ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ ମହିଳା କର୍ମଚାରୀଙ୍କଠାରୁ ୯୨ ହଜାର ଲୁଟ୍‌

ପାଟଣା,୨୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଶୁକ୍ରବାର ଅପରାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କଠାରୁ ୨ଜଣ ଦୁର୍ବୃତ୍ତ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସେମାନେ ପିସ୍ତଲ ଦେଖାଇ ଏହି ଟଙ୍କା ଲୁଟ୍‌ କରିଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଥାନା ଅଧିକାରୀ ଅମିତାଭ ଦାଶ ଏକ ମାମଲା(ନଂ. ୮୪/୧୯) ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଦୁର୍ବୃତ୍ତମାନେ ଟଙ୍କା ଲୁଟି କେନ୍ଦୁଝର ଆଡ଼କୁ ଚାଲି ଯାଇଥିବା କୁହାଯାଉଛି। ତୁରୁମୁଙ୍ଗା ପୋଲିସ ସମସ୍ତ ଥାନାକୁ ଖବର କରି ବିଭିନ୍ନ ରାସ୍ତା ଅବରୋଧ କରି ତଦନ୍ତ କରୁଥିଲେ ମଧ୍ୟ ଲୁଟେରାଙ୍କର କୌଣସି ଟେର ପାଇ ନାହିଁ।
ଅଭିଯୋଗ ଅନୁଯାୟୀ କେନ୍ଦୁଝର ସ୍ଥିତ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ପୁଷ୍ପଳତା ନାଏକ ହୀରାପଶି ଗାଁରୁ ଗ୍ରାହକଙ୍କ ଠାରୁ ୯୨ ହଜାର ଟଙ୍କା ଆଦାୟ କରି ନିଜ ସ୍କୁଟିରେ କେନ୍ଦୁଝର ଅଭିମୁଖେ ଯାଉଥିଲେ। ଖିରେଇ ଟାଙ୍ଗିରି ପାର୍ଶ୍ୱରୁ ଏକ ବାଇକ୍‌ରେ ଦୁଇ ଜଣ ହେଲମେଟ ପିନ୍ଧିଥିବା ଦୁର୍ବୃତ୍ତ ଆସି ଡ଼ାବରଚୁଆ ନିକଟରେ ପୁଷ୍ପାଲତାଙ୍କୁ ଅଟକାଇ ପିସ୍ତଲ ଦେଖାଇବା ସହ ତାଙ୍କୁୁ ମାଡ଼ ମାରି ଟଙ୍କା ଲୁଟି ନେଇଥିଲେ। ଏହ ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବୃଦ୍ଧି ପୋଲିସର ନିଦ ହଜାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ ପାଇଁ ଦାବି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ (ପରିବେଶ ପର୍ଯ୍ୟଟନ) ପାଇଁ ଦାବି ହୋଇଛି। ଏନେଇ ଶୁକ୍ରବାର ଭବାନୀପାଟଣାରେ ଜଙ୍ଗଲ ଓ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ଅଟୋ ରିକ୍ସା ଶୋଭାଯାତ୍ରା: ଏହିସବୁ ଦାବି ରଖିଲେ…

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିସହ…

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

ସରଗୀ ଫୁଲରେ ଦଲାଲଙ୍କ ଦବଦବା : ଏମଏସପି ଘୋଷଣା, କ୍ରୟ କେନ୍ଦ୍ର ଖୋଲିବାକୁ ଦାବି

ଅମରପାଲି,୧୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏବେ ଶାଳ (ସରଗୀ) ଫୁଲ ସଂଗ୍ରହ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri