ପର୍ଯ୍ୟଟନକେନ୍ଦ୍ରରେ ଅସ୍ବାସ୍ଥ୍ୟକର ପରିବେଶ: ବଣଭୋଜି ପରେ ଉଠାଯାଉନି ଖଲିପତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ.)-ଦାରିଙ୍ଗବାଡ଼ିରବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଏବେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୈନିକ ଶତାଧିକ ପର୍ଯ୍ୟଟକ ଆସି ବଣଭୋଜି କରି ଭରପୁର ମଜା ଉଠାନ୍ତି। ଶନିବାର ଏବଂ ରବିବାର ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ହେଲେ ଯେଉଁଠି ବଣଭୋଜି ହେଉଛି, ସେଠି ଅଇଁଠା ଖଲିପତ୍ର ଫିଙ୍ଗି ଦିଆଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଫଳରେ ନୂଆ କରି ଆସୁଥିବା ପର୍ଯ୍ୟଟକ ଏବଂ ବଣଭୋଜି କରିବାକୁ ଆସୁଥିବା ଲୋକ ନାକ ଟେକଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯେଉଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ଦାୟିତ୍ୱରେ ରହିଛନ୍ତି ସେମାନେ ଠିକ ଭାବେ ଦାୟିତ୍ୱ ତୁଲାଉନାହାନ୍ତି। ଜଣେ ପର୍ଯ୍ୟଟକ ତାଙ୍କ ନାମ ଗୋପନ ରଖି କହିଛନ୍ତି, ସଫେଇ କରିବାକୁ କିଛି ମହିଳା ସେମାନଙ୍କଠାରୁ ଅର୍ଥ ନେଇଛନ୍ତି। ପର୍ଯ୍ୟଟକଙ୍କ ଠାରୁ ଗାଡ଼ି ମୋଟର ପାର୍କିଂ ସହ ସଫେଇ ପାଇଁ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ା ଅଞ୍ଚଳରେ ଅନେକ ଅସାମାଜିକ ଲୋକ ବେଆଇନ ଭାବେ ଅର୍ଥ ସଂଗ୍ରହ କରିବା ସହ ପର୍ଯ୍ୟଟନକେନ୍ଦ୍ର ସଫେଇ ନ କରିବା ଦୁର୍ଭାଗ୍ୟଜନକ ବୋଲି କିଛି ସାମାଜିକ କର୍ମୀ କହିଛନ୍ତି। ପର୍ଯ୍ୟଟନକେନ୍ଦ୍ର ଗୁଡ଼ିକରେ ଖାଲି ମଦବୋତଲ ଓ କୁଢ଼ କୁଢ଼ ପଲିଥିନ ପଡ଼ି ପରିବେଶ ଦୂଷିତ କରୁଥିବା ଅଭିଯୋଗ ହେଉଛି ା
ଏଥିପ୍ରତି ଜନସଚେତନର ଆବଶ୍ୟକ ସହ ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି କୁହାଯାଉଛି ା ଦାରିଙ୍ଗବାଡ଼ିର ଡୁଲୁରୀ ପାଇନ ବଣରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକାଧିକ ପିଣ୍ଡି ତିଆରି କରାଯାଇଛି। ସେଥିରେ ପର୍ଯ୍ୟଟକ ବସିବା ସହ ରୋଷେଇ କରି ଖାଇବା ନିମନ୍ତେ ସୁବିଧା କରାଯାଇଛି ।
ଭୋଜି ସରିବା ପରେ ଉକ୍ତ ସ୍ଥାନକୁ ସଫା କରାଯାଉ ନ ଥିବା ଜଣାପଡ଼ିଛି ା ସେହିପରି କିରିକୁଟି ଠାରେ ଥିବା ପ୍ରକୃତି ଲଭର୍ସ ପଏଣ୍ଟରେ ମଧ୍ୟ ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ କିଛି ଅସାମାଜିକ ଲୋକ ପାର୍କିଂ ଫି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri