Posted inଜାତୀୟ

ପଶ୍ଚିମବଙ୍ଗରେ ମୋଦିଙ୍କ ନିର୍ବାଚନୀ ଭାଷଣ

କୋଲକାତା,୧୩ା୧: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନଜରରେ ରଖି ଭାଜପା ପାଇଁ ପ୍ରଚାର ଆରମ୍ଭ କରିଥିବା କୁହାଯାଉଛି। ଲୋକ ସଭା ନିର୍ବାଚନ ପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଭାଜପା ହାତରୁ ଖସୁଥିବାବେଳେ ପଶ୍ଚିମବଙ୍ଗରେ କ୍ଷମତା ଦଖଲ ଲାଗି ଦଳ ଜୋର୍‌ଦାର ଉଦ୍ୟମ ଚଳାଇଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗ ସରକାର ଆୟୁଷ୍ମାନ ଭାରତ ଏବଂ ପିଏମ୍‌ କିଷାନ ସମ୍ମାନ ନିଧି ଭଳି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି। ତେବେ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନା ସୁବିଧା ହରାଇବାକୁ ବେଶିଦିନ ବରଦାସ୍ତ କରିବେ ନାହିଁ ବୋଲି ମୋଦି କହିଥିଲେ।
ସିଏଏକୁ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହା କାହାର ନାଗରିକତ୍ୱ ଛଡାଇନେବା ପାଇଁ ନୁହେଁ ବରଂ ନାଗରିକତ୍ୱ ପ୍ରଦାନ କରିବା ପାଇଁ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆଇନର ଯଥାର୍ଥତା ସମ୍ପର୍କରେ କହିବାକୁ ଯାଇ ମହାତ୍ମା ଗାନ୍ଧୀଙ୍କ ନାଁ ନେଇଥିଲେ ମୋଦି। ଏହି ଆଇନ ଆଣି ତାଙ୍କ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି। ପାକିସ୍ତାନରେ ବିଦ୍ୱେଷର ସମ୍ମୁଖୀନ ହୋଇଥିବା ଧର୍ମୀୟ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଗାନ୍ଧିଜୀ ଚାହୁଁଥିଲେ ବୋଲି ପ୍ରଧାନମନ୍ତ୍ରୀ ବେଲୁର ମଠରେ ଉଦ୍‌ବୋଧନ ଦେଇ କହିଛନ୍ତି। ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ପ୍ରଧାନମନ୍ତ୍ରୀ ଶନିବାର ରାତ୍ରିଯାପନ କରିଥିଲେ। ରବିବାର ସକାଳେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ତଥା ଅନ୍ତର୍ଜାତୀୟ ଯୁବଦିବସ ଅବସରରେ ସେ ଯୁବଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସିଏଏକୁ ନେଇ ବିରୋଧୀ
ଦଳଗୁଡ଼ିକ ଯୁବସମାଜକୁ ବିଭ୍ରାନ୍ତ କରୁଛନ୍ତି। ନ୍ୟସ୍ତସ୍ବାର୍ଥକୁ ନେଇ ବିରୋଧୀମାନେ ମିଥ୍ୟା ପ୍ରଚାର ଚଳାଇଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ। ସେ କହିଥିଲେ, ସିଏଏକୁ ନେଇ ବିବାଦ ସାରା ବିଶ୍ୱରେ ପାକିସ୍ତାନର ମୁଖା ଖୋଲିଦେଇଛି। ପାକିସ୍ତାନୀରେ ଧର୍ମୀୟ ସଂଖ୍ୟାଲଘୁମାନଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ବିଶ୍ୱ ଜାଣିବାକୁ ପାଇଛି।
ରବିବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ କୋଲକାତା ବନ୍ଦରକୁ ଜନସଂଘ ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିଛନ୍ତି। ଏହାକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିବା ସହ ମୋଦିଙ୍କୁ ଗେମ୍‌ ଚେଞ୍ଜର ନୁହନ୍ତି, ଜଣେ ନେମ୍‌ ଚେଞ୍ଜର ବୋଲି କହିଛନ୍ତି। କେବଳ ନାଁ ବଦଳାଇଦେଲେ ତାହା ବନ୍ଦରର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବ ନାହିଁ ବୋଲି ସିପିଆଇ(ଏମ୍‌) କହିଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ବାଧୀନତା ପରବର୍ତ୍ତୀ ଭାରତର ବିକାଶରେ ଶ୍ୟାମାପ୍ରସାଦ ଏବଂ ବି.ଆର୍‌. ଆମ୍ବେଦଡ଼କରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ତେବେ ସରକାରରୁ ଇସ୍ତଫା ଦେବା ପରେ ସେମାନଙ୍କ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଭାରତରେ ଉଦ୍ୟୋଗୀକରଣର ସ୍ରଷ୍ଟା ଶ୍ୟାମାପ୍ରସାଦ ଗୋଟିଏ ରାଷ୍ଟ୍ର ଗୋଟିଏ ସମ୍ବିଧାନ ପାଇଁ ବଳିଦାନ ଦେଇଥିଲେ ବୋଲି ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଯୋଗଦେବା କାର୍ଯ୍ୟକ୍ରମ ଥିଲେ ହେଁ ସେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଏଥିରେ ଯୋଗଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri