Posted inଜାତୀୟ

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଫଳରେ ଏବେ ୪ ଜଣ ଦୋଷୀ ଫାଶୀ ପାଇବା ସୁନିଶ୍ଚିନ୍ତ ହୋଇଯାଇଛି। ଏହା ଜାଣି ୪ ଦୋଷୀଙ୍କ ପ୍ରତିକ୍ରିୟା ବି ଆସିବାକୁ ଲାଗିଲାଣି। ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା ଖାରଜ ହେବା ପରେ ବିନୟ ନିଜ ପିତାଙ୍କୁ ଦେଖି ଜୋରରେ କାନ୍ଦିବାକୁ ଲାଗିଥିଲେ। ସେହିପରି ମୁକେଶ ଭୟଭୀତ ହୋଇଯାଇଥିଲେ। ଅନ୍ୟ ୨ ଜଣ ଦୋଷୀ ପବନ ଗୁପ୍ତା ଓ ଅକ୍ଷୟ ସିଂହଙ୍କ ପ୍ରତିକ୍ରିୟା ସାମାନ୍ୟ ଥିଲା। ଅକ୍ଷୟ ଫୋନରେ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୪ ଜଣ ଦୋଷୀ ଏପର୍ଯ୍ୟନ୍ତ ମଧ୍ୟ ନିଜ ଦୋଷ ସ୍ବୀକାର କରିନାହାନ୍ତି। ସ୍ବଭାବିକ ଭାବରେ ସେମାନେ ଖାଦ୍ୟଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ପଶ୍ଚାତାପ ଦେଖିବାକୁ ମିଳିନାହିଁ।
୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡି ଦେଇଥିଲେ। ଡିସେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲେ। ସେହିପରି ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri