ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ତ୍ରୁଟିବଶତଃ ୬୯ ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା ବୋର୍ଡ ଅଫିସକୁ ପଠାଯାଇଥିଲା । କଲେଜରେ ରହିଯାଇଥିଲା ୨ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା । ଏହା ଜଣାପଡିବା ପରେ ହୋଇଥିଲା ବିବାଦ । ଏଥିରେ ଛନ୍ଦି ହୋଇପଡିଥିଲେ ମହିଳା ମହାବିଦ୍ୟାଳୟର କର୍ତ୍ତୃପକ୍ଷ। ଏହି ଘଟଣାର ତଦନ୍ତ ଶନିବାର ଆରମ୍ଭ ହୋଇଛି । ଇନ୍ଦିରାଗାନ୍ଧୀ କଲେଜ ସମେତ ନୋଡାଲ ସେଣ୍ଟର ଉଦଳା କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଶିକ୍ଷା ବିଭାଗର ଏକ ଟିମ୍‌ ।
ମୟୂରଭଞ୍ଜ ଜୋନର ଡେପୁଟି ସେକ୍ରେଟେରୀ ଜୟଦେବ ପ୍ରାମାଣିକଙ୍କ ତତ୍ତ୍ୱାବଧାନରେ ଉକ୍ତ ଟିମ୍‌ ଘଟଣାର ତଦନ୍ତ କରି ଫେରିଛନ୍ତି। ଉଲେଖନୀୟ ଯେ ଶୁକ୍ରବାର ସନ୍ଧ୍ୟାରେ ୨ଟି ପରୀକ୍ଷା ଖାତା ରହିଯାଇଥିବା ଜଣାପଡିବା ପରେ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଏହି ଖାତାକୁ ନେଇ ନୋଡାଲ ସେଣ୍ଟର ନିଆଯାଇଥିଲା। ତେବେ ଏକ ଏକ ପରିବା ବ୍ୟାଗରେ ଏହାକୁ ନିଆଯିବା ଘଯଣା ଚର୍ଚ୍ଚାକୁ ଆସିଥିଲା। ଶନିବାର ତଦନ୍ତ ଲାଗି ଆସିଥିବା ଟିମ୍‌ ଦୁଇ ଭାଗ ହୋଇ ଉଦଳା କଲେଜ ଏବଂ ଇନ୍ଦିରାଗାନ୍ଧୀ କଲେଜରେ ତଦନ୍ତ କରିଥିଲେ ା ଉଦଳା କଲେଜ ପ୍ରିନ୍ସିପାଲଙ୍କ ସହିତ ଡେପୁଟି ସେକ୍ରେଟେରୀ ମଧ୍ୟ ଆଲୋଚନା କରିଥିଲେ ା ସେହିପରି ଇନ୍ଦିରାଗାନ୍ଧୀ କଲେଜରେ ପରୀକ୍ଷା ଉତ୍ତର ଖାତା କେଉଁ ପରିସ୍ଥିତିରେ ରହିଲା ତାହାକୁ ନେଇ ତଦନ୍ତ କରାଯାଇଥିଲା। ଶୁକ୍ରବାର ପରୀକ୍ଷା ସରିବା ପରେ ଖାତା ଗୁଡିକୁ ସିଲ୍‌ କରାଯିବା ବେଳେ ସେଠାରେ କେହି ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିଲେ ା ଜଣେ ଅଧସ୍ତନ ଅଧିକାରୀ ସୁପରିଟେଣ୍ଡେଣ୍ଟ ଉକ୍ତ ଖାତାଗୁଡିକ ପ୍ୟାକେଟ୍‌ରେ ଭର୍ତ୍ତି କରି ସିଲ୍‌ କରିବା ସମୟରେ ୨ଟି ଖାତା ଭୁଲ କ୍ରମେ ଟେବୁଲ୍‌ ଉପରେ ରହିଯାଇଥିଲା ା ତଦନ୍ତ ବେଳେ ସିସିଟିଭିକୁ ଯାଞ୍ଚ କରାଯିବାରୁ ଏହା ଜଣାପଡିଲା ବୋଲି ତଦନ୍ତରେ ଆସିଥିବା ଡେପୁଟି ସେକ୍ରେଟେରୀ କହିଛନ୍ତି। ଘଟଣାର ତଦନ୍ତ ସରିବା ପରେ ରିପୋର୍ଟ ବୋର୍ଡ କାର୍ଯ୍ୟାଳୟକୁ ପଠାଯିବ ବୋଲି ସେ କହିଛନ୍ତି। ଏଭଳି ତ୍ରୁଟିରେ ଯାହାର ସଂପୃକ୍ତି ଥବବା ଜଣାପଡିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri