ପିସିସି ବଦଳାଅ, କଂଗ୍ରେସ ବଞ୍ଚାଅ:କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିବାକୁ ଦିଲ୍ଲୀ ଯାତ୍ରା

କଟକ ଅଫିସ,୧୩ା୧୨:ପିସିସି ବଦଳାଅ, ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଅ। ପିସିସି ସଭାପତିଙ୍କୁ ବଦଳାଇବା ଦାବି କଂଗ୍ରେସରେ ଜୋର ଧରିବାରେ ଲାଗଛି। ଏହି ଦାବି ନେଇ ଦଳର କର୍ମକର୍ତ୍ତାମାନେ ଗୁରୁବାର ଦିଲ୍ଲୀ ଯାତ୍ରା କରିଛନ୍ତି। ସେଠାରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବଞ୍ଚାଅ ସମାବେଶରେ ସେମାନେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ନେତୃତ୍ୱଙ୍କ ନିକଟରେ ରାଜ୍ୟ ସଙ୍ଗଠନ ସମ୍ପର୍କରେ ଅବଗତ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଜଣାପଡ଼ିଛି। ଏହି ଟିମ୍‌ରେ ବୀରେନ୍ଦ୍ର ବାଗ, ମାନସ କର, ଆର୍ଯ୍ୟବୀର ଲେଙ୍କା, ମାନସ ମଲ୍ଲିକ, ବିକି ସାହୁ, ବିକି ଚକ୍ରବର୍ତ୍ତୀ, ଜ୍ଞାନ ରାଉତଙ୍କ ସମେତ ଅନ୍ୟମାନେ ଅଛନ୍ତି। ଏମାନଙ୍କ କହିବା ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସର ଯେଉଁଭଳି ବିପର୍ଯ୍ୟୟ ଘଟିଲା, ତାହା ୧୯୫୨ ମସିହାଠାରୁ ଏପର୍ଯ୍ୟନ୍ତ କେବେ ଘଟି ନ ଥିଲା। ସମ୍ପ୍ରତି ରାଜ୍ୟର ପ୍ରମୁଖ ଯୁବ ସଙ୍ଗଠନ, ମହିଳା ସଙ୍ଗଠନ, ଛାତ୍ର ସଙ୍ଗଠନ ଏବଂ ଅଧିକାଂଶ ପୁରୁଖା ନେତୃତ୍ୱମାନେ ଖୋଲାଖୋଲି ଯୁବ ନେତୃତ୍ୱ ପ୍ରତି ଆକୃଷ୍ଟ ହେଉଥିବା ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏପରି କି ଖୋଲାଖୋଲି ସର୍ବଭାରତୀୟ କଂଗ୍ରେସ ନେତୃତ୍ୱଙ୍କ ନିକଟରେ ଯୁବ ଓ ସ୍ବଚ୍ଛ ଭାବମୂର୍ତ୍ତିର ନେତାଙ୍କୁ ଦାୟିତ୍ୱ ଦେବାକୁ ସେମାନେ ଦାବି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri