ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ଥିବା ସିଦ୍ଧୁ ଏବେ ଏକ ଭିନ୍ନ ପଗଡି ପିନ୍ଧା ଫଟୋକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ତେବେ ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧନ କମିଟିର ମହାସଚିବ ଗୋପାଳ ସିଂ ଚାଓ୍ବଲା ସୋସିଆଲ ମିଡିଆରେ ସିଦ୍ଧୁଙ୍କର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସିଦ୍ଧୁ ପିନ୍ଧିଥିବା ପଗଡିରେ ପାକିସ୍ତାନ ଜାତୀୟ ପତାକାର ଚିହ୍ନ ରହିଛି। ଲାଗୁଛି ସିଦ୍ଧୁ ଯେମିତି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏହି ଫଟୋଟି ଉଠାଯାଇଛି। ତେବେ ଗୋପାଳ ସିଂ ଚାଓ୍ବଲା ହେଉଛନ୍ତି ଜଣେ ଖଲିସ୍ତାନ ସମର୍ଥକ। ହେଲେ ସେ କାହିଁକି ସିଦ୍ଧୁଙ୍କର ଏମିତି ଫଟୋ ଶେୟାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଏହି ଫଟୋକୁ ୫ଶହରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ପ୍ରାୟ ୨୯ କମେଣ୍ଟ ଓ ୨୭୮ ଥର ଶେୟାର କରାଯାଇ ସାରିଲାଣି। ତେବେ ବଡ କଥା ହେଲା ପଞ୍ଜାବି ମାନେ ସାଧାରଣତଃ ସାଧା କପଡାର ପଗଡି ପିନ୍ଧି ଥାଆନ୍ତି। ତେଣୁ ଫଟୋଟିକୁ ଏଡିଟ୍‌ କରାଯାଇ ଅପ୍‌ଲୋଡ୍‌ କରାଯାଇଥିବା ଆଲୋଚନା ହେଉଛି। ଅନ୍ୟପଟେ କରତାରପୁର କରିଡର କାର୍ଯ୍ୟକ୍ରମରେ ସିଦ୍ଧୁଙ୍କ ସହ ପୂର୍ବରୁ ଗୋପାଳ ସିଂ ଚାଓ୍ବଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ସେ କ’ଣ ପାଇଁ ଏମିତି କଲେ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri