Posted inଖେଳ

ପାକିସ୍ତାନ ଖେଳାଳିଙ୍କୁ ବିରିୟାନି ମନା

କରାଚୀ,୧୮।୯: ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଖେଳାଳିଙ୍କୁ ଫିଟ୍‌ନେସ ପାଇଁ ବହୁ ସମାଲୋଚିତ ହେବାକୁ ପଡ଼ିଥିଲା। ଖେଳାଳିଙ୍କ ଫିଟ୍‌ନେସ ସୁଧାରିବା ଲାଗି ନୂଆକରି କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ସମ୍ଭାଳିଥିବା ପୂର୍ବତନ ଅଧିନାୟକ ମିଶ୍‌ବା ଉଲ ହକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର କ୍ରିକେଟରଙ୍କୁ ବିରିୟାନି ଖାଇବାକୁ ମନା କରିଛନ୍ତି। କେବଳ ଏତିକି ନୁହେଁ, ରେଡ୍‌ ମିଟ୍‌ ଓ ବିଭିନ୍ନ ନନ୍‌ଭେଜ ଆଇଟମକୁ ଦେଶର ଘରୋଇ ଟୁର୍ନାମେଣ୍ଟ ଓ ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ଡାଏଟ୍‌ରୁ ହଟାଇ ଦେଇଛନ୍ତି। ବିଶ୍ୱକପ୍‌ରେ ଭାରତୀୟ ଦଳଠାରୁ ଶୋଚନୀୟ ପରାଜୟ ପରେ ବହୁ ପ୍ରଶଂସକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସର୍ଫରାଜ ଅହମ୍ମଦଙ୍କୁ ତୁଳନା କରି ସମାଲୋଚନା କରିଥିଲେ। ମିଶ୍‌ବା ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଖେଳାଳିଙ୍କ ଡାଏଟରୁ ଗରିଷ୍ଠ ଖାଦ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ଖେଳାଳିଙ୍କୁ ଆଉ ବିରିୟାନି କିମ୍ବା ଅତ୍ୟଧିକ ତେଲଯୁକ୍ତ ରେଡ୍‌ ମିଟ୍‌ କିମ୍ବା ମିଠା ଆଇଟମ ମିଳିବ ନାହିଁ। କେବଳ ନିରାମିଷ ଆଇଟମ ଓ ପାସ୍ତା ସହ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଦିଆଯିବ। ଯାହାଫଳରେ ଖେଳାଳିଙ୍କ ଫିଟ୍‌ନେସରେ ସୁଧାର ଆସିପାରିବ। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଖେଳାଳିମାନେ ଜାତୀୟ ଦଳର ସଦସ୍ୟ ନ ଥିବାବେଳେ ଜଙ୍କ ଫୁଡ ଓ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତି। ଏଣୁ ପ୍ରତ୍ୟେକ ଖେଳାଳିଙ୍କ ଡାଏଟ୍‌ ପ୍ଲାନ ଓ ଫିଟ୍‌ନେସକୁ ନଜରରେ ରଖାଯିବ। ଯଦି କୌଣସି ଖେଳାଳି ଏଥିରେ ବ୍ୟତିକ୍ରମ କରନ୍ତି, ତାଙ୍କୁ ଦଳରୁ ବିଦା କରାଯିବ ବୋଲି ମିଶ୍‌ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?