ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ସବ୍ୟାରାଣି ବାଗଙ୍କ ଅଧ୍ୟକ୍ଷତାରେ ବୈଠକରେ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରଥମ ଥର ପଞ୍ଚାୟତ ସମିତି ବୈଠକରେ ଯୋଗଦେଇଥିଲେ । ବିଧାୟକ ବାଗ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଜନପ୍ରତିନିଧିମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ ଉନ୍ନୟନ କାମ ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ। ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ ଗତ ସମିତି ବୈଠକର ବିବରଣି ପାଠ କରିବାକୁ ବ୍ଲକ୍‌ ଗ୍ରାମପଞ୍ଚାୟତ ଅଧିକାରୀ ଦାମୋଦର ବିଶ୍ୱାଳଙ୍କୁ କହିଥିଲେ। ପରେ ସମିତି ସଭ୍ୟାସଭ୍ୟମାନେ ବ୍ଲକରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଧାୟକଙ୍କଠାରେ ଅଭିଯୋଗ କରିଥିଲେ। ସେମାନେ ଦେଉଥିବା ପ୍ରସ୍ଥାବ ଉପରେ ବ୍ଲକ୍‌ ପ୍ରସାଶନ କିମ୍ବା ବ୍ଲକ୍‌ ଅଧ୍ୟକ୍ଷା ଗୁରୁତ୍ୱ ନ ଦେଇ ନିଜ ମନମୁତାବକ ବ୍ଲକ୍‌ର ସମସ୍ତ ଯୋଜନା ପ୍ରସ୍ତୁତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସହମତି ଲୋଡୁ ନ ଥିବା ଅଭିଯୋଗ କରିବା ସହ ବୈଠକକୁ ବର୍ଜନ କରି ବାହାରି ଯାଇଥିଲେ । ଆଗାମୀ ଦିନରେ ବ୍ଲକ୍‌ ଅଧ୍ୟକ୍ଷା ଓ ବ୍ଲକ୍‌ ପ୍ରସାଶନକୁ ବିରୋଧ କରିବା ସହ ଦରକାର ପଡ଼ିଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଜନପ୍ରତିନିଧିମାନେ ବୈଠକ ବର୍ଜନ ପରେ ମଧ୍ୟ ବ୍ଲକ୍‌ ପ୍ରଶାସନ କିଛି ପଞ୍ଚାୟତ ସରପଞ୍ଚ ଓ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ବୈଠକ କରିଥିଲେ ।

ବୈଠକକୁ କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ଡ଼ାଳଗୁମା ସମିତି ସଭ୍ୟ ଭୁବନେଶ୍ୱର ମାଝି, ଆମପାଣି ସମିତି ସଭ୍ୟା ମାଧୁରୀ ନାଏକ, କନ୍ଦାବୁଟୁରା ସମିତି ସଭ୍ୟ ଅଶୋକା ନାଏକ, କାଶିବାହାଲ ସମିତି ସଭ୍ୟା ଡ଼ାଳିମ୍ବ ମାଝି, ଫୁପଗାଁ ସମିତି ସଭ୍ୟା ତରୁଣି ଶବର, ରେଙ୍ଗାଲପାଲି ସମିତି ସଭ୍ୟା ମାଧୁରି ନିଆଲ, ଗୋତୋମୁଣ୍ଡଶ ସମିତି ସଭ୍ୟା ପଦ୍ମା ଖର୍ସେଲ, ସାନପୋଡ଼ାଗୁଡ଼ା ସମିତି ସଭ୍ୟା ସଙ୍ଗିତା ନାଏକ, ମହିମା ସମିତି ସଭ୍ୟା ହେମାମାଳିନି ନାଏକ, ଖୁଣ୍ଟିଆ ସମିତି ସଭ୍ୟା ଅମ୍ବିକା ମାଝି, ଗୋତୋମୁଣ୍ଡା ସରପଞ୍ଚ ଜବହାର ଗୋପାଲ ପ୍ରମୁଖ ସମିତି ବୈଠକ ବର୍ଜନ କରିଥିଲେ। ଏ ନେଇ କୋକସରା ବିଡିଓଙ୍କୁ ପଚାରିବାରୁ ସମିତି ସଭ୍ୟମାନେ କୌଣସି ସ୍ପଷ୍ଟ ମତ ନ ରଖି ବୈଠକକୁ ବର୍ଜନ କରିଛନ୍ତି । ଏଣୁ ସେମାନଙ୍କ ସହ ଆଲୋଚନା କରି ଆଗାମୀ ବୈଠକରେ ସେମାନଙ୍କ ପ୍ରସ୍ଥାବ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ପୂର୍ବରୁ ବ୍ଲକ ଅଧ୍ୟକ୍ଷା ସବ୍ୟାରାଣି ବାଗ, ଉପାଧକ୍ଷା ଧିରାମଣି ଦାସ, ୨୨ଟି ପଞ୍ଚାୟତରୁ ସମିତି ସଭ୍ୟାସଭ୍ୟ, ସରପଞ୍ଚଙ୍କ ସମେତ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ନବନିର୍ବାଚିତ ବିଧାୟକଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ସୋମବାରରେ ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି, ଲକ୍ଷାଧିକ କାଉଡ଼ିଆଙ୍କ ଜଳଲାଗି

ଜମନକିରା,୨୪।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ସମ୍ବଲପୁର ଜିଲା ଜମନକିରା ବ୍ଲକସ୍ଥିତ ପ୍ରସିଦ୍ଧ ପଶ୍ଚିମାଭିମୁଖୀ ଶୈବପୀଠ ବାବା…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri