ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୨୬ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧିପାଇପାରେ ବୋଲି ଆଶଙ୍କା କରାଯାଉଛି। ୮ରୁ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ପିଓକେର ନ୍ୟୁ ମିରପୁର ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର କେତେକେ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।
ପାକିସ୍ତାନ ପାଣିପାଗ ବିଭାଗର ଆର୍ଥକ୍ୱେକ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଅପରାହ୍ନ ୪ଟା ପରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପଞ୍ଜାବ ପ୍ରଦେଶର ପାର୍ବତ୍ୟ ସହର ଝେଲମରେ ପ୍ରଥମେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ଥିଲା ୧୦ କି.ମି.। ତେବେ ଭୂକମ୍ପର ତୀବ୍ରତା ୭.୧ ବୋଲି ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ ସୂଚନା ଦେଇଛନ୍ତି। ପିଓକେର ମିରପୁର ପୋଲିସ ଡିଆଇଜି କହିଛନ୍ତି, ଶକ୍ତିଶାଳୀ ଭୂକମ୍ପ ଯୋଗୁ ମିରପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲୋକେ ଭୟରେ ଘରୁ ବାହାରିଯାଇଛନ୍ତି। ରାସ୍ତାଗୁଡ଼ିକ ଫାଟି ଆଁ କରିଛି। ଏଥିରେ ୨୬ ଜଣ ପ୍ରାଣ ହରାଇଛନ୍ତି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ନିର୍ଦ୍ଦେଶ ଦେଇଛନ୍ତି। ସେନା ପକ୍ଷରୁ ହେଲିକପ୍ଟରରେ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପ୍ରକୃତରେ କେତେ ଧନଜୀବନ ନଷ୍ଟ ହୋଇଛି ସେନେଇ ଆକଳନ କରାଯାଉଛି ବୋଲି ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହମ୍ମଦ ଅଫ୍‌ଜଲ୍‌ କହିଛନ୍ତି। ଇସ୍‌ଲାମାବାଦ ସମେତ ପେଶାଓ୍ବର, ରାଓ୍ବଲପିଣ୍ଡି, ଲାହୋର, ସ୍କାର୍ଦୁ, କୋହାଟ, ଚର୍ସାଦ୍ଦା, କସୁର, ଫୈସଲାବାଦ, ଗୁଜରାଟ, ସିଆଲକୋଟ, ଆବୋଟ୍ଟାବାଦ, ମନସେରା, ଚିତ୍ରାଲ, ମାଲାକଣ୍ଡ, ମୁଲତାନ, ଶାଙ୍ଗଲା, ଓକାରା, ନୌସେରା, ଆଟ୍ଟକ ଓ ଝାଙ୍ଗ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ପ୍ରକାଶ ଯେ, ୨୦୦୫ ଅକ୍ଟୋବର ୮ରେ ପିଓକେରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ୭.୬ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁ ୭୩,୦୦୦ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?