ପାକିସ୍ତାନରେ ମହଙ୍ଗା ମାଡ଼; କ୍ଷୀର ଦର ପେଟ୍ରୋଲଠୁ ଅଧିକ

ଇସଲାମାବାଦ୍‌,୧୨-୯: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବା ବେଳେ ପିଲା ପିଉଥିବା କ୍ଷୀର ମଧ୍ୟ ଏବେ ସାଧାରଣ ଲୋକଙ୍କ ହାତାପାହାନ୍ତାରୁ ଚାଲିଯାଇଛି। ଦେଶରେ କ୍ଷୀର ଦର ଏତେ ଉଚ୍ଚ ଯେ, ପେଟ୍ରୋଲ ଓ ଡିଜେଲ ଦର ଠାରୁ ଏହା ମହଙ୍ଗା ହୋଇଯାଇଛି। ମୁହର୍ରମ ଦିନ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୧ ଟଙ୍କା ଥିଲା। ତେବେ ଏହାକୁ ବଳି ଯାଇଛି କ୍ଷୀର ଦର। ପାକିସ୍ତାନରେ ଏବେ କ୍ଷୀର ଦର ଲିଟର ପିଛା ୧୪୦ ଟଙ୍କାରେ ପହଞ୍ଚତ୍ୟାଇଛି। ସବୁ ସାମଗ୍ରୀ ସହ କ୍ଷୀର ଦର ପାକିସ୍ତାନରେ ବୃଦ୍ଧି ପାଇଚାଲିଥିଲା। କିନ୍ତୁ ମୁହର୍ରମ ଅବସରରେ କ୍ଷୀର ଦରରେ ନିଆଁ ଲାଗିଛି। ଦେଶର ସବୁଠାରୁ ବଡ଼ ସହର କରାଚି ଏବଂ ସିନ୍ଧ ପ୍ରଦେଶରେ କ୍ଷୀର ଲିଟର ୧୪୦ ଟଙ୍କା ହୋଇଛି। ପାକିସ୍ତାନ ଖବର କାଗଜ ‘ଏକ୍ସପ୍ରେସ ନ୍ୟୁଜ୍‌’ରେ ଏକ ରିପୋର୍ଟ ପ୍ରକାଶ କରି କୁହାଯାଇଛି ଯେ, ଡେୟାରୀ ମାଫିଆ ମାନେ ମୁହର୍ରମ ଅବସରରେ କ୍ଷୀର ଚାହିଦା ବୃଦ୍ଧିର ଫାଇଦା ଉଠାଇ ଲୋକଙ୍କୁ ଲୁଟିଛନ୍ତି। ସେମାନେ ମନଇଚ୍ଛା ଦର ଆଦାୟ କରିଛନ୍ତି। ମୁହର୍ରମ ଅବସରରେ ୯ ଓ ୧୦ରେ ଲୋକେ କ୍ଷୀରରେ ନିିର୍ମିତ ସରବତ,କ୍ଷିରି ଆଦି ବାଣ୍ଟନ୍ତି। ପାକିସ୍ତାନରେ ଟମାଟୋ ଓ କ୍ଷୀର ବ୍ୟତୀତ ଅନ୍ୟ ପନିପରିବା ଦର ବହୁଗୁଣ ବଢ଼ିଯାଇଛି। ପିଆଜ କେଜି ୬୦ ଟଙ୍କାରେ ପହଞ୍ଚତ୍ୟାଇଥିବା ବେଳେ ଟମାଟୋ କିଲୋ ୨୦୦ ଟଙ୍କାରେ ପହଞ୍ଚତ୍ୟାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri