ପିଲା ଆସିଲେନି, ବସି ବସି ଫେରିଲେ ଶିକ୍ଷୟିତ୍ରୀ

ପବିତ୍ରନଗର,୨୨ା୧(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ପରାବିଲ ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ବିବାଦ ଲାଗିରହିଛି। ଫଳରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଅଭିଭାବକମାନେ ମଙ୍ଗଳବାର ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଛାଡ଼ିନାହାନ୍ତି। ଶିକ୍ଷୟିତ୍ରୀ ନମିତା ସାମଲ ସ୍କୁଲ ଆସିଥିଲେ ହେଁ ଛାତ୍ରୀଛାତ୍ର ନ ଥିବାରୁ ବସି ବସି ଫେରିଯାଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉପରୋକ୍ତ ଦୁଇ ବିଦ୍ୟାଳୟକୁ ସରକାରୀ କାଗଜପତ୍ରରେ ମିଶ୍ରଣ କରାଯାଇଛି। ଏଥିଯୋଗୁ ଗତ ଜୁଲାଇ ମାସରୁ ପରାବିଲ ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ କିମ୍ବା ପୋଷାକ ଆଦି ବିଭିନ୍ନ ସରକାରୀ ଯୋଜନାର ଅନୁଦାନ ନ ଆସି ପବିତ୍ରନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଛି। ଏହାସହିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଥିବା ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ନମିତା ସାମଲଙ୍କୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସ୍ମୃତିରେଖା ବିଶ୍ବାଳଙ୍କୁ ମଧ୍ୟ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଥିଲା। କିନ୍ତୁ ପରିଚାଳନା ଓ ଗ୍ରାମ କମିଟି ବିରୋଧ କରି ସ୍ମୃତିରେଖାଙ୍କୁ ଛାଡ଼ି ନ ଥିଲେ। ବିଦ୍ୟାଳୟରେ ପୂର୍ବପରି ପାଠପଢ଼ା ଜାରି ରହିଥିବା ବେଳେ ଶନିବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ବିଜ୍ଞାପନ ମାଧ୍ୟମରେ ବଦଳି ଝୁଲାଖୁଣ୍ଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନି ଦିନ ମଧ୍ୟରେ ଯୋଗ ଦେବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ସ୍ମୃତିରେଖା ବିଶ୍ବାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ପ୍ରଧାନ ଶିକ୍ଷୟିତ୍ରୀ ମଙ୍ଗଳବାରଠାରୁ ବିଦ୍ୟାଳୟ ଆସବେ ନାହିଁ ବୋଲି ଜାଣିବା ପରେ ସୋମବାର ଅପରାହ୍ନରେ ଉଭୟ କମିଟି ବିଦ୍ୟାଳୟରେ ବୈଠକ କରି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ଉଭୟ ସ୍କୁଲ ମିଶ୍ରଣ ପରେ ମଧ୍ୟାହ୍ନ ଭୋଜନ ଓ ପାଠପଢା କେଉଁଠି ହେବ ସେ ବିଷୟରେ କିଛି କୁହାଯାଇନାହିଁ। ସେହିପରି ଦୁଇଟି ଯାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ। ଲୋକଙ୍କ ସହିତ ଆଲୋଚନା ନ କରି ଏପରି ମିଶ୍ରଣ କରାଯିବା ଆଶ୍ଚର୍ଯ୍ୟଜନକ। ଗ୍ରାମ କମିଟି ସଭାପତି ବିଜୟ କୁମାର ସାହୁ କହିଛନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ନ ଥାଇ କେଉଁ ସ୍ବାର୍ଥରେ ଏପରି କରାଗଲା ତାହା ବୁଝି ପାରୁନୁ। ପରାବିଲ ସରପଞ୍ଚ ବଂଶୀଧର ସାହୁ କହିଛନ୍ତି, ଉପରିସ୍ଥ ଅଧିକାରୀମାନେ ବିଦ୍ୟାଳୟ କମିଟି, ଗ୍ରାମ କମିଟି ସହିତ ଆଲୋଚନା କରି ସମାଧାନ ତୁରନ୍ତ କରିବା ଦରକାର। ନଚେତ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାଘାତ ହେବ। କଣିହାଁ ବିଇଓ ଖଗେଶ୍ୱର ବେହେରା କହିଛନ୍ତି, ସରକାରଙ୍କ ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ମିଶ୍ରଣ କରାଯାଇଛି। କିନ୍ତୁ ନିମ୍ନ ପ୍ରଥମିକ ବିଦ୍ୟାଳୟରେ ପାଠପଢା ବନ୍ଦ କରାଯାଇନାହିଁ। ପିଲାମାନେ ପଢିବାକୁ ଆସନ୍ତୁ, ଶିକ୍ଷୟିତ୍ରୀ ଶିକ୍ଷକ ଯୋଗାଇ ଦିଆଯିବ। ସେଠାକାର ଶିକ୍ଷୟିତ୍ରୀଙ୍କୁ ଅନେକ ଦିନ ତଳୁ ଅନ୍ୟତ୍ର ବଦଳି କରାଯାଇଥିବା ବିଇଓ ପ୍ରକାଶ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ସୁମତୀ ପ୍ରଧାନ, ଗ୍ରାମ କମିଟି ଉପ ସଭାପତି ଟିକନ ମହାରଣା, ସମ୍ପାଦକ କପିଳେଶ୍ୱର ସାହୁ, ପୂର୍ବତନ ସଭାପତି ସୁଧାକର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri