ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା ହ୍ରାସ ଏବଂ ଅମଳରେ ପ୍ରଭାବ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଏଡିବି ଆକଳନକୁ ହ୍ରାସ କରିଛି। ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ୬.୫% ରହିବ ବୋଲି ଏହା ଆଶା ପ୍ରକଟ କରିଛି। ଭାରତ ସରକାର ଗ୍ରହଣ କରୁଥିବା ନୀତିର ସକାରାତ୍ମକ ପ୍ରଭାବ ଭାରତ ଉପରେ ରହିବା ନେଇ ଏହା ଏସିଆନ ଡେଭଲପମେଣ୍ଟ ଆଉଟଲୁକ ଅପଡେଟ ରିପୋର୍ଟରେ କହିଛି। ସେପ୍ଟେମ୍ବରରେ ଏହା ଭାରତର ଜିଡିପି ଅଭିବୃଦ୍ଧିକୁ ୭%ରୁ କମାଇ ୬.୫%କୁ ହ୍ରାସ କରିଥିଲା। ସେହିଭଳି ଆଗାମୀ ଆର୍ଥତ୍କ ବର୍ଷ ବିକାଶ ହାର ୭.୨%ରୁ ହ୍ରାସ କରି ଏହା ୬.୫%କୁ ଖସାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri