ପରିବେଶ ଆଇନ ଉଲ୍ଲଂଘନ: ବାଲିଉତ୍ସ ପରିଦର୍ଶନ କଲେ ଉଚ୍ଚ କର୍ତ୍ତୃପକ୍ଷ

ଜଳେଶ୍ୱର, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ମହମ୍ମଦନଗରପାଟଣା ପଞ୍ଚାୟତ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣା (କ, ଖ, ଗ ଓ ଘ) ୪ଟି ବାଲି ଉତ୍ସକୁ ଶୁକ୍ରବାର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ଡ. କେ ମୂରଲୀ, ଏମପିଆର୍‌କ୍ୟୁ ବିଶ୍ୱନାଥ ମହାନ୍ତି, ବାଲେଶ୍ୱର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ପ୍ରକାଶ ମହାପାତ୍ର ପ୍ରମୁଖ ପରିଦର୍ଶନ କରିଛନ୍ତି। ଅଧିକାରୀମାନେ ବାଲି ଉତ୍ତୋଳନ ପ୍ରକ୍ରିୟାର ତଦାରଖ କରିଥିଲେ। ସ୍ଥାନୀୟ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଉପସ୍ଥିତିରେ ଉଚ୍ଚ ଅଧିକାରୀମାନେ ନଦୀର ଜଳପ୍ରବାହକୁ ଗତିରୋଧ କରି କିଭଳି ଭାବେ ନଦୀଗର୍ଭ ତଥା କୂଳରୁ ବଡ଼ ବଡ଼ ଜେସିବି ସାହାଯ୍ୟରେ ପରିବେଶ ଆଇନକୁ ଉଲଂଘନ କରି ବାଲି ଉତ୍ତୋଳନ କରାଯାଉଛି ତାହା ଦେଖି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଉକ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
ଉକ୍ତ ବାଲି ଉତ୍ସଗୁଡ଼ିକରେ ପରିବେଶ ଆଇନ୍‌ ତଥା ସରକାରୀ ଗାଇଡଲାଇନ୍‌କୁ ଉଲଂଘନ କରାଯାଇ ବାଲି ଉତ୍ତୋଳନ କରାଯାଉଛି ବୋଲି ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଏନ୍‌ଜିଟି ରାଜ୍ୟ ପ୍ରଶାସନକୁ ରିପୋର୍ଟ ତଲବ କରିବା ପରେ ଆଜି ଉଚ୍ଚ ଅଧିକାରୀମାନେ ସମ୍ପୃକ୍ତ ବାଲି ଉତ୍ସଗୁଡ଼ିକ ବୁଲି ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri