ପିଙ୍କ୍‌ ବୁଥ୍‌ରେ ଉତ୍ସାହ

ଢେଙ୍କାନାଳ ଅଫିସ/କାମାକ୍ଷାନଗର, (ଡି.ଏନ୍‌.ଏ.) ୨୪।୪- ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଲେଣି ମହିଳା। ସଶକ୍ତ ନାରୀ ଏବେ ଦେଶ ପ୍ରଗତିର ସାରଥି। ଗଣତନ୍ତ୍ରର ମହାନ୍‌ ପର୍ବରେ ପ୍ରଥମ ଥର ପରିକଳ୍ପନା କରାଯାଇଥିବା ପିଙ୍କ୍‌ ବୁଥ୍‌ରେ ଦେଖିବାକୁ ମିଳିଛି ଏହାର ଝଲକ। ଏଠାରେ ପୋଲିଂ କର୍ମଚାରୀଙ୍କଠାରୁ ଆରମ୍ଭ କରି ପ୍ରଜାଇଡିଂ ଅଫିସର ଯାଏ ସମସ୍ତ ଅଧିକାରୀ ହେଉଛନ୍ତି ମହିଳା। ଏକଦା ଘରର ଚାରିକାନ୍ଥ ମଧ୍ୟରେ ନିଜକୁ ସୀମାବଦ୍ଧ କରି ରଖିଥିବା ମହିଳାଙ୍କ ନିକଟରେ ନିର୍ବାଚନ ଭଳି ଗୁରୁଦାୟିତ୍ୱକୁ ମଧ୍ୟ ଠିକ୍‌ ଭାବେ ତୁଲାଇପାରିବା କ୍ଷମତା ରହିଛି, ଖାସ୍‌ ଏହି ବାର୍ତ୍ତା ସମାଜରେ ପ୍ରଚାର କରିବା ପିଙ୍କ୍‌ ବୁଥ୍‌ର ଉଦ୍ଦେଶ୍ୟ।

ଢେଙ୍କାନାଳ ମ୍ୟୁନିସିପାଲିଟି ସମେତ ହିନ୍ଦୋଳ, କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ୪ଟି ପିଙ୍କ୍‌ ବୁଥ କରାଯାଇଥିଲା। ଏଠାରେ ଭୋଟରଙ୍କୁ ଥଣ୍ଡା ପିଇବା ପାଣି ସାଙ୍ଗକୁ ଦହି ସରବତ ବଣ୍ଟାଯିବା ବ୍ୟବସ୍ଥା ହୋଇଥିଲା। ଭୋଟରଙ୍କ ପାଇଁ ଚେୟାର ପଡ଼ିଥିଲା। ବୟସ୍କ ଭୋଟର ଏବଂ ମହିଳାଙ୍କୁ ସହାୟତା କରିବାକୁ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରଥମ ଥର ମତଦାନ କରୁଥିବା ଯୁବ ଭୋଟର ମତଦାନ ସାବ୍ୟସ୍ତ କରିବା ସହ ଏପରି ବ୍ୟବସ୍ଥାର ଭରପୂର ମଜା ଉଠାଇଥିଲେ।

କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ସାରଙ୍ଗଧର ହାଇସ୍କୁଲ ପରିସରରେ ୧୮ନଂ. ମତଦାନ କେନ୍ଦ୍ରକୁ ପିଙ୍କ୍‌ ବୁଥ୍‌ କରାଯାଇଥିଲା। ଏଠାରେ ମତଦାନରେ ୬ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?