ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ

ଯାଜପୁର ଟାଉନ,୬-୧୧(ଡି.ଏନ୍‌.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମହିଳା ମୋର୍ଚ୍ଚାର ଜିଲା ସଭାପତି ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କିଆନାଳୀରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚତ୍ଥିଲା। ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡକୁ ପୋଲିସ ଠିକଣା ଭାବରେ ତଦନ୍ତ ନ କରି ଅପରାଧି ମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି କହିଥିଲେ। ଏପରିକି ସ୍ମିତାଙ୍କ ଚରିତ୍ର ସଂହାର କରାଯାଇଛି ବୋଲି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଅଭିଯୋଗ ବାଢିଥିଲେ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥି ଭବନର ସିସି ଟିଭିକୁ ଏଯାଏ ଜବତ କରା ନ ଯିବା ଘଟଣାକୁ ନେଇ ମଧ୍ୟ ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଏହି ଘଟଣାରେ କିଛି ରାଜନେତା, କମ୍ପାନୀ ଲୋକ ଓ ପ୍ରଶାସନିକ ଅଧିକାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ ଦୋହାରାଇଛି। ସେହିପରି କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ ବ୍ୟାଙ୍କର ସଭାପତି ତଥା ଶାସକ ଦଳର ପ୍ରମୋଦ ସାହୁ ତାଙ୍କ ଅଫିସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉପତ୍ୀଡ଼ନ କରିବାର ଦୀର୍ଘଦିନ ପରେ ତାଙ୍କୁ ଗିରଫ କରାଯିବା ଘଟଣାକୁ ଦେଖିଲେ ଶାସକଦଳ ଓ ଶାସନ କଳ ଏହି ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିଲେ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ା ଉକ୍ତ ଘଟଣାରେ ଆଉ କେତେକ ମଧ୍ୟ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯାଉନାହିଁ। ଏ ଦିଗରେ ରାଜ୍ୟପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିକ୍ଷୋଭ ସ୍ଥଳରେ ଜିଲା ସଭାନେତ୍ରୀ ମଲ୍ଲିକ ଦାବି କରିଥିଲେ। ଭାଜପା ମହିଳା ମୋର୍ଚ୍ଚାଙ୍କ ଅଧ୍ୟକ୍ଷତା କ୍ରମେ ଆହୁତ ପ୍ରତିବାଦ ସଭାରେ ମହିଳା ନେତ୍ରୀ ଦିପ୍ତିରେଖା ମିଶ୍ର, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ନାଥଶର୍ମା, ଜିଲାପରିଷଦ ସଭ୍ୟା ରଞ୍ଜିତା ସାମଲ, ମୋନାଲିସା ଦାସ, ସୁଜାତା ନାୟକ, ଦେବଜାନୀ ପ୍ରଧାନ, ଇତିଶ୍ରୀ ଜେନା, ମନ୍ଦାକିନୀ ସେଠୀ, ଶର୍ମିଳା ଦେଓ, ଭବାନୀ ସାମଲ, ଜୟନ୍ତୀ ଜେନା, ଦିପ୍ତିମୟୀ କୁଅଁର, ଚୁମ୍‌କି ଜେନା, ଝୁନାରାଣୀ ପଣ୍ଡା, ସୁନିତା ନାୟକ, ଜୟନ୍ତୀ ସାହୁ, ଜୟଶ୍ରୀ ଜେନା, ସୋନାଲୀ ମଲ୍ଲିକ, ମମତାମୟୀ ମହାପାତ୍ର, ରୁନୁ ରଣା, ସ୍ନେହାଶ୍ରୀ ଚକ୍ରବର୍ତ୍ତୀ, ମମତା ଘଡ଼େଇ ପ୍ରମୁଖ ଦାବି କରିଛନ୍ତି ା ଜିଲା ସଭାନେତ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରାପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଦଳର ଏମ୍‌ପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ଜେନା, ଜିତେନ୍ଦ୍ର ବେହେରା, ସୁଦିପ୍ତ ପଣ୍ଡା, ରମାକାନ୍ତ ମିଶ୍ର, ସତ୍ୟଜିତ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ବିକ୍ଷୋଭ ସ୍ଥଳରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri