ପରିପତ୍ରରୁ ବାବୁ ଦୁଇଭାଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ନିକଟରେ ତାମିଲନାଡୁ ମୁଖ୍ୟ ଶାସନ ସଚିବ କେ. ଷଣ୍ମୁଗମ୍‌ ପ୍ରଶାସନିକ ବାବୁମାନଙ୍କୁ ଅଧିକ ଉତ୍ତରଦାୟୀ ହେବା ପାଇଁ ଏକ ସର୍କୁଲାର (ପରିପତ୍ର) ଜାରି କରିଛନ୍ତି। ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବିଭିନ୍ନ ଜିଲାର ଜିଲା ମାଜିଷ୍ଟ୍ରେଟ୍‌ ଓ ଜିଲାପାଳମାନଙ୍କଠାରୁ ଷଣ୍ମୁଗମ୍‌ ଯେଉଁଭଳି ପ୍ରତିକ୍ରିୟା ପାଇଛନ୍ତି, ତାହା ସେ କେବେ ଆଶା କରି ନ ଥିଲେ। ପ୍ରାପ୍ତ ସୂତ୍ର ଅନୁଯାୟୀ, ସ୍ଥାନୀୟ ପ୍ରଶାସନିକ ଉନ୍ନତି ପାଇଁ ଷଣ୍ମୁଗମ୍‌ ୧୦-ସୂତ୍ରୀ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପରିପତ୍ରରେ ସେ ଜିଲା ମାଜିଷ୍ଟ୍ରେଟ୍‌ ଓ ଜିଲାପାଳମାନଙ୍କୁ ଅଧିକ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ସେମାନେ ବିଭିନ୍ନ ଅଞ୍ଚଳର କୃଷି ତଥା ଆନୁଷଙ୍ଗିକ କାର୍ଯ୍ୟକଳାପ ଉପରେ ଦୃଷ୍ଟିଦେବା ଓ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ ତଥା ଜଳ ସଂରକ୍ଷଣ ଆଦିକୁ ଅଗ୍ରାଧିକାର ଦେବା ଲାଗି ଷଣ୍ମୁଗମ୍‌ ପରାମର୍ଶ କରିଛନ୍ତି। ତେବେ ତାଙ୍କର ଏହି ପରିପତ୍ର ସଂସ୍କାରଭିତ୍ତିକ ହୋଇଥିଲେ ବି ଏହାକୁ ନେଇ ଆଇଏଏସ୍‌ ବାବୁମାନେ ଦି’ ଭାଗ ହେଲା ଭଳି ମନେହେଉଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ମୁଖ୍ୟ ଶାସନ ସଚିବଙ୍କ ଚିଠିରେ ଉଲ୍ଲେଖ କରାଯାଇଥିବା ଯୋଜନାକୁ ରାଜନୈତିକ ଦୃଷ୍ଟିକୋଣରୁ ବିିଚାର କରିଛନ୍ତି। ରାଜନୈତିକ କ୍ଷେତ୍ରକୁ ସେମାନଙ୍କୁ ଟାଣିନେବାର ଏହା ଏକ ଯୋଜନା ବୋଲି କହୁଛନ୍ତି। ସେମାନେ ଯୁକ୍ତି ବାଢିଛନ୍ତି ଯେ, ସେମାନେ ଏହିି କାର୍ଯ୍ୟ ପୂର୍ବରୁ କରିଆସୁଛନ୍ତି ଓ ନିଜର ପ୍ରଦର୍ଶନ ଲାଗି ବହୁମୁଖୀ ଯାଞ୍ଚ ପ୍ରକ୍ରିୟାରେ ଉତ୍ତରଦାୟୀ ମଧ୍ୟ ରହୁଛନ୍ତି। ଅନ୍ୟପକ୍ଷରେ ଆଉ ଏକ ଗୋଷ୍ଠୀ ମୁଖ୍ୟ ସଚିବଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହା ଏକ ଭଲ ପଦକ୍ଷେପ ବୋଲି ସେମାନଙ୍କର ବିଶ୍ୱାସ। ସେମାନଙ୍କ ମତରେ ଗ୍ରାମାଞ୍ଚଳରେ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟ ତଦାରଖ କରିବା ଲାଗି ଏହା ଏକ ଉତ୍ତମ ବ୍ୟବସ୍ଥା। ଏହା ସାଧାରଣ ବିବାଦରୁ ବାବୁମାନଙ୍କୁ ଦୂରେଇ ରଖିପାରିବ ବୋଲି ଏମାନେ ମତ ଦେଇଛନ୍ତି।
ଗୋପନୀୟତା ଚିନ୍ତା
ଏହା କିଛି ନୂଆ କଥା ନୁହେଁ କି କାହାକୁ ଅଛପା ନାହଁି ଯେ, ସୂଚନା ଚାନେଲଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ମୋଦି ସରକାର ଉଦ୍ୟମ କରୁଛନ୍ତି। ସରକାରୀ କଳରୁ ଯେଉଁସବୁ ତଥ୍ୟ ପ୍ରଦାନ କରାଯାଉଛି, ତାହା ଯେପରି ସରକାରୀ ନିୟନ୍ତ୍ରଣରେ ରହେ ଓ ସୁରକ୍ଷିତ ରହେ, ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ୨୪ ପୃଷ୍ଠାର ଏକ ଚିଠିରେ ବାବୁମାନଙ୍କୁ ତାଗିଦ କରିଛି କି କେହି ଯେପରି ବିନା ଅନୁମତିରେ ଅଫିସ କମ୍ପ୍ୟୁଟର ବା ମୋବାଇଲ ଫୋନରୁ ସୋସିଆଲ ମିଡିଆର ବ୍ୟବହାର ନ କରନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ସାଇବର ଓ ସୂଚନା ସୁରକ୍ଷା ବିଭାଗ ସାଇବର ଅପରାଧ, ଜାତୀୟ ତଥ୍ୟ ସୁରକ୍ଷା ନୀତି ଏବଂ ଏହାର ନିର୍ଦ୍ଦେଶାବଳୀ ଓ ତାକୁ କାର୍ଯ୍ୟକାରୀ କରିବା ସମ୍ବନ୍ଧିତ ବିଷୟ ବୁଝୁଛିି। ସରକାରଙ୍କର ଏବେକାର ପଦକ୍ଷେପ ସୁରକ୍ଷାରେ ସୃଷ୍ଟି ହେଉଥିବା ଗଳାବାଟକୁ ବନ୍ଦକରିବା ପାଇଁ ତଥା ସମ୍ବେଦନଶୀଳ ତଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ନିଆଯାଇଛି। ଏହା ଠିକ୍‌ ଯେ, ସରକାର ତଥ୍ୟ ସୁରକ୍ଷା ନେଇ ଚିନ୍ତିତ ଥିବାବେଳେ ଦେଶର ଛାତ୍ରମାନଙ୍କ ସୋସିଆଲ ପ୍ରୋଫାଇଲ ପ୍ରତି ଆଗ୍ରହୀ। ଖବର ଅନୁସାରେ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦେଶର ସବୁ ଉଚ୍ଚଶିକ୍ଷାନୁଷ୍ଠାନକୁ ଛାତ୍ରମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନିଜ ଅନୁଷ୍ଠାନ ସହ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛିି। ଶିକ୍ଷାନୁଷ୍ଠାନ ଦ୍ୱାରା କରାଯାଉଥିବା ଭଲକାମ ଓ ସଫଳତାକୁ ଶେୟାର କରିବା ଲାଗି ଛାତ୍ରମାନଙ୍କ ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ ଆଦି ସୋସିଆଲ ମିଡିଆ ଆକାଉଣ୍ଟକୁ ନିଜ ଅନୁଷ୍ଠାନ ଓ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ଯୋଡ଼ିବା ପାଇଁ କୁହାଯାଇଛି। ମାତ୍ର ୯୦୦ ବିଶ୍ୱବିଦ୍ୟାଳୟ ଓ ୩୦ ନିୟୁତ ଛାତ୍ରଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଟ୍ରାକ୍‌ କରିବା ପାଇଁ ଏପରି କରାଯାଇଥିବା ଅନୁମାନ କରାଯାଉଛି। ତଥାପି ଏଭଳି ସନ୍ଦେହକୁ ଦୂରକରିବା ପାଇଁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ସଚିବ ଆର୍‌. ସୁବ୍ରମଣ୍ୟମ୍‌ ଛାତ୍ରମାନେ ସୋସିଆଲ ମିଡିଆରେ କ’ଣ ପୋଷ୍ଟ କରୁଛନ୍ତି ତାହା ସରକାର ଜାଣିବାବୁ ଅଗ୍ରହୀ ବୋଲି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଚିଠି ଦେଇ ସ୍ପଷ୍ଟ କରିଛନ୍ତି।
ଡେପୁଟେଶନ ସମସ୍ୟା
କେନ୍ଦ୍ର ସରକାର ଏବେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନଙ୍କ କେନ୍ଦ୍ରୀୟ ଡେପୁଟେଶନ (ପ୍ରତିନିଯୁକ୍ତି) କୋଟା ପୂରଣ କରିବା ପାଇଁ ରାଜ୍ୟଗୁଡିକୁ ମନେଇବା ଲାଗି କସରତ କରୁଛନ୍ତି। ମୋଦି ସରକାରଙ୍କ ପ୍ରଥମ ପାଳିରେ ବାବୁମାନେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରୁ ମୁହଁ ମୋଡ଼ିବାକୁ ଆରମ୍ଭ କରିଥିଲେ। ଏହି ଧାରା ଏବେ ସରକାରଙ୍କ ଦ୍ୱିତୀୟ ପାଳିରେ ବି ଜାରିରହିଛି। ପ୍ରାପ୍ତ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଲୋଭ ଦେଖାଇ କିମ୍ବା ଧମକ ଦେଇ ରାଜ୍ୟଗୁଡିକୁ କୋଟା ପୂରଣ କରିବା ପାଇଁ ମନେଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ତା’ର ବିଚାର କ୍ୟାଡର ସମୀକ୍ଷା ସମୟରେ କରାଯିବ ବୋଲି ସରକାର ଚେତାଇଦେଇଛନ୍ତି। ସମୀକ୍ଷକମାନଙ୍କ ବିଶ୍ୱାସ ଅନୁସାରେ ଏଭଳି ଧମକ ସତ୍ତ୍ୱେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଏହି ନର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ସମସ୍ୟାର ସମ୍ମୁଖୀନ ହେବ। ସତକଥା ହେଲା, ବରିଷ୍ଠ ଅଧିକାରୀମାନେ ଡେପୁଟେଶନରେ ଯିବା ଓ କାମ କରିବା ଭଳି ଅଦୂରଦର୍ଶୀ ବ୍ୟବସ୍ଥାକୁ କେନ୍ଦ୍ର ସରକାର ହଟାଇନେଇ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବାବୁମାନେ ଚାହାନ୍ତି। କେନ୍ଦ୍ର ସରକାର ପୁଣି ସତର୍କ କରାଇ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାରଗୁଡ଼ିକ ବାବୁମାନଙ୍କ ଡେପୁଟେଶନ ପାଇଁ ପର୍ଯ୍ୟାପ୍ତ ପ୍ରସ୍ତାବ କେନ୍ଦ୍ରକୁ ନ ପଠାନ୍ତି ତେବେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାଇଁ ବରିଷ୍ଠ ପଦବୀ ସମାନୁପାତିକ ଭାବେ ହ୍ରାସ ପାଇବ। ସରକାରୀ ତଥ୍ୟରୁ ଜଣାପଡେ ଯେ, ପଶ୍ଚିମବଙ୍ଗ ସରକାର ଅଧିକାରୀମାନଙ୍କୁ କେନ୍ଦ୍ରକୁ ପଠାଇବାରେ ସବୁଠୁ ପଛୁଆ। ପଶ୍ଚିମବଙ୍ଗ ୮୧ ଜଣ ରାଜ୍ୟ କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ରକୁ ପଠାଇବାର ଥିବାବେଳେ ପଠାଇଛି ମାତ୍ର ୧୯ ଜଣଙ୍କୁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri