏହାପୂର୍ବରୁ ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏହାକୁ ନେଇ ବାଲେଶ୍ୱରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ପ୍ରଥମଥର ପାଇଁ ଏମ୍ପି ଭାବେ ନିର୍ବାଚିତ ହୋଇଥିବା ଷଡଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିବାରୁ ତାଙ୍କ ସମର୍ଥକ, ଭାଜପା କର୍ମୀମାନେ ମିଠା ବାଣ୍ଟି, ବାଣ ଫୁଟାଇ ଖୁସି ଜାହିର କରିଛନ୍ତି ା ଓଡ଼ିଶାର କୃଷି ଓ କୃଷିଭିତ୍ତିକ ଶିଳ୍ପ ଉପରେ ପ୍ରତାପ ଗୁରୁତ୍ୱ ଆରୋପ କରି ଆସୁଥିଲେ। ତାଙ୍କୁ ମନ୍ତ୍ରୀପଦ ମିଳିଥିବାରୁ ବାଲେଶ୍ୱର ସହ ଓଡ଼ିଶାବାସୀଙ୍କ ନାନା ସମସ୍ୟାର ସମାଧାନ ହେବ ବୋଲି ଏଠାରେ ମତ ପ୍ରକାଶ ପାଇଛି।
ପ୍ରତାପଙ୍କ ଜନ୍ମ ନୀଳଗିରିର ଏକ ସାଧାରଣ ପରିବାରରେ। ସେ ଛାତ୍ରଜୀବନରୁ ଆର୍ଏସ୍ଏସ୍ ଏବଂ ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱ ନିର୍ଭୀକ ଭାବେ ତୁଲାଇଥିଲେ। ନୀଳଗିରି କଲେଜରେ କିରାଣି ଚାକିରି କରି ଉପାର୍ଜନ ଅର୍ଥରେ ନିଜର ଆବଶ୍ୟକତା ପୂରଣ ସହ ଘରେ ଥିବା ବୃଦ୍ଧା ମା’ ଏବଂ ଭଉଣୀଙ୍କ ଭରଣପୋଷଣ କରୁଥିଲେ। ପାରିବାରିକ ଜଞ୍ଜାଳରୁ ମୁକ୍ତ ରହି ସାରାଜୀବନ ମାନବ ସେବା କରିବା ଆକାଂକ୍ଷା ନେଇ ରାଜନୀତିକୁ ଆସିଥିଲେ। ୨୦୦୪ ମସିହାରେ ପ୍ରଥମଥର ପାଇଁ ସେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ନୀଳଗିରି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ତାଙ୍କ ଜନସେବା ଓ କର୍ତ୍ତବ୍ୟ ନିଷ୍ଠାକୁ ଆଖି ଆଗରେ ରଖି ଭାଜପା ତାଙ୍କୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ୍ ଦେଇଥିଲା ା ହେଲେ ଦଳୀୟ ଟିକେଟକୁ ଚକ୍ରାନ୍ତପୂର୍ବକ ତାଙ୍କଠାରୁ ଚୋରାଇ ନିଆଯାଇଥିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବାଲେଶ୍ୱରରୁ ତାଙ୍କୁ ଭାଜପା ଏମ୍ପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ମିଳିଥିଲା ା ହେଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ସେ ପରାଜିତ ହୋଇଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ସେ ୨ ହେଭିଓ୍ବେଟ ପ୍ରାର୍ଥୀ ତଥା ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ। ତାଙ୍କ ସାଙ୍ଗଠନିକ ଦକ୍ଷତା, ସାଧୁତା ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି।
ନୀଳଗିରି ଭାଜପା ବିଧାୟକ ଇଂ. ସୁକାନ୍ତ ନାୟକ କହିଛନ୍ତି, ନୀଳଗିରିର ଜଣେ ସୁପୁତ୍ର୍ର ପ୍ରଥମଥର ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। କୃଷି ଭିତ୍ତିକ ସମସ୍ୟାର ସମାଧାନ, ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ବିତ କରିବା ସହ ନୀଳଗିରିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ସହାୟ ହୋଇପାରିବ। ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ କହିଛନ୍ତି, ବାଲେଶ୍ୱରର ବିକାଶ ସହିତ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ଭଳି ଜଣେ ନିର୍ମଳ ବ୍ୟକ୍ତିତ୍ୱ ଏବଂ ପରୋପକାରୀ, ସାମାଜିକ କର୍ମୀଙ୍କୁ ଉପଯୁକ୍ତ ସ୍ଥାନ ମିଳିଛି। ବହୁଦିନ ପରେ ବାଲେଶ୍ୱରର ଜଣେ ଯୋଗ୍ୟ ବ୍ୟକ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ବିକାଶକୁ ଆଗେଇ ନେବାକୁ ଅନୁରୋଧ କରିଛନ୍ତି। ବାଲେଶ୍ୱର ବାସିନ୍ଦା ସଲମନ୍ ସାହୁ କୁହନ୍ତି, ବାଲେଶ୍ୱର ଜିଲାରୁ କେନ୍ଦ୍ର ସରକାରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ଜିଲାର ସର୍ବାଙ୍ଗୀନ ଉନ୍ନତି ସହ ଦୁର୍ନୀତିକୁ ମୂଳପୋଛ କରିବା ନେଇ ଆଶାପୋଷଣ କରିଛନ୍ତି।
Posted inବାଲେଶ୍ୱର
ପୁଣି ୫ବର୍ଷ ପରେ ବାଲେଶ୍ୱରକୁ ମିଳିଲା କେନ୍ଦ୍ରମନ୍ତ୍ରୀ: ପଦମୋଦିଙ୍କ ଟିମ୍ରେ ପ୍ରତାପ; ଉତ୍ସବ ପାଳନ କଲେ କର୍ମୀ, ନେତା
ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍କୁ ନେଇ ବଢ଼ିଲା…
ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…
ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ
ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…
ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ
ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…
Archives

