Posted inରାଜ୍ୟ

ପିତ୍ତଳହଣ୍ଡା କାରିଗରଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହେଳା ଅଭିଯୋଗ

ଖଣ୍ଡପଡ଼ା,୩୦ା୫(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ କିମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗତ କିଛିଦିନ ତଳେ ହୋଇଥିବା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେ ହେଉଛନ୍ତି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ ମାଧବଚୌଧୁରୀ ପାଟଣାର ବିଶିଷ୍ଟ ପିତ୍ତଳହଣ୍ଡା କାରିଗର ଗଙ୍ଗାଧର ମହାରଣା(୮୦)। ତେବେ ଚିକିତ୍ସାରେ ଅବହେଳା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କ ପୁଅ ପବିତ୍ର ଅଭିଯୋଗ କରିଛନ୍ତି । ତେଣୁ ଗଙ୍ଗାଧରଙ୍କ ମୃତ୍ୟୁ ପାଇଁ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗକରି ତାଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗଙ୍ଗାଧରଙ୍କ ଦେହ ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଗତ ୪ ତାରିଖରେ କିମ୍ସରେ ଭର୍ତ୍ତି କରାଯାଇ ୨୫ ତାରିଖ ପର୍ଯ୍ୟନ୍ତ ମେଡିସିନ ୱାର୍ଡ ଏମ୍‌ଆଇସିୟୁ ୨୦୬ ନମ୍ବର ବେଡରେ ରଖାଯାଇଥିଲା ା ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କ ପୁଅ ପବିତ୍ର ବାପାଙ୍କୁ ନେଇ ଯିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଠିକ୍‌ କରି ୬ ହଜାର ଟଙ୍କା ଜମା କରିଥିଲେ। ଚୁକ୍ତିନାମା ଅନୁସାରେ ତାଙ୍କ ବାପାଙ୍କୁ ଭେଣ୍ଟିଲେଟର ମାଧ୍ୟମରେ ଉନ୍ନତ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦିଆଯିବ ଓ ରୋଗୀ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚତ୍ବ ବୋଲି କିମ୍ସ କର୍ତ୍ତୃପକ୍ଷ କହିଥିଲେ । ୨୫ ତାରିଖ ଅପରାହ୍ନ ପ୍ରାୟ ୬ଟାରେ ଟେକ୍‌ନିସିଆନ୍‌ ରହି ଆମ୍ବୁଲାନ୍ସ(ନଂ-ଓଆର୍‌୦୨-ବିୟୁ-୦୮୩୦)ରେ ଗଙ୍ଗାଧରଙ୍କୁ କଣ୍ଟିିଲୋ ଅଭିମୁଖେ ଅଣାଯାଉଥିଲା। ତେବେ ଖୋର୍ଦ୍ଧା ନିକଟରେ ଗାଡ଼ିର ଏସି ବନ୍ଦ ହେବା ସହ ଭେଣ୍ଟିଲେଟର ଅଚଳ ହୋଇ ପଡିବାରୁ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଓ ଗାଡିଟି ଅଚଳ ହୋଇପଡିଲା । ଏ ସମ୍ପର୍କରେ କିମ୍ସ କର୍ତ୍ତୃପକ୍ଷଙ୍କୁ ଯୋଗାଯାଗ କରି ନିରାଶ ହେବାକୁ ପଡ଼ିଲା ବୋଲି ପବିତ୍ର କହିଛନ୍ତି। ଶେଷରେ ରାତି ୮ ଟା ବେଳେ ଏକ ବୋଲେରୋ ମାଧ୍ୟମରେ ଆମ୍ବୁଲାନ୍ସକୁ ଟାଣି ଟାଣି ଘରକୁ ଆଣିବା ବେଳକୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ନେଇ କିମ୍ସ କର୍ତ୍ତୃପକ୍ଷଙ୍କୁ ପବିତ୍ର ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ା ନ୍ୟାୟ ନ ପାଇଲେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri