ପିଲା ଆସିଲେନି, ବସି ବସି ଫେରିଲେ ଶିକ୍ଷୟିତ୍ରୀ

ପବିତ୍ରନଗର,୨୨ା୧(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ପରାବିଲ ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ବିବାଦ ଲାଗିରହିଛି। ଫଳରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଅଭିଭାବକମାନେ ମଙ୍ଗଳବାର ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଛାଡ଼ିନାହାନ୍ତି। ଶିକ୍ଷୟିତ୍ରୀ ନମିତା ସାମଲ ସ୍କୁଲ ଆସିଥିଲେ ହେଁ ଛାତ୍ରୀଛାତ୍ର ନ ଥିବାରୁ ବସି ବସି ଫେରିଯାଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉପରୋକ୍ତ ଦୁଇ ବିଦ୍ୟାଳୟକୁ ସରକାରୀ କାଗଜପତ୍ରରେ ମିଶ୍ରଣ କରାଯାଇଛି। ଏଥିଯୋଗୁ ଗତ ଜୁଲାଇ ମାସରୁ ପରାବିଲ ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ କିମ୍ବା ପୋଷାକ ଆଦି ବିଭିନ୍ନ ସରକାରୀ ଯୋଜନାର ଅନୁଦାନ ନ ଆସି ପବିତ୍ରନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଛି। ଏହାସହିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଥିବା ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ନମିତା ସାମଲଙ୍କୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସ୍ମୃତିରେଖା ବିଶ୍ବାଳଙ୍କୁ ମଧ୍ୟ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଥିଲା। କିନ୍ତୁ ପରିଚାଳନା ଓ ଗ୍ରାମ କମିଟି ବିରୋଧ କରି ସ୍ମୃତିରେଖାଙ୍କୁ ଛାଡ଼ି ନ ଥିଲେ। ବିଦ୍ୟାଳୟରେ ପୂର୍ବପରି ପାଠପଢ଼ା ଜାରି ରହିଥିବା ବେଳେ ଶନିବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ବିଜ୍ଞାପନ ମାଧ୍ୟମରେ ବଦଳି ଝୁଲାଖୁଣ୍ଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନି ଦିନ ମଧ୍ୟରେ ଯୋଗ ଦେବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ସ୍ମୃତିରେଖା ବିଶ୍ବାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ପ୍ରଧାନ ଶିକ୍ଷୟିତ୍ରୀ ମଙ୍ଗଳବାରଠାରୁ ବିଦ୍ୟାଳୟ ଆସବେ ନାହିଁ ବୋଲି ଜାଣିବା ପରେ ସୋମବାର ଅପରାହ୍ନରେ ଉଭୟ କମିଟି ବିଦ୍ୟାଳୟରେ ବୈଠକ କରି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ଉଭୟ ସ୍କୁଲ ମିଶ୍ରଣ ପରେ ମଧ୍ୟାହ୍ନ ଭୋଜନ ଓ ପାଠପଢା କେଉଁଠି ହେବ ସେ ବିଷୟରେ କିଛି କୁହାଯାଇନାହିଁ। ସେହିପରି ଦୁଇଟି ଯାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ। ଲୋକଙ୍କ ସହିତ ଆଲୋଚନା ନ କରି ଏପରି ମିଶ୍ରଣ କରାଯିବା ଆଶ୍ଚର୍ଯ୍ୟଜନକ। ଗ୍ରାମ କମିଟି ସଭାପତି ବିଜୟ କୁମାର ସାହୁ କହିଛନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ନ ଥାଇ କେଉଁ ସ୍ବାର୍ଥରେ ଏପରି କରାଗଲା ତାହା ବୁଝି ପାରୁନୁ। ପରାବିଲ ସରପଞ୍ଚ ବଂଶୀଧର ସାହୁ କହିଛନ୍ତି, ଉପରିସ୍ଥ ଅଧିକାରୀମାନେ ବିଦ୍ୟାଳୟ କମିଟି, ଗ୍ରାମ କମିଟି ସହିତ ଆଲୋଚନା କରି ସମାଧାନ ତୁରନ୍ତ କରିବା ଦରକାର। ନଚେତ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାଘାତ ହେବ। କଣିହାଁ ବିଇଓ ଖଗେଶ୍ୱର ବେହେରା କହିଛନ୍ତି, ସରକାରଙ୍କ ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ମିଶ୍ରଣ କରାଯାଇଛି। କିନ୍ତୁ ନିମ୍ନ ପ୍ରଥମିକ ବିଦ୍ୟାଳୟରେ ପାଠପଢା ବନ୍ଦ କରାଯାଇନାହିଁ। ପିଲାମାନେ ପଢିବାକୁ ଆସନ୍ତୁ, ଶିକ୍ଷୟିତ୍ରୀ ଶିକ୍ଷକ ଯୋଗାଇ ଦିଆଯିବ। ସେଠାକାର ଶିକ୍ଷୟିତ୍ରୀଙ୍କୁ ଅନେକ ଦିନ ତଳୁ ଅନ୍ୟତ୍ର ବଦଳି କରାଯାଇଥିବା ବିଇଓ ପ୍ରକାଶ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ସୁମତୀ ପ୍ରଧାନ, ଗ୍ରାମ କମିଟି ଉପ ସଭାପତି ଟିକନ ମହାରଣା, ସମ୍ପାଦକ କପିଳେଶ୍ୱର ସାହୁ, ପୂର୍ବତନ ସଭାପତି ସୁଧାକର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri