Posted inଜାତୀୟ

ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ପଞ୍ଜାବ ଆସୁଛି ତୁର୍କୀ ପିସ୍ତଲ

ଚଣ୍ଡିଗଡ଼,୨୩ା୬: ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା।

ଚଳିତ ମାସରେ ପାକିସ୍ତାନ ୪ ଥର ଡ୍ରୋନ୍‌ ଯୋଗେ ପିଏକ୍ସ୫ ପିସ୍ତଲ ଡ୍ରପ୍‌ କରାଇଥିବାବେଳେ ପଞ୍ଜାବ ପୋଲିସ ସେଗୁଡ଼ିକୁ ଜବତ କରିଛି। ତୁର୍କୀର ଟିସାସ୍‌ ଏହି ପିସ୍ତଲଗୁଡ଼ିକର ନିର୍ମାତା। ଗତ ଶନିବାର ଅମୃତସରରୁ ୩ଟି ପିଏକ୍ସ୫ ପିସ୍ତଲ ଜବତ ହୋଇଛି। ପୂର୍ବରୁ ଜିଗାନା ପିତଲ ଜବତ ହୋଇଥିଲା। ପୂର୍ବରୁ ଅମୃତସର କମିଶନରେଟ୍‌ ପୋଲିସ ସ୍ଥାନୀୟ ଅପରେଟରଙ୍କୁ ଗିରଫ କରିବା ସହ ପାକ୍‌ ସମର୍ଥତ୍ତ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ (ବିକେଆଇ) ଟେରର ମଡ୍ୟୁଲ୍‌କୁ ଧ୍ୱଂସ କରିଥିଲା।

ବ୍ରିଟେନରେ ରହୁଥିବା ଧରମ ସିଂ ଓରଫ ଧରମ ସାନ୍ଧୁ ଏହି ମଡ୍ୟୁଲକୁ ଚଳାଉଥିଲେ। ତାଙ୍କ ନିକଟରୁ ୬ଟି ଅତ୍ୟାଧୁନିକ ବିଦେଶୀ ନିର୍ମିତ ପିସ୍ତଲ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ଓଁକାର ସିଂ ଓରଫ ନଓ୍ବାବ ଅମୃତସରର ଜଲାଲୁସ୍‌ମା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିଲା। ପାକିସ୍ତାନରୁ ସୀମାପାର ଅସ୍ତ୍ର ଚୋରାଚାଲାଣରେ ୪ଟି ୯ଏମ୍‌ଏମ୍‌ ଗ୍ଲୋକ୍‌ ପିସ୍ତଲ ଏବଂ ୨ଟି ପଏଣ୍ଟ ୩୦ ବୋର୍‌ ପିଏକ୍ସ୫ ପିସ୍ତଲ ରହିଥିଲା। ଧରମ ସିଂଙ୍କର ପାକିସ୍ତାନୀ ଆତଙ୍କବାଦୀ ହରବିନଦର ସିଂ ଓରଫ ରିଣ୍ଡାଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri