‘ପିଲା ଦିନର ସ୍ବପ୍ନ ବାଟ କଢ଼ାଇଛି’: ନିଆରା ପ୍ରତିଭା ସନ୍ତୋଷ

ଆନନ୍ଦପୁର,୪।୮(ସ୍ବ.ପ୍ର.)-ପିଲା ଦିନୁ ତ୍ଜଣେ ସଫଳ ଚିତ୍ରକର ହେବାକୁ ସେ ଦେଖିଥିଲେ ସ୍ବପ୍ନ। ଗରିବ ପରିବାରରେ ଜନ୍ମ ନେଇଥିବାରୁ ଆର୍ଥିକ ଅନଟନ ସତ୍ତ୍ୱେ ନିରନ୍ତର ସାଧନା ବଳରେ ସେ ନିଜ କଳାପ୍ରତିଭାକୁ ବିକଶିତ କରି ରାଜ୍ୟ ପାଇଁ ସୁନାମ ଆଣିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଏହି ଚିତ୍ରଶିଳ୍ପୀ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପଞ୍ଚୁପଲୀ ଗ୍ରାମର ସନ୍ତୋଷ ଦାସ। ବାପା ପାଗଳ ଦାସ ଜଣେ ଚାଷୀ । ଧାନ ଚାଷ ସହିତ ପରିବା ଚାଷ କରି ପରିବାର ପୋଷଣ କରନ୍ତି। ମା’ଜୁଳମଣି ଜଣେ ଗୃହିଣୀ। ସନ୍ତୋଷଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି। ସେ ୫ମ ଶ୍ରେଣୀରେ ପାଠ ପଢୁଥିବାବେଳେ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ନାଜ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବାବେଳେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ଜୁନିୟର୍‌ ରେଡକ୍ରସ୍‌ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରିଥିଲେ। ୨୦୦୧ରେ ଦଶମ ପାସ୍‌ କରିବା ପରେ ଆର୍ଥିକ ଅନଟନ ଯୋଗୁ ସେ ଆଉ ପାଠ ପଢି ପାରି ନ ଥିଲେ। ବହୁ ବିଳମ୍ବରେ ସେ ୨୦୧୫ରେ ଭଦ୍ରକ ଜିଲାରେ ଥିବା ‘ବେଚଲର୍‌ ଅଫ ଭିଜୁଆଲ୍‌ ଆର୍ଟ’ରେ ନାମ ଲେଖାଇଥିଲେ। ଏହି ଶିକ୍ଷା ହାସଲ ପରେ ସେ ତାଙ୍କ ପିଲାଦିନର ସ୍ବପ୍ନକୁ ସାକାର କରିବାକୁ ଲାଗିପଡିଥିଲେ। ସନ୍ତୋଷ କହନ୍ତି, ମନରେ ନିଷ୍ଠାଭାବ ରଖି କଳାପ୍ରତି ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ସମର୍ପିତକରିଛନ୍ତି। ୨୦୧୭ରେ ମ୍ୟୁଜିୟମ୍‌ ଅଫ ନେଚୁରାଲ ହିଷ୍ଟ୍ରି ଆର୍ଟ କ୍ୟାମ୍ପ ପକ୍ଷରୁ ସେ ସମ୍ବର୍ଦ୍ଧିତ ହେବା ପରେ ସେ ଅଧିକ ଉତ୍ସାହିତ ହୋଇଥିଲେ। ପରେ ବି.ସି.ଏ.ସି ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ହୋଇଥିବା ପେଣ୍ଠିଂ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୮ ରେ ଭୁବନେଶ୍ୱର ଲଳୀତ କଳା ଏକାଡେମୀ ପ୍ରାୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ ଆର୍ଟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ। ପଞ୍ଜାବର ପାସେରିନ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ପ୍ରାୟୋଜିତ ଆନ୍ତର୍ଜାତୀୟ କଳା ପ୍ରତିଯୋଗିତାରେ ଟପ୍‌-୧୦ ଭାବେ ପୁରସ୍କୃତ ହେବା ସହ ଇଣ୍ଡିଆନ୍‌ ଏକାଡେମୀ ଅଫ ଫାଇନ୍‌ ଆର୍ଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କୃତିତ୍ୱ ହାସଲ କରିଥିଲେ। ଚଳିବର୍ଷ ପଞ୍ଜାବରେ ଅନୁଷ୍ଠିତ ‘ରଙ୍ଗସଙ୍ଗ’ପ୍ରତିଯୋଗିତାରେ ଭାଗ ନେଇ ଗୋଲ୍ଡ ମେଡାଲ ହାସଲ କରିବା ତାଙ୍କ ଜୀବନର ଶ୍ରେଷ୍ଠ ପୁରସ୍କାର ବୋଲି ସେ କହିଛନ୍ତି। ଅଧିକ ପାଠପଢ ପାରି ନ ଥିଲେ ମଧ୍ୟ ଅନେକ ଆର୍ଟ କେନ୍ଦ୍ରରେ ଶ୍ରମଦାନ କରି ସେ ଅଳ୍ପ ବହୁତ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ନିଜେ ଘରେ ରହି ବରାଦ ମୁତାବକ ଆର୍ଟ ତିଆରି କରି ସେ ଅର୍ଥ ରୋଜଗାର କରିଥାନ୍ତି। ଓଡ଼ିଶାର କଳା ସଂସ୍କୃତି ପିଲାଦିନୁ ତାଙ୍କୁ ପ୍ରେରଣା ଯୋଗାଇ ଆସିଛି ବୋଲି ସନ୍ତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri