ପରିବର୍ତ୍ତନର ବାର୍ତ୍ତାବହ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ସପ୍ତଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଛି। ସେହିଭଳି ଓଡ଼ିଶାରେ ବିଜୁ ଜନତା ଦଳ, ଅରୁଣାଚଳ ପ୍ରଦେଶରେ ଭାଜପା, ସିକ୍କିମରେ ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ ଆନ୍ଧ୍ରରେ ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି) ସରକାର ଗଠନ କରିବା ଲାଗି ସଂଖ୍ୟା ପାଇଯାଇଛନ୍ତି। ତେବେ ସବୁଠାରୁ ସରକାରୀ ବିରୋଧୀ ହାଓ୍ବାକୁ ଭୋଟରେ ରୂପାନ୍ତରିତ କରି ଓ୍ବାଇଏସ୍‌ଆର୍‌ସିପି ନେତା ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ବିଧାନସଭାର ୧୭୫ରୁ ୧୫୪ ଆସନ ହାସଲ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଶେଷ ଚର୍ଚ୍ଚାରେ ରହିଛି।
ୟେଦୁଗୁରି ସାନ୍‌ଦିନ୍ତି ଜଗନମୋହନ ରେଡ୍ଡୀ ୨୧ ଡିସେମ୍ବର ୧୯୭୨ରେ ଆନ୍ଧ୍ରପ୍ରଦେଶର ପୁଲିଭେନ୍ଦୁଲାଠାରେ ଜନ୍ମଗ୍ରହଣ କରିଥିଲେ। ପୁଲିଭେନ୍ଦୁଲାରୁ ପ୍ରାରମ୍ଭିକ ଶିକ୍ଷା ଶେଷ କରିବା ପରେ ହାଇଦ୍ରାବାଦ ପବ୍ଲିକ ସ୍କୁଲରେ ପାଠ ପଢ଼ିଥିଲେ। ଜଗନମୋହନ ଜଣେ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିୟାନ୍‌। ପିତା ଥିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ (ଓ୍ବାଇଏସ୍‌ଆର୍‌ ଭାବେ ପରିଚିତ)। ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୯ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିଲା। ଜଗନମୋହନଙ୍କ ମା’ ଓ୍ବାଇ. ଏସ୍‌. ବିଜୟାମ୍ମା ରାଜନୀତିରେ ସକ୍ରିୟ ଅଛନ୍ତି। କଂଗ୍ରେସର ଜଣେ ଟାଣୁଆ ଓ ଲୋକପ୍ରିୟ ନେତା ଭାବେ ଓ୍ବାଇଏସ୍‌ଆର୍‌ ଜଣାଶୁଣା ଥିବାରୁ ତାଙ୍କ ଲିଗାସୀକୁ ଜଗନ୍‌ ଆଗେଇ ନେବାକୁ ଉଦ୍ୟମ କରିଥିଲେ। ହେଲେ ପ୍ରାରମ୍ଭିକ ଅବସ୍ଥାରେ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲା କଂଗ୍ରେସ ଶୀର୍ଷ ନେତୃତ୍ୱର ବିମୁଖଭାବ। ୨୦୦୯ରେ କଡପ୍ପା ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜଗନ୍‌ କଂଗ୍ରେସ ଟିକଟରୁ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ଆନ୍ଧ୍ରରେ ଉଠାଇବାକୁ ଦିଆଯାଇ ନ ଥିଲା। ପିତାଙ୍କ ଦେହାନ୍ତ ପରେ ଅଧିକାଂଶ ବିଧାୟକ ଜଗନ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଇଚ୍ଛା କରିଥିଲେ। ହେଲେ ସୋନିଆ ଗାନ୍ଧୀ ଓ ତାଙ୍କ ପୁତ୍ର ରାହୁଲ ଉକ୍ତ ନିଷ୍ପତ୍ତିିରେ ରାଜି ହୋଇ ନ ଥିଲେ। ସେଥିପାଇଁ ଜଗନ୍‌ ପିତାଙ୍କ ମୃତ୍ୟୁର ୬ ମାସ ପରେ ଓଡାର୍ପୁ ଯାତ୍ରା ବା ସମବେଦନା ଯାତ୍ରା କରିଥିଲେ। ଓ୍ବାଇଏସ୍‌ଆର୍‌ଙ୍କ ଦେହାନ୍ତ ପରେ ଯେଉଁମାନେ ଆତ୍ମହତ୍ୟା କରିଥିଲେ ବା ଯେଉଁମାନେ ମ୍ରିୟମାଣ ହୋଇ ଭଗ୍ନସ୍ବାସ୍ଥ୍ୟ ଦେଇ ଗତିକରୁଥିଲେ ସେମାନଙ୍କ ପରିବାରବର୍ଗକୁ ଭେଟି ଜଗନ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ସେହି ସମୟରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଯାତ୍ରା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ କଂଗ୍ରେସ ସହ ତାଙ୍କ ସମ୍ପର୍କ ବିଗିଡ଼ି ଯାଇଥିଲା। ଫଳରେ ୨୯ ନଭେମ୍ବର ୨୦୧୦ରେ ଜଗନ୍‌ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପରେ ପିତାଙ୍କ ନାମାନୁସାରେ ଦଳର ନାମ ଦେଇଥିଲେ ଓ୍ବାଇଏସ୍‌ଆର୍‌ସିପି। ଏହା ପରଠାରୁ ସେ ପଛକୁ ଚାହିଁ ନ ଥିଲେ। ହେଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଅଣାଯାଇ ତାଙ୍କ ପଛରେ ସିବିଆଇକୁ ଲଗାଇ ଦିଆଯାଇଥିଲା। ଏଥିଯୋଗୁ ୨୦୧୨ରେ ସେ ଗିରଫ ହୋଇ ୧୬ ମାସ ଜେଲ୍‌ରେ ରହିଥିଲେ। ସେହି ସମୟରେ ତେଲେଙ୍ଗାନା ରାଜ୍ୟ ଗଠନ ନେଇ ଜୋରଦାର ଆନ୍ଦୋଳନ ଚାଲିଥିଲା। ହେଲେ ସେ ଜେଲ୍‌ରେ ଥାଇ ଏହାକୁ ଘୋର ବିରୋଧ କରିଥିଲେ। ଏପରି କି ୧୨୫ ଘଣ୍ଟା ଆମରଣ ଅନଶନ କରି ଓସ୍‌ମାନିଆ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଜଗନ୍‌ଙ୍କ ସହ ବିଧାୟକ ଥିବା ତାଙ୍କ ମା ବିଜୟାମ୍ମା ମଧ୍ୟ ଆମରଣ ଅନଶନରେ ଯୋଗ ଦେଇଥିଲେ। ଜେଲରୁ ମୁକ୍ତ ହେବା ପରେ ତେଲେଙ୍ଗାନା ରାଜ୍ୟ ଗଠନକୁ ପ୍ରତିବାଦ କରି ଜଗନ୍‌ ୭୨ ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ରାଜ୍ୟ ପ୍ରତି ସ୍ବାଭିମାନ ତାଙ୍କୁ ସେତେବେଳେ ଲୋକପ୍ରିୟତା ଆଣି ଦେଇଥିଲା।
ଜଗନ୍‌ଙ୍କ ରାଜନୈତିକ କ୍ୟାରିୟର ୨୦୧୪ରେ ସେଭଳି ସଫଳତା ଛୁଇଁ ପାରି ନ ଥିଲା। ବିଧାନସଭାର ୧୭୫ ଆସନ ମଧ୍ୟରୁ ମାତ୍ର ୬୭ ପାଇ ତାଙ୍କୁ ବିରୋଧୀ ଦଳ ଆସନରେ ବସିବାକୁ ପଡ଼ିଥିଲା। ହେଲେ ସେ ୬ ନଭେମ୍ବର ୨୦୧୭ରେ ‘ପ୍ରଜା ସଂକଳ୍ପ ପଦଯାତ୍ରା’ କରି ୩,୦୦୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିଥିଲେ। ଏହାଦ୍ୱାରା ଲୋକଙ୍କ ସହ ତାଙ୍କ ସିଧାସଳଖ ସମ୍ପର୍କ ଯୋଡ଼ିବା ସମ୍ଭବ ହୋଇଥିଲା। ଫଳସ୍ବରୂପ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ବିପୁଳ ସମର୍ଥନ ମିଳିଛି। ବିଧାନସଭାର ୧୭୫ ଆସନରୁ ୧୫୪ ଏବଂ ସମୁଦାୟ ୨୫ ଲୋକ ସଭା ଆସନ ଦଳ ଜିତିବା ଜଣାଇ ଦେଇଛି, ଆନ୍ଧ୍ରବାସୀ ତାଙ୍କୁ କେତେ ଭଲପାଇବା ଦେଇଛନ୍ତି। ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ଶାସନର ଅବସାନ ଘଟାଇ ମେ ୩୦ରେ ସେ ଆନ୍ଧ୍ରପ୍ରଦେଶର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଜଗନ୍‌ଙ୍କ ନେତୃତ୍ୱ ରାଜ୍ୟ ପାଇଁ ନୂଆ ପରିବର୍ତ୍ତନ ଆଣିଦେବ ବୋଲି ଆଶା କରାଯାଉଛି। ସେ କେବଳ ରାଜନୀତିରେ ନୁହେଁ, ପୂର୍ବରୁ ଜଣେ ଉଦ୍ୟୋଗପତି ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେଲୁଗୁ ଭାଷାର ଖବରକାଗଜ ଓ ଟେଲିଭିଜନ୍‌ ଚ୍ୟାନେଲ ‘ସାକ୍ଷୀ’ର ସେ ପ୍ରତିଷ୍ଠାତା ହୋଇଥିବା ବେଳେ ଭାରତୀ ସିମେଣ୍ଟର ମୁଖ୍ୟ ପ୍ରମୋଟର ଅଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri