ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ; ରାତିକ ଭିତରେ ୫ ଗାଡ଼ିରୁ ଚୋରି

ପରଜଙ୍ଗ, ୫।୮(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ ଦେଖାଦେଇଛି। ଡିହଡୋଳ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରଖାଯାଇଥିବା ୫ଟି ଗାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅଞ୍ଚଳର ଗାଡ଼ି ମାଲିକମାନେ ସବୁଦିନ ପରି ୫୩ନଂ. ଜାତୀୟ ରାଜପଥ କଡ଼ରେ ଗାଡ଼ିଗୁଡ଼ିକ ରଖିଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଚୋରି କରିଛନ୍ତି। ଡିହଡୋଳ ଗ୍ରାମର ସଞ୍ଜୟ ଭୂତିଆଙ୍କ ବୋଲେରୋର ଗୋଟିଏ ଚକା, ନଗେନ୍ଦ୍ର ଭୂତିଆଙ୍କ ଇଣ୍ଡିଗୋ ଗାଡ଼ିର ୨ଟି ଚକା, ପିଣ୍ଟୁ ଭୂତିଆଙ୍କ ବୋଲେରୋର ନୂଆ ଷ୍ଟେପିନ୍‌, ବିଷ୍ଣୁ ସାହୁଙ୍କ ୪୦୭ ଗାଡିରୁ ୮୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ, ଅମୃତାନନ୍ଦ ଦଳବେହେରାଙ୍କ ଟିପ୍ପରରୁ ନୂଆ ବ୍ୟାଟେରି ସହିତ ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ବିନୋଦ ସାହୁଙ୍କ ଟିପ୍ପରରୁ ମଧ୍ୟ ଡିଜେଲ ଚୋରି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଚୋରି ହୋଇଥିବା ସ୍ଥାନଠାରୁ ଥାନାର ଦୂରତା ମାତ୍ର ଏକ କିମି। ଘଟଣାସ୍ଥଳ ନିକଟରେ ଷ୍ଟେଟ ବ୍ୟାଙ୍କ ଶାଖା ରହିଛି। ଅଞ୍ଚଳରେ ଚୋରି ବଢୁଥିବାରୁ ପୋଲିସ ପକ୍ଷରୁ ୨ଜଣ ହୋମଗାର୍ଡ ମୁତୟନ କରାଯାଇଥିଲା। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ଘଣ୍ଟା ଘଣ୍ଟା ଧରି ଚୋରି କରିବା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ଏକଥା ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଗାଡ଼ି ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ନେଇ ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ କୁହନ୍ତି, ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ। ଏଥିସହ ରାତ୍ରିକାଳୀନ ପାଟ୍ରୋଲିଂରେ ନିୟୋଜିତ ହୋମଗାର୍ଡଙ୍କୁ ତାଗିଦ୍‌ କରାଯିବାସହ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri