ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌ ୨ ଗାଁବାସୀ

ମନମୁଣ୍ଡା, ୧୨।୬ (ଡି.ଏନ୍‌.ଏ): ବୌଦ୍ଧ ଜିଲା ମନମୁଣ୍ଡା ପଁଚେତ୍‌ର ମହୁଲବାହାଲି ଆର କଲତାପାଲି ଗଁାରେ ପାଏନ୍‌ ସଁକଟ ଦେଖାଦେଇଛେ। ଇ ଗଁାର ଲୋକ୍‌ ବରଷା ପାଏନ୍‌ ଭରସାରେ ଚାଷ୍‌ବାସ କରୁଛନ୍‌, ହେଲେ ଅନେକ ସମିଆରେ ଚାଷ୍‌ବାସ ମର୍‌ଡିରେ ମାଡ଼ ଖାଉଛେ। ସେନ୍‌ତା ଉଭଏ ଗଁାବାସୀକର ଗଧାପଧା ଲାଗି ଦୁଇ ଗଁାରେ ଗୁଟେ ଲେଖେଁ ବଁଧ୍‌ ରହିଛେ। ହେଲେ ବଁଧ୍‌ମାନେ ବହୁତ୍‌ ବଛର ହେଲା ମାଟିକାମ୍‌ ନାଇଁ ହେବାର ଲାଗି ତୁପି ହେଇଗଲାନ। ବଁଧେ ଯେତ୍‌କି ପାଏନ୍‌ ରହିବାର କଥା ନାଇଁ ରହିବାର। ଇଆଡ଼େ ଖରା ତାତିରୁ ବଁଚ୍‌ବାର ଲାଗି ଗାଈଗୋରୁ ବଁଧ୍‌କେ ପାଏନ୍‌ ପିଇବାକେ ଯାଇ ପାଏନ୍‌ରେ ପଡ଼ିରହୁଛନ୍‌। ଏନ୍‌ତାଥି ବଁଧର ପାଏନ୍‌ ଦୂଷିତ୍‌ ହେଉଛେ ସତ୍‌, ହେଲେ ଗାଈଗୋରୁକର ଗୁଲଗୁଲା ଦେଖି ଗଁବାସୀ ତାହାକୁ ନାଇଁ ଖେଦବାର। ନିଜେ ଗଁାବାସୀ ଉପେ ଶୂଇନ୍‌ ହେଇ ସେ ଦୂଷିତ ପାଏନ୍‌ରେ ଗଧାବୁଡ଼ା କରୁଛନ୍‌ ଆର ଅନେକ ଲୋକ ଚର୍ମ ରୋଗ୍‌ର ଶିକାର ହେଉଛନ୍‌। ଇଆଡ଼େ ଗଁାବାସୀ ଖାଏବା ପିଇବାର ଲାଗି ଗଁାରେ ଥିବାର ଦୁଇଟା ନଲ୍‌ଚୁଅଁା ଉପରେ ନିରଭର କରୁଛନ୍‌। ହେଲେ ନଲ୍‌ଚୁଅଁାରୁ ପାଏନ୍‌ ଟିକେ ନେବାର ଲାଗି ହେଲେ ଧାଡ଼ି ଲମାବାକେ ପଡ଼ୁଛେ। କହେବାକେ ଗଲେ ଉଭଏ ଗଁାବାସୀ ଖାଏଲା ପିଇଲା ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଛନ୍‌। ଏନ୍‌ତାଥି ଦୁଇ ଗଁାବାସୀକର ଲାଗି ପିଇଲା ପାଏନ୍‌ର ସୁବିଧା କରବାରଟା ନିହାତି ଜରୁରି ଆଏ। ନାଇଁହେଲେ ଗଁାବାସୀ ଆଗ୍‌କେ ଆହୁରି ଦୁରଦଶା ଭୋଗ୍‌ କରବାରଟା ଝଲୋ ଝଲୋ ଦିଶୁଛେ। ପରଶାସନ୍‌ ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଉନିଆ ଗଁାମାନକେ ନୂଅଁା ନୂଅଁା ପ୍ରକଳ୍ପ ତିଆରି କରୁଛେ। ହେଲେ ମହୁଲବାହାଲି ଆର କଲତାପାଲି ଇଥ୍‌ରୁ ବାଦ୍‌ ପଡ଼ିଛନ୍‌। ଯେନ୍‌ଥିରଲାଗି ଗଁାବାସୀକର ଭିତରେ ଗୁଟେ ଅସନ୍‌ତୋଷ ଭାବ୍‌ ଦେଖ୍‌ବାକେ ମିଲିଛେ। ଥାନୀୟ ପରଶାସନ ଯେତେ ଜଲଦି ହେବା ଉଭଏ ଗଁାବାସୀକୁ ପାଇପ୍‌ ପାଏନ୍‌ ଯୁଗେଇ ଦେବାର ସଂଗେ ଚାଷ୍‌ ଲାଗି ତେଲ ନଦୀରେ ଉଠାଜଲସେଚନ ପଏଣ୍ଟ ବସାବାକେ ଗଁାର ନକୁଳ ବାଘ, ନେପାଳ ବାଘ, ଉତ୍ତମ ବଗର୍ତ୍ତି, ଧ୍ରୁବ ବଗର୍ତ୍ତି, ଶାନ୍ତନୁ ପ୍ରଧାନ, ହେମନ୍ତ ମହାକୁଡ଼, ଶିବରାତ୍ର ସିଂ ପରମୁଖ ଦାବି ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri