ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି ଇଣ୍ଡିଆ ରୟାଲ ହେରିଟେଜରେ ଗ୍ରାହକଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରଦାନ କରାଯାଏ । ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ଇଣ୍ଡିଆନ ଡିଶ୍‌ ପନିର ନୁରାନିର ବେଶ୍‌ ଚାହିଦା ରହିଛି । ଗୋଟିଏ ପ୍ଲେଟ୍‌ର ଦାମ୍‌ ୨୯୯ ଟଙ୍କା । ରେଷ୍ଟୁରାଣ୍ଟର ମୁଖ୍ୟ ସେଫ୍‌ ନିକୁ ବାରିକଙ୍କ ମୁହଁରୁ ଏହାର ପ୍ରସ୍ତୁତି ସମ୍ପର୍କରେ…

ଆବଶ୍ୟକ ସାମଗ୍ରୀ
ପନିର: ୧୦୦ ଗ୍ରାମ୍‌
ଗ୍ରୀନ୍‌ ମଟର: ୨୦ ଗ୍ରାମ୍‌
ମକା: ୨୦ ଗ୍ରାମ୍‌
କ୍ୟାପ୍‌ସିକମ୍‌: ୨୦ ଗ୍ରାମ୍‌
ଛତୁ: ୨୦ ଗ୍ରାମ୍‌
ଗୋଟା କାଜୁ: ୨୦ ଗ୍ରାମ୍‌
କିସ୍‌ମିସ୍‌: ୧୦ ଗ୍ରାମ୍‌
ଛେନା: ୧୦ ଗ୍ରାମ୍‌
ଅଦା: ୫ଗ୍ରାମ
ରସୁଣ: ୫ ଗ୍ରାମ୍‌
ଧନିଆଗୁଣ୍ଡ: ୫ ଗ୍ରାମ୍‌
ଗରମ ମସଲା: ୫ ଗ୍ରାମ୍‌
ବଟର: ୫ଗ୍ରାମ୍‌
ତେଲ: ୧୦ ଗ୍ରାମ୍‌
ଟମାଟୋ: ୧୦୦ ଗ୍ରାମ୍‌
ଲଙ୍କା ଗୁଣ୍ଡ: ୨ ଗ୍ରାମ୍‌
ହଳଦୀ ଗୁଣ୍ଡ: ୨ ଗ୍ରାମ୍‌
ଜିରା ଗୁଣ୍ଡ: ୨ ଗ୍ରାମ୍‌
କସ୍ତୁରୀ ମେଥି: ୨ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପନିରକୁ ପତଳା କରି କାଟିଦେବେ। ଏହାପରେ କାଜୁ, କିସ୍‌ମିସ, ମକା, ଗ୍ରୀନ ମଟର, ଛତୁ, କ୍ୟାପ୍‌ସିକମ୍‌କୁ ଛୋଟ, ଛୋଟ କରି କାଟି ଅଳ୍ପ ତେଲରେ ଭାଜିବେ। ଭଜା ସରିଲେ ସେଥିରେ ଛେନା ପକାଇ ମିଶାଇ ଦେବେ। ଏହି ଭଜା ମସଲାକୁ ପୂର୍ବରୁ କଟାଯାଇଥିବା ପନିର ଭିତରେ ପୂରାଇ ରୋଲ୍‌ କରନ୍ତୁ। ଏହାକୁ ଗୋଲ୍‌ ଗୋଲ୍‌ କରି କାଟନ୍ତୁ। ଏହାପରେ ଟମାଟୋ, କାଜୁ, ଅଦା, ରସୁଣକୁ ଭଲ ଭାବେ ପେଷ୍ଟ କରନ୍ତୁ। ନିଅଁ।ରେ ପ୍ୟାନ୍‌ ବସାଇ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ପୂର୍ବରୁ ବଟା ଯାଇଥିବା ପେଷ୍ଟକୁ ପକାଇ ପ୍ରାୟ ୨/୩ ମିନିଟ୍‌ ପର୍ଯ୍ୟନ୍ତ କଷିବାପରେ ସେଥିରେ ଟମାଟୋ ପେଷ୍ଟ, କାଜୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କସ୍ତୁରୀ ମେଥି, ଧନିଆଗୁଣ୍ଡ ପକାଇ ଆଉ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ। ଗ୍ରେଭି ହୋଇଗଲା ପରେ ସେଥିରେ ଗରମ ମସଲା, ବଟର ଓ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଗୋଟିଏ ପାତ୍ରରେ ସେହି ଗ୍ରେଭିକୁ ଢାଳନ୍ତୁ। ସେଥିରେ କଟା ହୋଇଥିବା ଗୋଲ ଗୋଲ ପନିରକୁ ସଜେଇ ରଖନ୍ତୁ ଏବଂ ସେଥିରେ ରେଡ୍‌ ଚେରି ଦେଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri