ଜେନେଭା,୧୪।୯: ମିଳିତ ଜାତିସଂଘ ମାନବଅଧିକାର ପରିଷଦ (ୟୁଏନଏଚଆରସି)ର ଏକ ବୈଠକରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ଆତଙ୍କବାଦୀ କାରଖାନା ଚଳାଉଥିବା ପାକିସ୍ତାନ ଭାରତୀୟ ଲୋକଙ୍କ ମାନବିକ ଅଧିକାରକୁ ନେଇ ଉଦ୍ବେଗ ପ୍ରକାଶ କରିବା ଏକ ପ୍ରତାରଣା ବୋଲି ଭାରତ କହିଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ଆଶ୍ରୟ ଦେଉଛି। ଏଭଳି ପରିସ୍ଥିତିରେ ମାନବ ଅଧିକାର ପରିଷଦ ନିଜର କ୍ଷମତାକୁ ବ୍ୟବହାର କରିବା ଏବଂ ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଭଲ।
ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପୱନ କୁମାର ବଢେ କହିଛନ୍ତି, ଭାରତ ବିରୋଧରେ ପ୍ରଚାର ପ୍ରସାର ପାଇଁ ପାକିସ୍ତାନ ପୁଣି ଥରେ ଏହି ସମ୍ମାନଜନକ ପରିଷଦ ଦ୍ୱାରା ଦିଆଯାଇଥିବା ପ୍ଲାଟଫର୍ମର ଅପବ୍ୟବହାର କରିଛି। ଆମ ପ୍ରତିନିଧୀମଣ୍ଡଳ ସେମାନଙ୍କର ଭିତ୍ତିହୀନ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ଆମର ପ୍ରତିକ୍ରିୟାର ଯୋଗ୍ୟ ନୁହଁନ୍ତି। ପାକିସ୍ତାନ ଦ୍ୱାରା ଭାରତର ଲୋକଙ୍କ ମାନବିକ ଅଧିକାର ବିଷୟରେ କହିବା ହାସ୍ୟାସ୍ପଦ। ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀମାନେ ପାକିସ୍ତାନୀ ମାଟିରେ କାର୍ଯ୍ୟ କରୁଛନ୍ତି। କେବଳ ମୋ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରି ପାକିସ୍ତାନ ଏହାର ଲୋକଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରିଛି। ମିଳିତ ଜାତିସଂଘ ମାନବଅଧିକାର ପରିଷଦକୁ ଅନୁରୋଧ କରୁଛୁ ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଶେଷ କରିବା ତଥା ଏହାର ଅଧୀନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଭାଙ୍ଗିବା ପାଇଁ ବିଶ୍ୱସ୍ତ ପଦକ୍ଷେପ ନେବାକୁ କୁହନ୍ତୁ।
Posted inHome, Home Left, ଅନ୍ତର୍ଜାତୀୟ View All
୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍ ଗର୍ଲ
ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍ର ଡ୍ରିମ୍ ଗର୍ଲ ହେମା ମାଳିନୀ…
ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ
ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…
୩୮ ବର୍ଷ ବୟସରେ ଟିମ୍ ବଦଳାଇଲେ ଏହି କ୍ରିକେଟର୍: ପ୍ରଥମ ମ୍ୟାଚ୍ରେ କଲେ ଚମତ୍କାର
ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…
ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ
ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…
IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍ କହିଲେ…
ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…
ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି
ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…
ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍ ବିନା ଆୟୁଷ୍ମାନ୍ ଅପରେଶନ ମନା
ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…
କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ
ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

