ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ସବ୍ୟାରାଣି ବାଗଙ୍କ ଅଧ୍ୟକ୍ଷତାରେ ବୈଠକରେ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରଥମ ଥର ପଞ୍ଚାୟତ ସମିତି ବୈଠକରେ ଯୋଗଦେଇଥିଲେ । ବିଧାୟକ ବାଗ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଜନପ୍ରତିନିଧିମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ ଉନ୍ନୟନ କାମ ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ। ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ ଗତ ସମିତି ବୈଠକର ବିବରଣି ପାଠ କରିବାକୁ ବ୍ଲକ୍‌ ଗ୍ରାମପଞ୍ଚାୟତ ଅଧିକାରୀ ଦାମୋଦର ବିଶ୍ୱାଳଙ୍କୁ କହିଥିଲେ। ପରେ ସମିତି ସଭ୍ୟାସଭ୍ୟମାନେ ବ୍ଲକରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଧାୟକଙ୍କଠାରେ ଅଭିଯୋଗ କରିଥିଲେ। ସେମାନେ ଦେଉଥିବା ପ୍ରସ୍ଥାବ ଉପରେ ବ୍ଲକ୍‌ ପ୍ରସାଶନ କିମ୍ବା ବ୍ଲକ୍‌ ଅଧ୍ୟକ୍ଷା ଗୁରୁତ୍ୱ ନ ଦେଇ ନିଜ ମନମୁତାବକ ବ୍ଲକ୍‌ର ସମସ୍ତ ଯୋଜନା ପ୍ରସ୍ତୁତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସହମତି ଲୋଡୁ ନ ଥିବା ଅଭିଯୋଗ କରିବା ସହ ବୈଠକକୁ ବର୍ଜନ କରି ବାହାରି ଯାଇଥିଲେ । ଆଗାମୀ ଦିନରେ ବ୍ଲକ୍‌ ଅଧ୍ୟକ୍ଷା ଓ ବ୍ଲକ୍‌ ପ୍ରସାଶନକୁ ବିରୋଧ କରିବା ସହ ଦରକାର ପଡ଼ିଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଜନପ୍ରତିନିଧିମାନେ ବୈଠକ ବର୍ଜନ ପରେ ମଧ୍ୟ ବ୍ଲକ୍‌ ପ୍ରଶାସନ କିଛି ପଞ୍ଚାୟତ ସରପଞ୍ଚ ଓ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ବୈଠକ କରିଥିଲେ ।

ବୈଠକକୁ କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ଡ଼ାଳଗୁମା ସମିତି ସଭ୍ୟ ଭୁବନେଶ୍ୱର ମାଝି, ଆମପାଣି ସମିତି ସଭ୍ୟା ମାଧୁରୀ ନାଏକ, କନ୍ଦାବୁଟୁରା ସମିତି ସଭ୍ୟ ଅଶୋକା ନାଏକ, କାଶିବାହାଲ ସମିତି ସଭ୍ୟା ଡ଼ାଳିମ୍ବ ମାଝି, ଫୁପଗାଁ ସମିତି ସଭ୍ୟା ତରୁଣି ଶବର, ରେଙ୍ଗାଲପାଲି ସମିତି ସଭ୍ୟା ମାଧୁରି ନିଆଲ, ଗୋତୋମୁଣ୍ଡଶ ସମିତି ସଭ୍ୟା ପଦ୍ମା ଖର୍ସେଲ, ସାନପୋଡ଼ାଗୁଡ଼ା ସମିତି ସଭ୍ୟା ସଙ୍ଗିତା ନାଏକ, ମହିମା ସମିତି ସଭ୍ୟା ହେମାମାଳିନି ନାଏକ, ଖୁଣ୍ଟିଆ ସମିତି ସଭ୍ୟା ଅମ୍ବିକା ମାଝି, ଗୋତୋମୁଣ୍ଡା ସରପଞ୍ଚ ଜବହାର ଗୋପାଲ ପ୍ରମୁଖ ସମିତି ବୈଠକ ବର୍ଜନ କରିଥିଲେ। ଏ ନେଇ କୋକସରା ବିଡିଓଙ୍କୁ ପଚାରିବାରୁ ସମିତି ସଭ୍ୟମାନେ କୌଣସି ସ୍ପଷ୍ଟ ମତ ନ ରଖି ବୈଠକକୁ ବର୍ଜନ କରିଛନ୍ତି । ଏଣୁ ସେମାନଙ୍କ ସହ ଆଲୋଚନା କରି ଆଗାମୀ ବୈଠକରେ ସେମାନଙ୍କ ପ୍ରସ୍ଥାବ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ପୂର୍ବରୁ ବ୍ଲକ ଅଧ୍ୟକ୍ଷା ସବ୍ୟାରାଣି ବାଗ, ଉପାଧକ୍ଷା ଧିରାମଣି ଦାସ, ୨୨ଟି ପଞ୍ଚାୟତରୁ ସମିତି ସଭ୍ୟାସଭ୍ୟ, ସରପଞ୍ଚଙ୍କ ସମେତ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ନବନିର୍ବାଚିତ ବିଧାୟକଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri